ସ୍ପେଶାଲ

ଜାଣନ୍ତୁ ଦୁନିଆର ଏପରି ୫ଟି ସ୍ଥାନ, ଯେଉଁଠାରେ ରାତିରେ ମଧ୍ୟ ଦିନର ମଜା ନେଇ ପାରିବେ

ଆପଣମାନେ ତ ଜାଣିଥିବେ ଯେ ପୂରା ବିଶ୍ୱରେ ଅନେକ ପ୍ରକାରର ଅଜବ ସ୍ଥାନ ଅଛି, ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇପାରେ । ହେଲେ ଯେତେବେଳେ ଏହାର ସତ୍ୟତା ସାମ୍ନାକୁ ଆସିଥାଏ, ସେତେବେଳେ ଏହା ବିଷୟରେ ଜାଣିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଯଦି ଆପଣଙ୍କୁ କୁହାଯାଏ ଯେ ଏହି ବିଶ୍ୱରେ ଏପରି ୫ଟି ଦେଶ ଅଛି, ଯେଉଁଠାରେ ୩୬୫ ଦିନରୁ ୫୦ ଦିନ, ୭୩ ଦିନ ଏବଂ ୭୬ ଦିନ ପାଇଁ କିଛି ସ୍ଥାନରେ ସୂର୍ଯ୍ୟ ଅସ୍ତ ହୁଏନାହିଁ । ଏହା ଶୁଣିବାପରେ ଆଶ୍ଚର୍ଯ୍ୟ ଲାଗୁଥିବ ନା? ତାହେଲେ ଆସନ୍ତୁ ଆମେ ଆଜି ଜାଣିବା ଏପରି ୫ ଟି ଦେଶ ଯେଉଁ ଠାରେ ଆପଣ ରାତିରେ ମଧ୍ୟ ଦିନକୁ ଉପଭୋଗ କରିପାରିବେ । ତେବେ ସେହି ଦେଶ ଗୁଡିକର ନାମ ହେଉଛି । ନରୱେ, ଆଇସଲ୍ୟାଣ୍ଡ, କାନାଡା, ଆଲାସ୍କା ଏବଂ ଫିନଲ୍ୟାଣ୍ଡ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ଦେଶ ବିଷୟରେ ବାସ୍ତବରେ କିଛି କଥା ଜଣାଇବୁ ।

ନରୱେ :

ଏହା ହେଉଛି ଏକ ଏପରି ଦେଶ ଯାହା ପାହାଡ ଦ୍ୱାରା ଘେରି ହୋଇ ରହିଛି । ଏହା ଆର୍କଟିକ୍‌ ସର୍କଲ୍‌ ଭିତରେ ରହିଥାଏ । ନରୱେରେ ମେ ରୁ ଜୁଲାଇ ମଧ୍ୟରେ ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୋଇନଥାଏ । ଏହାକୁ ‘ଲେଟ୍‌ ଅପ୍‌ ଦ ମିଡ୍‌ ନାଇଟ୍‌ ସନ୍‌’ ମଧ୍ୟ କୁହାଯାଏ । ଯଦି ଆପଣ ଅଧିକ ସମୟ ପର୍ଯ୍ୟନ୍ତ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ଦେଶରେ ବୁଲିବାର ଆନନ୍ଦ ଉଠାଇ ପାରିବେ ।

ଫିନଲ୍ୟାଣ୍ଡ :

