Below header

ମାଙ୍କଡ଼କୁ କାନ୍ଧରେ ବସାଇ ଥାନାରେ କାମ କରୁଛନ୍ତି ପୋଲିସ ଅଧିକାରୀ, ଭାଇରାଲ ହେଉଛି ଭିଡିଓ

ସାଧାରଣତଃ ମାଙ୍କଡ଼କୁ ଦେଖିଲେ ଲୋକେ ଭୟ କରିଥାନ୍ତି। କାଳେ ମାଙ୍କଡ଼ କାମୁଡ଼ି ଦେବ କିମ୍ବା କିଛି କ୍ଷତି କରିବ ଭାବି ଲୋକମାନେ ମାଙ୍କଡ଼ ଦେଖିଲେ ବାଡ଼େଇ ଗୋଡ଼ାଇଥାନ୍ତି। କିନ୍ତୁ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ପୋଲିସ ଅଫିସର ନିଜ କାନ୍ଧରେ ଏକ ମାଙ୍କଡ଼କୁ ବସାଇ କାମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବା ପରେ ଲୋକମାନେ ଭିଡିଓର ଖୁବ୍‌ ମଜା ଉଠାଇବା ସହ ସେୟାର ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

ଭିଡିଓଟି ଉତ୍ତର ପ୍ରଦେଶର ପିଲିଭିତରେ ସୁଟିଂ କରାଯାଇଥିବା ଜଣାଯାଇଛି। ପୋଲିସକୁ ଦେଖି ଅପରାଧୀମାନେ ଛତ୍ରଭଙ୍ଗ ଦେଉଥିବାବେଳେ ଏଠାରେ ଏକ ମାଙ୍କଡ଼ ଖୁବ୍‌ ନିର୍ଭୀକ ଭାବେ ଜଣେ ପୋଲିସ କନେଷ୍ଟବଳଙ୍କ କାନ୍ଧରେ ବସି ଖେଳୁଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଶ୍ରୀକାନ୍ତ ଦ୍ୱିବେଦୀ ନାମକ ଜଣେ କନେଷ୍ଟବଳ ଥାନାରେ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ମାଙ୍କଡ଼ଟି ହଠାତ୍‌ ଆସି ତାଙ୍କ କାନ୍ଧରେ ବସିପଡ଼ିଥିଲା। ନିକଟରେ ଥିବା ଅନ୍ୟ ପୋଲିସ କର୍ମଚାରୀ ମାଙ୍କଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିବା ବେଳେ ଶ୍ରୀକାନ୍ତ ସେମାନଙ୍କୁ ମନା କରିଥିଲେ। ଏହି ସମୟରେ ଥାନାରେ ଉପସ୍ଥିତ କର୍ମଚାରୀ ଏହି ଦୃଶ୍ୟକୁ ସୁଟିଂ କରିଥିବା ଜଣାଯାଇଛି।

ଏହାସହ ପଢ଼ନ୍ତୁ: ୫୦୦ କେଜି ଓଜନ ବିଶିଷ୍ଟ ଘୁଷୁରୀ ପାଳୁଛି ଚୀନ୍‌, କାରଣ ଜାଣିଲେ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ

ତେବେ କିଛି ସମୟ ପରେ ମାଙ୍କଡ଼ଟି ଆପେ ଆପେ କାନ୍ଧରୁ ଓହ୍ଲାଇ ବାହାରକୁ ଚାଲିଯାଇଥିଲା। ସେପଟେ ଘଟଣା ପରେ ଶ୍ରୀକାନ୍ତଙ୍କ ସମେତ ଅନ୍ୟ କର୍ମଚାରୀ ବହୁତ ଭୟଭୀତ ହୋଇଯାଇଥିବା କହିଛନ୍ତି।ମାଙ୍କଡ଼ଟି ଥାନାରୁ ବାହାରିବା ପରେ ରାସ୍ତାରେ ଯାଉଥିବା ଏକ ଝିଅ ଭୟରେ ଦୌଡ଼ିବାରୁ ମାଙ୍କଡ଼ ତାକୁ ଆକ୍ରମଣ କରିଥିଲା। ପରେ ସମ୍ପୃକ୍ତ ଝିଅକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.