କୁନୁର: ଏମିତି ବି ଆସେ ମୃତ୍ୟୁ। ଯମକୁ ଯେପରି ଦୋଷ ନଲାଗିବ ସେଭଳି ଭାବେ ଜୀବନ ନେଇ ଯାଇଛି ଦମ୍ପିତଙ୍କର। କାର ଭିତରେ ଥିବା ବେଳେ ହଠାତ ନିଆଁ ଲାଗି ଚାଲି ଯାଇଛି ଉଭୟ ଦମ୍ପତିଙ୍କର ଜୀବନ। କେରଳର କୁନୁରରେ ଘଟିଛି ଏ ଅଘଟଣ। ନିଜ ପରିବାର ସହ ଯାଉଥିବା ବେଳେ,ରାସ୍ତାରେ ହଠାତ କାରରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଦମ୍ପତି ଜଳିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ବୋହୂର ଡେଲିଭରୀ ପାଇଁ ଏକ ପରିବାର କାରରେ ହସ୍ପିଟାଲ ଯାଉଥିଲେ। କାରର ଆଗ ସିଟରେ ପତି ପତ୍ନୀ ବସିଥିବା ବେଳେ ପଛ ସିଟରେ ଅନ୍ୟ ଚାରିଜଣ ବସିଥିଲେ। କାରଟି ଜିଲ୍ଲା ସରକାରୀ ହସ୍ପିଟାଲ ଯାଉଥିବା ବେଳେ ହଠାତ୍ କାର ଟିରେ ନିଆଁ ଲାଗିଯାଇଥିଲା। ପଛ ସିଟରେ ବସିଥିବା ଚାରିଜଣ କାର ଡୋର ଖୋଲି ବାହାରକୁ ଚାଲିଆସିଥିଲେ। କିନ୍ତୁ ଆଗ ସିଟର ଡୋର ନଖୋଲିବାରୁ ଆଗରେ ବସିଥିବା ପତି ପତ୍ନୀ ଜଳନ୍ତା କାରରୁ ବାହାରି ପାରି ନଥିଲେ।ଆଖପାଖରେ ଥିବା ଲୋକମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ଜଳନ୍ତା କାରରୁ ଉଦ୍ଧାର କରିପାରିନଥିଲେ। ଯାହା ଫଳରେ ବହୁ ଯନ୍ତ୍ରଣାରେ ସେମାନଙ୍କ ଜୀବନ ଯାଇଥିଲା। ଅନ୍ୟପଟେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…
ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…
ଭୁବନେଶ୍ୱର(କେନ୍ୟୁଜ୍): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…
ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…
ଭୁବନେଶ୍ୱର(କେନ୍ୟୁଜ୍): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…
ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…