Below header

୮୦ ବର୍ଷ ପୂର୍ବରୁ ଝିଅ ପାଖକୁ ବାପା ମା ଲେଖିଥିଲେ ଚିଠି, ଏବେ ପାଇଲା ଝିଅ

୧୯୪୩ ମସିହାରେ ଦମ୍ପତି ଲୁଇସ୍ ଓ ଲାବେନ ଜର୍ଜଙ୍କୁ ଲେଖା ଯାଇଥିବା ଏକ ପତ୍ର ଡାକଘରୁ ମିଳିଥିଲା। ଯେଉଁ ପତ୍ରଟିରେ ଠିକଣା ସ୍ଥାନର ନମ୍ବର ନଥିବାରୁ ପହଞ୍ଚିପାରି ନଥିଲା । ଡାକଘର କର୍ମଚାରୀଙ୍କ ପାଖରେ ଯେତେବେଳେ ପତ୍ରଟି ପହଞ୍ଚିଥିଲା ସେତେବେଳେ ପତ୍ରଟି ଦେଖି ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ଚିଠିଟିକୁ ଠିକଣା ସ୍ଥାନରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଚିଠିଟି ଥିଲା ୮୦ ବର୍ଷ ତଳର।

ଆମେରିକା : ଆଜିକାଲି ଖବର ପହଞ୍ଚାଇବା ପାଇଁ ମୋବାଇଲ୍‌, ଇମେଲ ଠୁ ଆରମ୍ଭ କରି ବିଭିନ୍ନ ଆଧୁନିକ ଜିନିଷ ରହିଛି। ପୂର୍ବରୁ ଲୋକେ ସୁଖ ଦୁଃଖ ନିଜର ପ୍ରିୟଜନଙ୍କ ନିକଟରେ ପହଞ୍ଚାଇବା ପାଇଁ ଚିଠି ମାଧ୍ୟମରେ ଲେଖୁଥିଲେ। ଆଉ ସେହି ଚିଠି ପଢ଼ି ଲୋକେ ଦୁଃଖ ଏବଂ ଖୁସି ଭିତରେ ବୁଡ଼ି ଯାଉଥିଲେ। ହେଲେ ବର୍ତ୍ତମାନ ସେହି ଚିଠିର ବ୍ୟବହାର କମିଯାଇଛି । କିନ୍ତୁ ଏହାରି ଭିତରେ ଏପରି ଏକ ଘଟଣା ସାମ୍ନାକୁ ଯାହା ସମସ୍ତଙ୍କୁ ଚକିତ କରିଛି । ୮୦ ବର୍ଷ ତଳେ ଝିଅ ପାଖକୁ ବାପା ମା ଚିଠି ଲେଖିଥିଲେ ଯେଉଁ ଚିଠି ଟି ଝିଅ ପାଖରେ ଏବେ ଆସି ପହଞ୍ଚିଛି । ଏପରି ଏକ ଘଟଣା ଆମେରିକାରେ ଦେଖିବାକୁ ମିଳିଛି ।

୧୯୪୩ ମସିହାରେ ଦମ୍ପତି ଲୁଇସ୍ ଓ ଲାବେନ ଜର୍ଜଙ୍କୁ ଲେଖା ଯାଇଥିବା ଏକ ପତ୍ର ଡାକଘରୁ ମିଳିଥିଲା। ଯେଉଁ ପତ୍ରଟିରେ ଠିକଣା ସ୍ଥାନର ନମ୍ବର ନଥିବାରୁ ପହଞ୍ଚିପାରି ନଥିଲା । ଡାକଘର କର୍ମଚାରୀଙ୍କ ପାଖରେ ଯେତେବେଳେ ପତ୍ରଟି ପହଞ୍ଚିଥିଲା ସେତେବେଳେ ପତ୍ରଟି ଦେଖି ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଆଉ ଏହି ଚିଠିଟିକୁ ଠିକଣା ସ୍ଥାନରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଚିଠିଟି ଥିଲା ୮୦ ବର୍ଷ ତଳର।

ତେବେ ଏହି ଚିଠିଟିକୁ ଜେନେଟଙ୍କ ଦାଦାପୁଅ ଲେଖିଥିଲେ । ଯେଉଁଥିରେ ପରିବାର ପ୍ରତି ସମବେଦନା ଜଣାଇଥିଲେ। କାରଣ ୧୯୪୩ ମସିହାରେ ଜର୍ଜ ଦମ୍ପତିଙ୍କର ପ୍ରଥମ ଝିଅର ମୃତ୍ୟୁ ହୋଇଯାଇଥିଲା । ଯାହା ଜେନେଟଙ୍କ ପାଖକୁ ଚିଠି ପଠାଯାଇଥିଲା । ଜେନେଟ ଜର୍ଜଙ୍କୁ ତାଙ୍କ ଭଉଣୀ ବିଷୟରେ ଜଣାନଥିଲା । ଏହି ଚିଠି ମିଳିବା ପରେ ସେ ଭାବପ୍ରବଣ ହୋଇଯାଇଥିଲେ । କାରଣ ସେ ଲେଖିଥିଲେ ଜେନେଟଙ୍କ ଜନ୍ମ ପୂର୍ବରୁ ତାଙ୍କର ଗୋଟିଏ ଭଉଣୀ ମରିଯାଇଥିଲେ । ଯେଉଁ ଦୁଃଖକୁ ତାଙ୍କ ବାପା ମା ସାମ୍ନା କରିଥିଲେ । ଏହି କଥା ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଥିଲା । ସେ ଜାଣି ନଥିଲେ ତାଙ୍କ ବାପା ମାଙ୍କ ଜୀବନରେ ଏଭଳି କିଛି ଘଟିଯାଇଛି । ତେବେ ଡାକ ବିଭାଗର କର୍ମଚାରୀଙ୍କ କହିବା ଅନୁଯାୟୀ, ଏହି ଚିଠିରେ ଗଳି ନମ୍ବର ଲେଖାଯାଇଥିଲା କିନ୍ତୁ ସେଥିରେ ପ୍ଲଟ୍‌ ନମ୍ବର ଲେଖା ନଥିଲା ସେଥିପାଇଁ ଚିଠିଟି ଆଜି ପର୍ଯ୍ୟନ୍ତ ଡେଲିଭରି ହୋଇପାରି ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.