ବସ୍ ଷ୍ଟାଣ୍ଡରେ ଶୋଇଥିବାବେଳେ ମା’ ପାଖରୁ ୮ ମାସରୁ ଶିଶୁକୁ ଚୋରି କରି ନେଇଗଲେ ଦମ୍ପତି, ଦେଖନ୍ତୁ ଘଟଣାର ପୂରା ଭିଡିଓ

ମୁରାଦାବାଦ ଗଲସହୀଦ ବସ ଷ୍ଟାଣ୍ଡରୁ ପିଲା ଚୋରିର ମାମଲା ସାମ୍ନାକୁ ଆସିଛି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାୋର କଏଦ ହୋଇଛି। ଜଣେ ପୁରୁଷ ଏବଂ ମହିଳା କ୍ୟାମେରାରେ କଏଦ ହୋଇଛନ୍ତି ଏବଂ ଦେଖାଯାଉଛି ଯେ ବଡ ଚତୁରତାର ସହିତ ଦମ୍ପତି ଏହି ପୁରା ଘଟଣାକୁ ଘଟାଇଛନ୍ତି।

ସୂଚନା ଅନୁଯାୟୀ ଆଠ ମାସର ଶିଶୁଟି ବସ୍ ଷ୍ଟାଣ୍ଡରେ ନିଜ ମା’ ପାଖରେ ଶୋଇଥିଲା। ସେତେବେଳେ ମହିଳା ଜଣଙ୍କ ତାକୁ ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ। କିନ୍ତୁ ପ୍ରାପ୍ତ ସୂଚନାରୁ ଜଣାପଡିଥିଲା ଯେ ଅଭିଯୁକ୍ତ ମହିଳା କିଛି ସମୟ ପୂର୍ବରୁ ପିଲାର ମା’ ସହିତ କଥା ହେଉଥିଲେ। ଏହାର କିଛି ସମୟ ପରେ ପୀଡିତ ମା’ ଶିଶୁ ଏବଂ ଅଭିଯୁକ୍ତଙ୍କୁ ଖୋଜିଥିଲେ କିନ୍ତୁ ଅସଫଳ ହୋଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ଶିଶୁଟିର ମା’ର କହିବାନୁଯାୟୀ ଦୁଇ ଜଣ ଲୋକ ତାଙ୍କ ସହିତ କଥା ହୋଇଥିଲେ ଏବଂ ନିଜର ଭଳି କଥା ହେଲେ ଏହାପରେ ତାଙ୍କୁ ଭରଷା ଦେଇ ତାଙ୍କୁ କମ୍ବଳ ଏବଂ ଶିଶୁ ପାଇଁ ଔଷଧ ମଧ୍ୟ ଦେଇଥିଲେ। ଏହାପରେ ସେହି ଦମ୍ପତିଙ୍କ ସହିତ ବସ୍ ଷ୍ଟାଣ୍ଡକୁ ଆସି ସାଥି ହୋଇ ଶୋଇଲେ କିନ୍ତୁ ଯେତେବେଳେ ପରେ ସେ ଉଠି ଦେଖିଲେ ତେବେ ତାଙ୍କୁ ତାଙ୍କ ପିଲା ଏବଂ ସେହି ଦୁଇ ଦମ୍ପତି ମିଳିନଥିଲେ।

ଏହାସହ ପଢନ୍ତୁ : ଚାଲାଣ କଟିବାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ବିଚ୍ ରାସ୍ତାରେ ଧାରଣାରେ ବସିଲେ ଟ୍ୟାକ୍ସି ଡ୍ରାଇଭର

ପୋଲିସ କହିବାନୁଯାୟୀ ଅଭିଯୁକ୍ତ ଦମ୍ପତିଙ୍କ ପରିଚୟ ମିଳିସାରିଛି। ତାଙ୍କୁ ଖୋଜା ଚାଲିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେଇଛି ।

Pritiparna

Recent Posts

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ…

2 hours ago

ବିଏସକେଓ୍ଵାଇ କାର୍ଡ଼ କଣ ବନ୍ଦ ହୋଇଗଲା ? କେତେ ସତ କେତେ ମିଛ

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ କାମ କରୁନି ? ଲକ୍ଷ୍ମୀ ବସ୍‌ ଆଉ ଚାଲୁନି ? ଆହାର ଆଉ ମିଳିବ…

2 hours ago

ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର…

2 hours ago

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

4 hours ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

4 hours ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

5 hours ago