ବ୍ରିଟେନ୍ରେ ପୁଣିଥରେ ଡର ବଢ଼ାଇଲାଣି କରୋନା। ଲୋକଙ୍କ ପରେ ଏବେ ଏକ ପୋଷା କୁକୁରର ଶରୀରରେ ସଂକ୍ରମଣ ଚିହ୍ନଟ ହୋଇଛି। ୟୁକେର ମୁଖ୍ୟ ପଶୁ ଚିକିତ୍ସାଧିକାରୀ ଏ ନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଦୁନିଆର ଭିନ୍ନ ଭିନ୍ନ ଦେଶରେ ଅନ୍ୟ ଜୀବଜନ୍ତୁଙ୍କ ଠାରେ ମଧ୍ୟ କରୋନା ଭାଇରସ୍ ଚିହ୍ନଟ ହୋଇଥିଲା।
ମୁଖ୍ୟ ପଶୁ ଚିକିତ୍ସାଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୩ରେ ବେୟବ୍ରିଜ୍ରେ ପଶୁମାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଏହାର ରିପୋର୍ଟରେ ପୋଷା କୁକୁରର କରୋନା ପଜିଟିଭ୍ ବାହାରିଛି। ପୋଷା କୁକୁରଟି ଏବେ ଘରେ ଅଛି ଓ ଧୀରେ ଧୀରେ ସୁସ୍ଥ ହେଉଥିବା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।
ରିପୋର୍ଟ ମୁତାବକ, କୁକୁରକୁ କରୋନା ହେବା ପୂର୍ବରୁ ତା’ ମାଲିକ କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ମାଲିକ ଠାରୁ ହିଁ କୁକୁରକୁ କରୋନା ହୋଇଛି ବୋଲି କୌଣସି ପ୍ରମାଣ ନାହିଁ। ଅନ୍ୟ ଜନ୍ତୁ ଠାରୁ କୁକୁର ସଂକ୍ରମିତ ହୋଇଥାଇପାରେ ବୋଲି ମଧ୍ୟ ଚିକିତ୍ସାଧିକାରୀ କହିଛନ୍ତି।
ଏ ନେଇ ମୁଖ୍ୟ ପଶୁ ଚିକିତ୍ସାଧିକାରୀ କ୍ରିଷ୍ଟିନ୍ ମିଡିଲମିସ୍ କହିଛନ୍ତି, କୁକୁର ସଂକ୍ରମିତ ହେବା ଏକ ଦୁର୍ଲ୍ଲଭ ମାମଲା। ଏଭଳି କେସ୍ରେ ହାଲ୍କା ଲକ୍ଷଣ ଦେଖିବାକୁ ମିଳେ ଓ କିଛି ଦିନ ଭିତରେ ହିଁ କୁକୁର ସୁସ୍ଥ ହୋଇଯାଏ। ସେ କହିଛନ୍ତି, କୁକୁର ତା’ ମାଲିକ ଠାରୁ ସଂକ୍ରମିତ ହୋଇଛି ବୋଲି କୌଣସି ପ୍ରମାଣ ନାହିଁ। ସେ କେଉଁଠାରୁ ସଂକ୍ରମିତ ହୋଇଛି ଆମେ ସେ ନେଇ ଅନୁଧ୍ୟାନ କରୁଛୁ। ସଂକ୍ରମଣର ପ୍ରକୃତ କାରଣ ଜଣାଗଲେ ଆମେ ଆଗକୁ ଆହୁରି ଅଧିକ ସଚେତନ ହୋଇପାରିବୁ ବୋଲି ସେ କହିଛନ୍ତି।
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…