ଏହି ସ୍ଥାନରେ ଆପଣ ମଧ୍ୟରାତ୍ରିରେ ମଧ୍ୟ ସୂର୍ଯ୍ୟ କିରଣର ଆନନ୍ଦ ନେଇ ପାରିବେ । ତେବେ ଆପଣମାନେ ଜାଣିଛନ୍ତି କି ଏହି ଦେଶ ହଜାର ହଜାର ହ୍ରଦ ଓ ଦ୍ୱୀପପୁଞ୍ଜରେ ସଜେଇ ହୋଇଥାଏ । ଏଥିପାଇଁ ଫିଲଲ୍ୟାଣ୍ଡ ବହୁତ ସୁନ୍ଦର ଓ ଆକର୍ଷଣୀୟ ଲାଗିଥାଏ । ଗରମ ସମୟରେ ଏଠାରେ ପ୍ରାୟ ୭୩ ଦିନ ପର୍ଯ୍ୟନ୍ତ ବା ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ରାତିରେ ସୂର୍ଯ୍ୟଙ୍କ କିରଣ ଦେଖିବା ପାଇଁ ମିଳିଥାଏ । ଯଦି ବୁଲିବା ପାଇଁ ଦେଖିବା ତାହେଲେ ଫିନଲ୍ୟାଣ୍ଡ ବୁଲିବା ପାଇଁ ବହୁତ ଭଲ ସ୍ଥାନ ହୋଇଥାଏ ।

କାନାଡା: 

ବିଶ୍ୱର ଦ୍ୱିତୀୟ ସର୍ବବୃହତ ଦେଶ ଯାହାକି ବହୁତ ସମୟ ଧରି ବରଫରେ ଆବୃତ ରହିଥାଏ । ଏପରି ମଧ୍ୟ କାନାଡାରେ ରାତିର ଅନ୍ଧାର ଦେଖିବା ପାଇଁ ମିଳିନଥାଏ । ଏଠାରେ ଉତ୍ତର ଓ ପଶ୍ଚିମ ଭାଗରେ ଖରା ସମୟରେ ୫୦ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଦେଖିବା ପାଇଁ ମିଳିଥାଏ ।

ଆଲାସ୍କା :

ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆଲାସ୍କାରେ ମେ ରୁ ଜୁଲାଇ ମଧ୍ୟରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଲାସ୍କା ଏହାର ସୁନ୍ଦର ଗ୍ଲେସିଅର ପାଇଁ ଜଣାଶୁଣା । ତେବେ ମେ ରୁ ଜୁଲାଇ ମଧ୍ୟରେ ରାତିରେ ଉଜ୍ଜଳତା ଦେଖାବା କେତେ ଆନନ୍ଦମୟ ତାହା ଆପଣ କଳ୍ପନା କରିପାରିବେ ।

ଆଇସଲ୍ୟାଣ୍ଡ :

ଗ୍ରେଟ୍‌ ବ୍ରିଟେନ୍‌ ପରେ ୟୁରୋପର ସବୁଠାରୁ ବଡ ଦୀପ ଅଟେ । ଏଠାରେ ଆପଣ ରାତିରେ ମଧ୍ୟ ସୂର୍ଯ୍ୟ କିରଣର ଉପଭୋଗ କରିପାରିବେ । ତେବେ ଏହି ସ୍ଥାନରେ ମେ ୧୦ ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ଆଇସଲ୍ୟାଣ୍ଡ ବୁଲିବା ପାଇଁ ସବୁ ଠାରୁ ଭଲ ସ୍ଥାନ ହୋଇପାରେ । ସେଥିପାଇଁ ଯଦି ରାତିରେ ଦିନର ମଜା ନେବାକୁ ଚାହୁଁଛନ୍ତି, ତାହେଲେ ଏହି ୫ଟି ସ୍ଥାନକୁ ଯାଇପାରିବେ ।

KNews Bureau

Recent Posts

ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି, ଅପରାହ୍ନ ୪ଟା ୪୫ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ପ୍ରସ୍ତୁତି ।  ନବବଧୂ ଭାବେ ସଜେଇ ହୋଇଛି ।  ଆଜି ଅପରାହ୍ଣ…

1 min ago

ଆଜିଠୁ ରାଜ୍ୟରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ

ଭୁବନେଶ୍ଵର (କେନ୍ୟୁଜ): ଆଜିଠୁ ରାଜ୍ୟରେ ବିଜେପି ସରକାର ।  ଆଉ କେଇ ଘଣ୍ଟାର ଅପେକ୍ଷା ।  ରାଜ୍ୟରେ ପ୍ରଥମ ବିଜେପି…

13 mins ago

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

7 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

8 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

9 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

9 hours ago