ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ବୈଠକ, କାଲିଠାରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆସନ୍ତା କାଲିଠାରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଲୋକାର୍ପଣ କରିବେ ।

ପୁରୀ (କେନ୍ୟୁଜ୍‌): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆସନ୍ତା କାଲିଠାରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ । ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପକୁ ଲୋକାର୍ପଣ କରିବେ । ଲୋକାର୍ପଣ ପରେ ଅପରାହ୍ନ ୩ଟା ପରଠୁ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲିପାରିବେ ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସଙ୍କୀର୍ତ୍ତନ ପରିବେଷଣ ହେବ। ୯୦୦ ଅତିଥିଙ୍କ ବସିବା ପାଇଁ ୩ଟି ଜୋନ କରାଯାଇଛି । ପୁରୀରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ ଆଲୋଚନା ହୋଇଛି । ମନ୍ଦିର ପରିକ୍ରମା କାର୍ଯ୍ୟର ଅଗ୍ରଗତି ଏବଂ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.