photo : opindia
କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ସ୍ଥାନରେ କିଛିଦୁର୍ବତ୍ତ ଏକ ଲଜ୍ ରୁମ ଭିତରକୁ ଯାଇ ଗୋଟିଏ ଦମ୍ପତିଙ୍କୁ ମାରପିଟ୍ କରିଛନ୍ତି । ଏହି ଦମ୍ପତିଙ୍କର ଦୋଷ ଥିଲା ଯେ ଦୁଇ ଜଣ ଭିନ୍ନ ଧର୍ମର ଥିଲେ । ତେବେ ସେହି ରୁମ୍ ଭିତରକୁ ୬ ଜଣ ଦୁର୍ବତ୍ତ ଯାଇ ଏହି କପଲଙ୍କୁ ପିଟିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳିଛି । କର୍ଣ୍ଣାଟକର ମାରାଲ ପୋଲିସିଂକୁ ନେଇ ଲୋକମାନେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ।
ହାବେରୀ ଜିଲ୍ଲାର ହାନାଗଲ ତାଲୁକାରେ ଏକ କପଲଙ୍କୁ ମାରପିଟ୍ ଘଟଣା ସାମ୍ନାକୁ ଆସିଛି । ତେବେ ଆପଣ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମାରପିଟ୍ର ଭିଡିଓ ସେହି ସବୁ ଅଭିଯୁକ୍ତମାନେ ନିଜେ କରିଛନ୍ତି । ଏପରି ମଧ୍ୟ କୁହାଯାଉଛି ଯେ ଏହି ଭିଡିଓ କରିବା ପଛରେ କାରଣ ହେଉଛି ଯେ ଏହି ଅଭିଯୁକ୍ତମାନେ ନିଜକୁ ଫେମସ୍ କରିବା ପାଇଁ ଏପରି କରିଛନ୍ତି । ତେଣୁ ସେମାନେ ଲଜ୍ରେ ପ୍ରବେଶ କରି ଏପରି କାମ କରିଥିଲେ । ହାବେରୀ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ କୁହାଯାଉଛି ଯେ ସେହି ସ୍ଥାନରେ କିଛି ଦିନ ପୂର୍ବରୁ ଦୁଇ ଜଣ ପିଲାଙ୍କୁ ଭୁଲ୍ରେ କପଲ ଭାବି ମାରପିଟ୍ କରିଥିଲେ ।
ସୂଚନା ମୂତାବକ, ଭିଡିଓରେ ଦେଖିବାକୁ ମିଳିଛି ଯେ ମାଡ ମାରୁଥିବା ଦୁର୍ବତ୍ତମାନେ ସେହି ଲଜ୍ର ବାହାରେ ଠିଆ ହୋଇଛନ୍ତି । ଏପରି ମଧ୍ୟ ସେହି ଦୁର୍ବତ୍ତମାନେ ଲଜ୍ର କବାଟ ବାଡେଇଲେ ଏବଂ ଏହା ଖୋଲିବାକୁ ଅପେକ୍ଷା କରିଥିଲେ ଏବଂ ଭିତରେ ଥିବା ବ୍ୟକ୍ତି ରୁମର କବାଟ ଖୋଲିବା ମାତ୍ରେ, ସେହି ସମସ୍ତ ଅଭିଯୁକ୍ତ ଭିତରକୁ ପ୍ରବେଶ କରିଥିଲେ । ସେହି ସମୟରେ କିଛି ୟୁବକ ମହିଳାଙ୍କ ଆଡକୁ ଗତି କରିଥିଲେ, କିନ୍ତୁ ସେହି ମହିଳା ତାଙ୍କୁ ଦେଖିବା ମାତ୍ରେ ମୁହଁ ଘୋଡାଇବାକୁ ଆରମ୍ଭ କରିଥିଲେ । ତେବେ ମହିଳାଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ତାର କିଛି ସମୟ ପରେ କବାଟ ଖୋଲିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିଟିବା ପାଇଁ ଆରମ୍ଭ କରିଥିଲେ ।
ଭିଡିଓରେ ଅଭିଯୁକ୍ତମାନେ ମଧ୍ୟ ଦୁର୍ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି । ଏହି ଲୋକମାନେ ସେହି ମହିଳାଙ୍କୁ ଏତେ କଷ୍ଟ ଦେଇଥିଲେ ଯେ ସେ ତଳେ ପଡ଼ିଯାଇଥିଲେ । ମହିଳାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ କିକ୍ ଏବଂ ପିଚ୍ ଦ୍ୱାରା ମଧ୍ୟ ମାଡ ମାରିଥିଲେ । କିନ୍ତୁ ଯେତେବେଳେ ସେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଦୁଇରୁ ତିନି ଜଣ ଆକ୍ରମଣକାରୀ ତାଙ୍କୁ ଧରିନେଇଥିଲେ । ତେବେ ମାଡ ଯୋଗୁ ମହିଳା ଜଣକ ବେଡ୍ କୋଣରେ ଲୁଚି ରହିଯାଇଥିଲେ । ଏହିପରି ଭାବେ ସେହି ମହିଳାଙ୍କୁ ବହୁତ ମାରିଲେ ଏବଂ ତାପରେ ତାଙ୍କୁ ସେହି କୋଣରୁ ବହାର କରିଥିଲେ । ଏହି ମାମଲାକୁ ନେଇ ଦମ୍ପତି ପୋଲିସ ଷ୍ଟେସନକୁ ଯାଇ ଏକ ମାମଲା ରୁଜୁ କରିଛନ୍ତି । ଏହି ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ଏପରି ଭାବେ ଏହି ୬ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…