ଖୋର୍ଦ୍ଧା : ହାତୀ ଆକ୍ରମଣରେ ଜଣେ ଗୁରୁତର
ଖୋର୍ଦ୍ଧା (କେ ନ୍ୟୁଜ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ରାମେଶ୍ୱର ଅଞ୍ଚଳରେ ମାତିଛନ୍ତି ହାତୀ ପଲ। ରାମେଶ୍ୱର ଅଞ୍ଚଳରେ ଥିବା ଏକ ଫାର୍ମହାଉସ ତଥା ଏହାର ଆଖପାଖ ଅଞ୍ଚଳରେ ବିଲରେ ପଶି ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ସେହିପରି ଆଜି ଭୋର ସମୟରେ ରାମେଶ୍ୱରର ପଙ୍କଜ ବିଶ୍ୱାଳ ନିଜ କ୍ଷେତ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଗୁରୁତର ହୋଇଛନ୍ତି। ପାଖାପାଖି ୨୫ଟି ହାତୀପଲ ପଙ୍କଜଙ୍କ କ୍ଷେତରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ପଙ୍କଜଙ୍କୁ ଟେକି କଚାଡି ଦେଇଥିଲା। ପଙ୍କଜଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।