Below header

ନିଦ ହଜାଇଲା ଟେଲିଗ୍ରାମ୍‌ ଠକ, ଯଦି ଆପଣଙ୍କ ଫୋନରେ ଆପ୍‌ ଅଛି ତାହେଲେ ହୁଅନ୍ତୁ ସାବଧାନ୍‌

ହଁ ଆଜ୍ଞା ଏବେ ଟେନସନ ଦେଉଛି ଟେଲିଗ୍ରାମ। ଅନଲାଇନ ଠକେଇର ବଡ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ। ଅନ ଲାଇନରେ ପାର୍ଟ ଟାଇମ ଚାକିରି ପ୍ରଲୋଭନ ଦେଖାଇ ଠକୁଛନ୍ତି ସାଇବର ଠକ।

ଭୁବନେଶ୍ୱର (କେନ୍ୟୁଜ) : ସାବଧାନ୍‌ । ନଚେତ ଆପଣ ବି କେତେବେଳେ ବି ହୋଇପାରନ୍ତି ଏଭଳି ଠକଙ୍କ ହାବୁଡରେ । ଯଦି ଆପଣଙ୍କ ଫୋନରେ ଟେଲିଗ୍ରାମ ଆପ୍‌ ଅଛି ତାହେଲେ ତ ଆପଣଙ୍କୁ ଏ ଖବର ଜାଣିବା ନିହାତି ଦରକାର । ହଁ ଆଜ୍ଞା ଏବେ ଟେନସନ ଦେଉଛି ଟେଲିଗ୍ରାମ। ଅନଲାଇନ ଠକେଇର ବଡ ମାଧ୍ୟମ ପାଲଟିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ଟେଲିଗ୍ରାମ। ଅନ ଲାଇନରେ ପାର୍ଟ ଟାଇମ ଚାକିରି ପ୍ରଲୋଭନ ଦେଖାଇ ଠକୁଛନ୍ତି ସାଇବର ଠକ।

ଏପରି ଭାବେ ସାଢେ ୯ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ଯୁବ ବ୍ୟବସାୟୀ ଦୀପକ ସାହୁ। ପ୍ରଥମେ ୮୦୦ ଓ ପରେ୧୦ ହଜାର ଟଙ୍କା ଡିପୋଜିଟ୍ କରି ୧୩ ହଜାର ଉଠାଇଥିଲେ। ଏହା ପରେ ପରେ ୯ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ। କୁହାଯାଥିଲା ୨୮ ଟି ଷ୍ଟେପ୍ ପୂରଣ କଲେ ଟଙ୍କା ମିଳିବ। ହେଲେ ଟଙ୍କା ଆଉ ମିଳିଲାନି। ଏବେ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସେହିପରି ଟେଲିଗ୍ରାମରେ ପୁଅକୁ ମଡେଲିଙ୍ଗ ଶିଖାଇବା ଲୋଭରେ ପଡ଼ି ଜଣେ ମହିଳା ବିଭିନ୍ନ କିସ୍ତିରେ ୧ ଲକ୍ଷ ୧୩ ହଜାର ଟଙ୍କା ଠକେଇର ଶିକାର ହୋଇଛନ୍ତି। ସାଇବର ଠକ କଲବଲ କଲେଣି। ୨୦୨୪ ଜାନୁଆରି ୧୧ ତାରିଖ ସୁଦ୍ଧା ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଗଲେଣି ସାଇବର ଠକ। ୧୧ଟି ମାମଲା ରେ ଏହି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି। ୨୦୨୩ ମସିହାରେ ରାଜଧାନୀ ରୁ ୩୦କୋଟି ଟଙ୍କା ନେଇ ଯାଇଛନ୍ତି ସାଇବର ଠକ। ୨୦୨୩ରେ ସାଇବର ଥାନାରେ ୫୩ଟି ମାମଲା ରୁଜୁ ହୋଇଥିଲା। ୨୦୨୨ ଅପେକ୍ଷା ୨୦୨୩ରେ ୩ଗୁଣା ସାଇବର ଠକେଇ ବୃଦ୍ଧି ପାଇଛି। ବିଶେଷକରି ବରିଷ୍ଠ ନାଗରିକ, ପାଠ ପଢୁଆ ଯୁବକ ଯୁବତୀ, ବଡ଼ବଡ଼ିଆ ଲୋକ ଠକେଇର ଶିକାର ହେଉଛନ୍ତି। ଟେଲିଗ୍ରାମ ଠକେଇ ପୋଲିସର ନିଦ ହଜାଇ ଦେଲାଣି।

ତେଣୁ ଆପଣ କାହାର ପ୍ରଲୋଭନରେ ବିଲକୁଲ ବି ଆସନ୍ତୁୁନାହିଁ ଆଜ୍ଞା । କୌଣସି ଅଜଣା ଲିଙ୍କ ଉପରେ ଆଦୌ ବି କ୍ଲିକ କରନ୍ତୁ ନାହିଁ କି କୌଣସି ଗେମ କି କୌଣସି ଗୃପରେ ଜଏନ ହୁଅନ୍ତୁ ନାହିଁ । ନଚେତ ସାମାନ୍ୟ ବିଶ୍ୱାସ ଜନ୍ମାଇ ଏମାନେ ଆପଣଙ୍କ ଆକାଉଣ୍ଟକୁ ଏକଦମ୍‌ ଖୋଳ କରିଦେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.