ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବାଳକର ଓଠକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ବାଳକକୁ ଚୁମ୍ବନ ଦେବା ପରେ ଦଲାଇ ଲାମା ନିଜ ଜିଭ ବାହାର କରି ବାଳକଟିକୁ କହୁଛନ୍ତି, ‘ସକ୍ ମାଇ ଟଙ୍ଗ୍’ ଅର୍ଥାତ୍ ମୋ ଜିଭକୁ ଚୁସ। ଏହି ଭିଡିଓ ଭାଇରାଲ ହେବା ପରେ ଦଲାଇ ଲାମାଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନା କରାଯାଉଛି।
ଦାବି କରାଯାଇଛି ଯେ ଏକ ବୌଦ୍ଧ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣେ ବାଳକ ଦଲାଇ ଲାମାଙ୍କୁ ଆଲିଙ୍ଗନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ ଦଲାଇ ଲାମା ତାଙ୍କୁ ନିଜ ପାଖକୁ ଡାକିଥିଲେ। ସେ ବାଳକ ସହିତ କଥାବାର୍ତ୍ତା କଲାବେଳେ ପ୍ରଥମେ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ ଏବଂ ପରେ ନିଜ ଜିଭ ବାହାର କରି କହିଥିଲେ କି, ‘ମୋ ଜିଭକୁ ଚୁସ’। ଏହା କହି ସେ ଏବଂ ତାଙ୍କ ଆଖପାଖରେ ବସିଥିବା ଲୋକେ ଜୋରରେ ହସିବାକୁ ଲାଗିଥିଲେ।
ଭିଡିଓ ଭାଇରାଲ ହେବା ପରେ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ଦଲାଇ ଲାମା। ତାଙ୍କର ଜଣେ ଅନୁଗାମୀ କହିଛନ୍ତି ଯେ ସେ ବୌଦ୍ଧ ଭୀକ୍ଷୁ ବାଳକ ସହିତ ଥଟ୍ଟା କରୁଥିଲେ। ଭାଇରାଲ୍ ଭିଡିଓରେ ଟ୍ୱିଟର ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।
ଜଣେ ୟୁଜର କହିଛନ୍ତି, ଜଣେ ଶକ୍ତିଶାଳୀ ବୟସ୍କଙ୍କ ତରଫରୁ ଏମିତି କରାଯିବା ଯୌନ ଶୋଷଣର ଗମ୍ଭୀର ମାମଲାରେ ଆସିଥାଏ। ଅନେକ ଲୋକ ଦଲାଇ ଲାମାଙ୍କର ଏହି ଆଚରଣକୁ ଭୟଙ୍କର ଏବଂ ଘୃଣିତ ବୋଲି କହିଛନ୍ତି। ଜଣେ ଲେଖିଛନ୍ତି, ମୁଁ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ଏହି ଦୃଶ୍ୟ ଭୟଙ୍କର। ପିଲାଟି ଡରୁଛି ଏବଂ ଦଲାଇ ଲାମା ଜୋରରେ ହସୁଛନ୍ତି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…