ନୂଆପଡ଼ାରେ ଏସିଡ୍‌ ମାଡ଼, ଦୁଇ ପରିବାରର ୫ ଜଣ ଆହତ

ନୂଆପଡା ଜିଲ୍ଲା ଖଡିଆଳା ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଏସିଡ ମାଡ଼ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ନୂଆପଡା (କେନ୍ୟୁଜ୍‌): ନୂଆପଡା ଜିଲ୍ଲା ଖଡିଆଳା ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଏସିଡ ମାଡ଼ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୀର୍ଘ ଦିନ ହେଲା ଡୁଆଝର ଗାଁର ଦୁଇ ସୁନା କାରିଗର ଘନଶ୍ୟାମ ସରାଫ ଓ ମନିଜର ସରାଫଙ୍କ ମଧ୍ୟରେ ଚିନ୍ଦାଗୁଡ଼ା ଗାଁରେ ଅଳଙ୍କାର ଦୋକାନ ଖୋଲିବାକୁ ନେଇ ବିବାଦ ଲାଗି ରହିଥିଲା । ଆଜି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା । ଏହାକୁ ନେଇ ଦୁଇ କାରିଗର ପରିବାର ମଧ୍ୟରେ ଏସିଡ ମାଡ ହୋଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.