Below header

ବାଳକକୁ ଚୁମ୍ବନ ଦେଲେ, ପୁଣି କହିଲେ, ‘ମୋ ଜିଭକୁ ଶୋଷ’…ଭାଇରାଲ ହେଉଛି ଦଲାଇ ଲାମାଙ୍କ ଭିଡିଓ

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବାଳକର ଓଠକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି।

ତିବ୍ଦତୀୟ ଆଧ୍ୟାତ୍ମିକ ଧର୍ମଗୁରୁ ଦଲାଇ ଲାମାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ଜଣେ ବାଳକର ଓଠକୁ ଚୁମ୍ବନ ଦେଉଥିବା ନଜର ଆସିଛନ୍ତି। ବାଳକକୁ ଚୁମ୍ବନ ଦେବା ପରେ ଦଲାଇ ଲାମା ନିଜ ଜିଭ ବାହାର କରି ବାଳକଟିକୁ କହୁଛନ୍ତି, ‘ସକ୍‌ ମାଇ ଟଙ୍ଗ୍‌’ ଅର୍ଥାତ୍‌ ମୋ ଜିଭକୁ ଚୁସ। ଏହି ଭିଡିଓ ଭାