ଦେଶ ବିଦେଶ

କତାରରେ ୮ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁ ଦଣ୍ଡାଦେଶ, ଆଇନଗତ ବିକଳ୍ପ ଖୋଜୁଛି ଭାରତ

କତାରର ଏକ କୋର୍ଟ ଦେଶରେ ୧ ବର୍ଷରୁ ଅଧିକ ସମୟ ଧରି ବନ୍ଦୀ ରହିଥିବା ୮ ଜଣ ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି। ଭାରତ ସରକାର ଏହି ମୃତ୍ୟୁ ଦଣ୍ଡାଦେଶ ଉପରେ ଗଭୀର ଦୁଃଖ ପ୍ରକାଶ କରିବା ସହ ନିଜ ନାଗରିକମାନଙ୍କ ମୁକ୍ତି ସୁନିଶ୍ଚିତ କରିବା ପାଇଁ ସମସ୍ତ ଆଇନଗତ ବିକଳ୍ପ ଖୋଜୁଛନ୍ତି।

ଏହି ମାମଲାରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ମୃତ୍ୟୁ ଦଣ୍ଡାଦେଶର ନିଷ୍ପତ୍ତିକୁ ନେଇ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ଆମେ ପରିବାର ସଦସ୍ୟ ଏବଂ ଆଇନ ଟିମ୍‌ ସହିତ ଯୋଗାଯୋଗରେ ଅଛୁ। ସମସ୍ତ ଆଇନଗତ ବିକଳ୍ପ ଖୋଜା ଯାଉଛି। ଏହି ବିଷୟକୁ ଆମେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରୁଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବୁ। ଏହି ନିଷ୍ପତ୍ତିକୁ କତାର ଅଧିକାରୀମାନଙ୍କ ସାମ୍ନାରେ ମଧ୍ୟ ଉଠାଇବୁ।

ବୈଦେଶିକ ମନ୍ତ୍ରଣାଳୟ ମୁତାବକ, ଏହି ୮ ଜଣ ଭାରତୀୟ ନାଗରିକ କତାରରେ ଥିବା ଅଲ୍‌ ଡହାରା କମ୍ପାନୀରେ କାମ କରୁଥିଲେ। ଏହା ଏକ ଘରୋଇ ସଂସ୍ଥା, ଯାହା ସଶସ୍ତ୍ର ବାହିନୀଙ୍କୁ ପ୍ରଶିକ୍ଷଣ ଏବଂ ସମ୍ବନ୍ଧିତ ସେବା ପ୍ରଦାନ କରିଥାଏ। ସେମାନଙ୍କ ଜାମିନ୍‌ ଆଦେବନକୁ ଅନେକ ଥର ଖାରଜ କରି ଦିଆଯାଇଥିଲା, ଯାହା ପରେ କତାରର ଅଧିକାରୀ ମାନେ ୮ ଜଣଙ୍କ ହେପାଜତକୁ ବଢ଼ାଇ ଦେଇଥିଲେ।

ଏକ ସୂତ୍ରରୁ ଜଣାପଡ଼ିଛି ଯେ ୮ ଜଣଙ୍କ ଉପରେ ଗୁପ୍ତଚରର ଅଭିଯୋଗ ଲାଗିଛି। ଯଦିଓ କତାର ଏବଂ ଭାରତୀୟ ଅଧିକାରୀ ମାନେ ଏମାନଙ୍କ ବିରୋଧରେ ଅଭିଯୋଗ ଗୁଡ଼ିକର ବିବରଣୀ କେବେ ବି ଦେଇ ନାହାନ୍ତି। ଏମାନଙ୍କୁ ଦୀର୍ଘ ଦିନ ଧରି ଏକାନ୍ତ କାରାବାସରେ ରଖାଯାଇଛି। ସୂତ୍ର ଅନୁସାରେ, ଜଣେ ଭାରତୀୟ ସାମ୍ବାଦିକ ଏବଂ ତାଙ୍କ ପତ୍ନୀଙ୍କୁ ନିକଟରେ କତାରର ଅଧିକାରୀ ମାନେ ମାମଲା ଉପରେ ରିପୋର୍ଟିଂ ପାଇଁ ଦେଶ ଛାଡ଼ିବାକୁ ଆଦେଶ ଦେଇଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago