Below header

ବସ୍ ଷ୍ଟାଣ୍ଡରେ ଶୋଇଥିବାବେଳେ ମା’ ପାଖରୁ ୮ ମାସରୁ ଶିଶୁକୁ ଚୋରି କରି ନେଇଗଲେ ଦମ୍ପତି, ଦେଖନ୍ତୁ ଘଟଣାର ପୂରା ଭିଡିଓ

ମୁରାଦାବାଦ ଗଲସହୀଦ ବସ ଷ୍ଟାଣ୍ଡରୁ ପିଲା ଚୋରିର ମାମଲା ସାମ୍ନାକୁ ଆସିଛି। ଏହି ପୂରା ଘଟଣା ସିସିଟିଭି କ୍ୟାମେରାୋର କଏଦ ହୋଇଛି। ଜଣେ ପୁରୁଷ ଏବଂ ମହିଳା କ୍ୟାମେରାରେ କଏଦ ହୋଇଛନ୍ତି ଏବଂ ଦେଖାଯାଉଛି ଯେ ବଡ ଚତୁରତାର ସହିତ ଦମ୍ପତି ଏହି ପୁରା ଘଟଣାକୁ ଘଟାଇଛନ୍ତି।

ସୂଚନା ଅନୁଯାୟୀ ଆଠ ମାସର ଶିଶୁଟି ବସ୍ ଷ୍ଟାଣ୍ଡରେ ନିଜ ମା’ ପାଖରେ ଶୋଇଥିଲା। ସେତେବେଳେ ମହିଳା ଜଣଙ୍କ ତାକୁ ଉଠାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ। କିନ୍ତୁ ପ୍ରାପ୍ତ ସୂଚନାରୁ ଜଣାପଡିଥିଲା ଯେ ଅଭିଯୁକ୍ତ ମହିଳା କିଛି ସମୟ ପୂର୍ବରୁ ପିଲାର ମା’ ସହିତ କଥା ହେଉଥିଲେ। ଏହାର କିଛି ସମୟ ପରେ ପୀଡିତ ମା’ ଶିଶୁ ଏବଂ ଅଭିଯୁକ୍ତଙ୍କୁ ଖୋଜିଥିଲେ କିନ୍ତୁ ଅସଫଳ ହୋଇ ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

coupleଶିଶୁଟିର ମା’ର କହିବାନୁଯାୟୀ ଦୁଇ ଜଣ ଲୋକ ତାଙ୍କ ସହିତ କଥା ହୋଇଥିଲେ ଏବଂ ନିଜର ଭଳି କଥା ହେଲେ ଏହାପରେ ତାଙ୍କୁ ଭରଷା ଦେଇ ତାଙ୍କୁ କମ୍ବଳ ଏବଂ ଶିଶୁ ପାଇଁ ଔଷଧ ମଧ୍ୟ ଦେଇଥିଲେ। ଏହାପରେ ସେହି ଦମ୍ପତିଙ୍କ ସହିତ ବସ୍ ଷ୍ଟାଣ୍ଡକୁ ଆସି ସାଥି ହୋଇ ଶୋଇଲେ କିନ୍ତୁ ଯେତେବେଳେ ପରେ ସେ ଉଠି ଦେଖିଲେ ତେବେ ତାଙ୍କୁ ତାଙ୍କ ପିଲା ଏବଂ ସେହି ଦୁଇ ଦମ୍ପତି ମିଳିନଥିଲେ।

ଏହାସହ ପଢନ୍ତୁ : ଚାଲାଣ କଟିବାରୁ ସ୍ତ୍ରୀ ଏବଂ ପିଲାଙ୍କୁ ଧରି ବିଚ୍ ରାସ୍ତାରେ ଧାରଣାରେ ବସିଲେ ଟ୍ୟାକ୍ସି ଡ୍ରାଇଭର

ପୋଲିସ କହିବାନୁଯାୟୀ ଅଭିଯୁକ୍ତ ଦମ୍ପତିଙ୍କ ପରିଚୟ ମିଳିସାରିଛି। ତାଙ୍କୁ ଖୋଜା ଚାଲିଛି ଏବଂ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶୃତି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.