ଅଭିନନ୍ଦନଙ୍କ ପରି ରଖିବାକୁ ଚାହୁଁଥିଲେ ନିଶ, ହେଲେ ସେଲୁନ ବାଲା ପୁରା କରିଦେଲା ସଫା . . . ଥାନାରେ ପହଂଚିଲେ ଗ୍ରାହକ

ଅଭିନନ୍ଦନଙ୍କ ପରି ରଖିବାକୁ ଚାହୁଁଥିଲେ ନିଶ । ହେଲେ ସେଲୁନ ବାଲା ପୁରା କରିଦେଲା ସଫା । ଏହା ପରେ ଉକ୍ତ ସେଲୁନ ବାଲାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଗ୍ରାହକ ଜଣକ । ଘଟଣାଟି ଘଟିଛି ନାଗପୁରରେ ।

ସୂଚନା ଅନୁସାରେ, କିରନ ଠାକୁର ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ଏକ ସେଲୁନକୁ ଯାଇ ଅଭିନନ୍ଦନଙ୍କ ପରି ନିଶ କାଟିବାକୁ କହିଥିଲେ । ହେଲେ ସେଲୁନ ବାଲା ପୁରା ନିଶ ଉଡାଇ ଦେଲେ । ଏପରିକି ଏହାକୁ ବିରୋଧ କରିବାରୁ ଓଲଟା ଧମକ ଦେବାକୁ ଲାଗିଥିଲେ । କିରଣଙ୍କ ଅଭିଯୋଗ ଯେ ସେଲୁନ ବାଲା ଜାଣିଶୁଣି ପୁରା ନିଶ କାଟିଦେଇଛି । ଅନ୍ୟପଟେ ସେଲୁନ ବାଲାର କହିବା ଅନୁଯାୟୀ ନିଶ ଭୁଲରେ କଟିଯାଇଛି ।

ଅନ୍ୟପଟେ କିଛି ଦିନ ତଳେ ଅଭିନନ୍ଦନଙ୍କ ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରିବା ପାଇଁ ଦାବି କରିଥିଲେ କଂଗ୍ରେସ୍ ନେତା ଅଧୀର ରଞ୍ଜନ ଚୌଧୁରୀ । ଏହା ସହ କହିଥିଲେ, ବାଲାକୋଟରେ ବାୟୁସେନା ଯେଉଁ ଏୟାରଷ୍ଟ୍ରାଇକ୍ କରିଥିଲା ତାକୁ ସମର୍ଥନ କରୁଛି କଂଗ୍ରେସ୍ । ତେଣୁ ତାଙ୍କର ଦାବି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପୁରସ୍କୃତ କରାଯିବା ସହ ତାଙ୍କର ନିଶକୁ ରାଷ୍ଟ୍ରୀୟ ନିଶ ଘୋଷଣା କରାଯିବା ଉଚିତ୍ । ଏହା ଦ୍ବାରା ଦେଶର ଯୁବପିଢି ପ୍ରେରଣା ପାଇବେ । ତେବେ ଅଧୀର ରଞ୍ଜନଙ୍କ ଏହି ଦାବିରେ ଲୋକସଭାରେ ବାଜିଥିଲା ଜୋରଦାର ତାଳି ।

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

5 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

22 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

55 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

57 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago