ନବ ଦାସଙ୍କ ହତ୍ୟାକାଣ୍ଡର ୬ ଦିନ ପରେ ମୁହଁ ଖୋଲିଲେ ପୋଲିସ ଡିଜି, କହିଲେ ସ୍ୱଚ୍ଛତାର ସହ ଚାଲିଛି ତଦନ୍ତ

କେନ୍ୟୁଜ୍(ବ୍ୟୁରୋ): ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ଅତି ସ୍ୱଚ୍ଛତାର ସହ ତଦନ୍ତ ଚାଲିଛି । ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଆଗେଇବ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ କୁମାର ବଂଶଲ । ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ଜଷ୍ଟିସ୍‌ ଜେପି ଦାସ ତଦନ୍ତର ତଦାରଖ କରୁଛନ୍ତି । ତଦନ୍ତରେ ସ୍ୱଚ୍ଛତା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀଙ୍କୁ ବଦଳି କରାଯାଇଛି ।

ପାଇଖାନା ଟାଙ୍କିରୁ କାଗଜ ଟୁକୁଡ଼ା ମିଳିଛି । ଜବତ କାଗଜ ଟୁକୁଡ଼ାକୁ ନେଇ ତଦନ୍ତ ଜାରି ରହିଛି । ଜବତ କାଗଜ ଟୁକୁଡ଼ାକୁ ନେଇ ତଦନ୍ତ ଜାରି ରହିଛି । ଜବତ କାଗଜ ଟୁକୁଡ଼ାକୁ ନେଇ ତଦନ୍ତ ଜାରି ରହିଛି । ନବ ଦାସଙ୍କ PSOଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି। ସବିଶେଷ ତଥ୍ୟ ସାମ୍ନାକୁ ଆସିବାକୁ ସମୟ ଲାଗିବ ବୋଲି ଡିଜିପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.