ଶରୀରର ସମସ୍ତ ରୋଗକୁ ଚୁଟକିରେ ଦୂର କରି ଦେଇଥାଏ ଏହି ଫଳ, ଏମିତି କରନ୍ତୁ ସେବନ

ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସ୍ୱାସ୍ଥ୍ୟର ଯତ୍ନ ନେବା ବହୁତ ସମସ୍ୟା ହୋଇଗଲାଣି। ଅସମୟରେ ଖାଦ୍ୟ ଖାଇବା ଏବଂ ଠିକ ଭାବରେ ଡାଏଟ୍‌ ନନେବା କାରଣରୁ ଲୋକଙ୍କ ମଧ୍ୟରେ କ୍ଳାନ୍ତି ଓ ଅଳସୁଆପଣ ଆସିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆତ ବହୁତ ଭଲ କାମ କରେ ।

-ଆତରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍‌ -ସି ପ୍ରଚୁର ପରିମାଣରେ ରହିଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

-ଆତରେ ଭିଟାମିନ ବି-୨ ମଧ୍ୟ ବହୁତ ମାତ୍ରାରେ ରହିଥାଏ। ପ୍ରତିଦିନ ଗୋଟିଏ ଲେଖାଏଁ ଆତ ଖାଇବା ଦ୍ୱାରା ମସ୍ତିଷ୍କ ଶାନ୍ତି ରହିଥାଏ। ବିରକ୍ତିଭାବ ଏବଂ କ୍ରୋଧରୁ ମୁକ୍ତି ମିଳିଥାଏ।

-ଏହାକୁ ଖାଇବା ଦ୍ୱାରା ରକ୍ତର ଅଭାବ ଅର୍ଥାତ ଏନିମିଆ ଠାରୁ ରକ୍ଷା ମିଳିଥାଏ। ଯଦି ସବୁବେଳେ ଅସ୍ତବ୍ୟସ୍ତ ଲାଗୁଥାଏ ତେବେ ଏହି ଫଳକୁ ଖାଇବା ଦ୍ୱାରା ବାନ୍ତି ଲାଗି ନଥାଏ।

-ଆତରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରର ଦୁର୍ବଳତାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଭାବରେ ଖାଇବା ଦ୍ୱାରା ମୋଟାପଣ ଠାରୁ ରକ୍ଷା ମିଳିଥାଏ।

ଏହା ସହ ପଢନ୍ତୁ : ବର୍ଷା ଦିନେ ଦୁର୍ବଳ ହୋଇଯାଇଥାଏ ପାଚନ ଶକ୍ତି, ନିହାତି ଏହି ୫ଟି ଖାଦ୍ୟକୁ ଆପଣଙ୍କ ଡାଏଟ୍ ରେ କରନ୍ତୁ ସାମିଲ୍

-ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ଥିବା ଜଳକୁ ସନ୍ତୁଳିତ କରିଥାଏ। ଏହା ଗଣ୍ଠିରେ ଥିବା ଅମ୍ଳକୁ ହଟାଇଥାଏ। ଯାହାଦ୍ୱାରା ଆଣ୍ଠୁ-ଗଣ୍ଠି ରୋଗ ହୋଇନଥାଏ।

-ଏହା ଦାନ୍ତ ପାଇଁ ମଧ୍ୟ ବହୁତ ଲାଭଦାୟକ। ଏହାଦ୍ୱାରା କ୍ୟାଲସିୟମ ଏବଂ ଭିଟାମିନ୍‌-ସି ମିଳିଥାଏ । ଆତ ଖାଇଲେ ଦାନ୍ତ ଯନ୍ତ୍ରଣା ଏବଂ ମାଢ଼ି ଫୁଲିବା ଠାରୁ ରକ୍ଷା ମିଳିଥାଏ।

-ଆତ ଶରୀରର ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇବା ଦ୍ୱାରା ରକ୍ତରେ ଅତିରିକ୍ତ ସୁଗାର ଶୋଷି ହୋଇଯାଏ। ଯାହାଦ୍ୱାରା ମଧୁମେହ ଭଳି ମରାତ୍ମକ ରୋଗ ହୋଇନଥାଏ।

-ଏଥିରେ ସୋଡିୟମ ଏବଂ ପୋଟାସିୟମ ସନ୍ତୁଳିତ ମାତ୍ରାରେ ରହିଥାଏ ଯାହା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ରହିଥାଏ। ଏହାଦ୍ୱାରା ବ୍ଲଡପ୍ରେସର ସାମାନ୍ୟ ରହିଥାଏ।

-ଆତରେ ଭିଟାମିନ ସି ଏବଂ ରେବୋଫ୍ଲୋବିନ ବହୁତ ଅଧିକ ମାତ୍ରାରେ ରହିଥାଏ। ଏହାଦ୍ୱାରା ଚକ୍ଷୁର ରଶ୍ମି ବଢ଼ିଥାଏ ଏବଂ ଚଷମା ବି ଦରକାର ପଡ଼ିବ ନାହିଁ ।

Pritiparna

Recent Posts

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

6 mins ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…

9 mins ago

୨୩ ବର୍ଷ ଧରି ବିଛଣାରେ ରାକେଶ, ଆପଣ ବି ତାଙ୍କ ଅବସ୍ଥା ଦେଖିଲେ କାନ୍ଦି ପକାଇବେ

ବୌଦ୍ଧ (କେନ୍ୟୁଜ) : ଯନ୍ତ୍ରଣା, କଷ୍ଟ । ନାଁ ଶୁଣିଲେ ସୁସ୍ଥ ମଣିଷ ବି ଛାନିଆ ହୋଇଯାଏ । ଏସବୁକୁ…

14 mins ago

ଦୁନିଆର ସବୁଠାରୁ ବଡ଼ ଫୁଲ, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଦୁନିଆରେ ଅନେକ ଗଛ ଏବଂ ଉଦ୍ଭିଦ ଅଛି । ଏହି ଉଦ୍ଭିଦଗୁଡିକ ମଧ୍ୟରୁ ଅନେକ ସେମାନଙ୍କର ସୁଗନ୍ଧ ପାଇଁ ଜଣାଶୁଣା…

26 mins ago

ବାବା ମୁକ୍ତେଶ୍ଵର ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଝୋଳନ ଯାତ୍ରା

କୁଚିଣ୍ଡା: ଭାବ ଆଉ ଭକ୍ତିରେ ବନ୍ଧା ମହାଦେବ । ବାବା ମୁକ୍ତେଶ୍ଵର ସମସ୍ତ ଦୁଃଖ ହରନ୍ତି । ଦୁଃଖ ଜଣାଇବା…

38 mins ago

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପେମା ଖାଣ୍ଡୁ, ଚାଉନା ମୀନ ହେଲେ ଉପମୁଖ୍ୟମନ୍ତ୍ରୀ

ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇଛନ୍ତି ପେମା ଖାଣ୍ଡୁ । ରାଜ୍ୟରେ ବିଜେପି ତୃତୀୟ ଥର ପାଇଁ…

44 mins ago