ହୋଟେଲ ରୁମ୍‌ରେ ପଶି ଦମ୍ପତିଙ୍କୁ ନିର୍ଦ୍ଧୁମ ଛେଚିଲେ ଦୁବୃର୍ତ୍ତ, ପୋଲିସ୍‌ ତଦନ୍ତରେ ୨ ଗିରଫ ୪ ଫେରାର

କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ସ୍ଥାନରେ କିଛିଦୁର୍ବତ୍ତ ଏକ ଲଜ୍ ରୁମ ଭିତରକୁ ଯାଇ ଗୋଟିଏ ଦମ୍ପତିଙ୍କୁ ମାରପିଟ୍‌ କରିଛନ୍ତି ।

କର୍ଣ୍ଣାଟକରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଏହି ସ୍ଥାନରେ କିଛିଦୁର୍ବତ୍ତ ଏକ ଲଜ୍ ରୁମ ଭିତରକୁ ଯାଇ ଗୋଟିଏ ଦମ୍ପତିଙ୍କୁ ମାରପିଟ୍‌ କରିଛନ୍ତି । ଏହି ଦମ୍ପତିଙ୍କର ଦୋଷ ଥିଲା ଯେ ଦୁଇ ଜଣ ଭିନ୍ନ ଧର୍ମର ଥିଲେ । ତେବେ ସେହି ରୁମ୍‌ ଭିତରକୁ ୬ ଜଣ ଦୁର୍ବତ୍ତ ଯାଇ ଏହି କପଲଙ୍କୁ ପିଟିଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କୁ ମାଡ ମାରୁଥିବାର ଦେଖିବାକୁ ମିଳିଛି । କର୍ଣ୍ଣାଟକର ମାରାଲ ପୋଲିସିଂକୁ ନେଇ ଲୋକମାନେ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି ।

ହାବେରୀ ଜିଲ୍ଲାର ହାନାଗଲ ତାଲୁକାରେ ଏକ କପଲଙ୍କୁ ମାରପିଟ୍‌ ଘଟଣା ସାମ୍ନାକୁ ଆସିଛି । ତେବେ ଆପଣ ଏହି କଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ମାରପିଟ୍‌ର ଭିଡିଓ ସେହି ସବୁ ଅଭିଯୁକ୍ତମାନେ ନିଜେ କରିଛନ୍ତି । ଏପରି ମଧ୍ୟ କୁହାଯାଉଛି ଯେ ଏହି ଭିଡିଓ କରିବା ପଛରେ କାରଣ ହେଉଛି ଯେ ଏହି ଅଭିଯୁକ୍ତମାନେ ନିଜକୁ ଫେମସ୍‌ କରିବା ପାଇଁ ଏପରି କରିଛନ୍ତି । ତେଣୁ ସେମାନେ ଲଜ୍‌ରେ ପ୍ରବେଶ କରି ଏପରି କାମ କରିଥିଲେ । ହାବେରୀ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପୂର୍ବରୁ କୁହାଯାଉଛି ଯେ ସେହି ସ୍ଥାନରେ କିଛି ଦିନ ପୂର୍ବରୁ ଦୁଇ ଜଣ ପିଲାଙ୍କୁ ଭୁଲ୍‌ରେ କପଲ ଭାବି ମାରପିଟ୍‌ କରିଥିଲେ ।

ସୂଚନା ମୂତାବକ, ଭିଡିଓରେ ଦେଖିବାକୁ ମିଳିଛି ଯେ ମାଡ ମାରୁଥିବା ଦୁର୍ବତ୍ତମାନେ ସେହି ଲଜ୍‌ର ବାହାରେ ଠିଆ ହୋଇଛନ୍ତି । ଏପରି ମଧ୍ୟ ସେହି ଦୁର୍ବତ୍ତମାନେ ଲଜ୍‌ର କବାଟ ବାଡେଇଲେ ଏବଂ ଏହା ଖୋଲିବାକୁ ଅପେକ୍ଷା କରିଥିଲେ ଏବଂ ଭିତରେ ଥିବା ବ୍ୟକ୍ତି ରୁମର କବାଟ ଖୋଲିବା ମାତ୍ରେ, ସେହି ସମସ୍ତ ଅଭିଯୁକ୍ତ ଭିତରକୁ ପ୍ରବେଶ କରିଥିଲେ । ସେହି ସମୟରେ କିଛି ୟୁବକ ମହିଳାଙ୍କ ଆଡକୁ ଗତି କରିଥିଲେ, କିନ୍ତୁ ସେହି ମହିଳା ତାଙ୍କୁ ଦେଖିବା ମାତ୍ରେ ମୁହଁ ଘୋଡାଇବାକୁ ଆରମ୍ଭ କରିଥିଲେ । ତେବେ ମହିଳାଙ୍କ ମୁହଁରେ ଭୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ତାର କିଛି ସମୟ ପରେ କବାଟ ଖୋଲିଥିବା ବ୍ୟକ୍ତିଙ୍କୁ ମଧ୍ୟ ପିଟିବା ପାଇଁ ଆରମ୍ଭ କରିଥିଲେ ।

ଭିଡିଓରେ ଅଭିଯୁକ୍ତମାନେ ମଧ୍ୟ ଦୁର୍ବ୍ୟବହାର କରୁଥିବା ଶୁଣିବାକୁ ମିଳୁଛି । ଏହି ଲୋକମାନେ ସେହି ମହିଳାଙ୍କୁ ଏତେ କଷ୍ଟ ଦେଇଥିଲେ ଯେ ସେ ତଳେ ପଡ଼ିଯାଇଥିଲେ । ମହିଳାଙ୍କ ସହ ଉପସ୍ଥିତ ଥିବା ବ୍ୟକ୍ତିଙ୍କୁ କିକ୍ ଏବଂ ପିଚ୍ ଦ୍ୱାରା ମଧ୍ୟ ମାଡ ମାରିଥିଲେ । କିନ୍ତୁ ଯେତେବେଳେ ସେ ସେଠାରୁ ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ, ସେତେବେଳେ ଦୁଇରୁ ତିନି ଜଣ ଆକ୍ରମଣକାରୀ ତାଙ୍କୁ ଧରିନେଇଥିଲେ । ତେବେ ମାଡ ଯୋଗୁ ମହିଳା ଜଣକ ବେଡ୍‌ କୋଣରେ ଲୁଚି ରହିଯାଇଥିଲେ । ଏହିପରି ଭାବେ ସେହି ମହିଳାଙ୍କୁ ବହୁତ ମାରିଲେ ଏବଂ ତାପରେ ତାଙ୍କୁ ସେହି କୋଣରୁ ବହାର କରିଥିଲେ । ଏହି ମାମଲାକୁ ନେଇ ଦମ୍ପତି ପୋଲିସ ଷ୍ଟେସନକୁ ଯାଇ ଏକ ମାମଲା ରୁଜୁ କରିଛନ୍ତି । ଏହି ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ ହୋଇଛନ୍ତି । ସୂଚନା ମୁତାବକ, ଏପରି ଭାବେ ଏହି ୬ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି । ତେବେ ଅନ୍ୟ ଚାରି ଅଭିଯୁକ୍ତଙ୍କୁ ଖୋଜା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.