Below header

ଯମକୁ ଲାଗିଲାନି ଦୋଷ ! ଆଗ ଡୋର ନଖୋଲିବାରୁ କାର ଭିତରେ ଜୀବନ୍ତ ଜଳିଗଲେ ଦମ୍ପତି, ପନ୍ତ୍ରୀ ଥିଲେ ଗର୍ଭବତୀ

କୁନୁର: ଏମିତି ବି ଆସେ ମୃତ୍ୟୁ। ଯମକୁ ଯେପରି ଦୋଷ ନଲାଗିବ ସେଭଳି ଭାବେ ଜୀବନ ନେଇ ଯାଇଛି ଦମ୍ପିତଙ୍କର। କାର ଭିତରେ ଥିବା ବେଳେ ହଠାତ ନିଆଁ ଲାଗି ଚାଲି ଯାଇଛି ଉଭୟ ଦମ୍ପତିଙ୍କର ଜୀବନ। କେରଳର କୁନୁରରେ ଘଟିଛି ଏ ଅଘଟଣ। ନିଜ ପରିବାର ସହ ଯାଉଥିବା ବେଳେ,ରାସ୍ତାରେ ହଠାତ କାରରେ ନିଆଁ ଲାଗି ଯାଇଥିଲା। ଯାହା ଫଳରେ ଦମ୍ପତି ଜଳିଯାଇ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ସକାଳେ ବୋହୂର ଡେଲିଭରୀ ପାଇଁ ଏକ ପରିବାର କାରରେ ହସ୍ପିଟାଲ ଯାଉଥିଲେ। କାରର ଆଗ ସିଟରେ ପତି ପତ୍ନୀ ବସିଥିବା ବେଳେ ପଛ ସିଟରେ ଅନ୍ୟ ଚାରିଜଣ ବସିଥିଲେ। କାରଟି ଜିଲ୍ଲା ସରକାରୀ ହସ୍ପିଟାଲ ଯାଉଥିବା ବେଳେ ହଠାତ୍ କାର ଟିରେ ନିଆଁ ଲାଗିଯାଇଥିଲା। ପଛ ସିଟରେ ବସିଥିବା ଚାରିଜଣ କାର ଡୋର ଖୋଲି ବାହାରକୁ ଚାଲିଆସିଥିଲେ। କିନ୍ତୁ ଆଗ ସିଟର ଡୋର ନଖୋଲିବାରୁ  ଆଗରେ ବସିଥିବା ପତି ପତ୍ନୀ ଜଳନ୍ତା କାରରୁ ବାହାରି ପାରି ନଥିଲେ।ଆଖପାଖରେ ଥିବା ଲୋକମାନେ ବହୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କୁ ଜଳନ୍ତା କାରରୁ ଉଦ୍ଧାର କରିପାରିନଥିଲେ। ଯାହା ଫଳରେ ବହୁ ଯନ୍ତ୍ରଣାରେ  ସେମାନଙ୍କ ଜୀବନ ଯାଇଥିଲା।  ଅନ୍ୟପଟେ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.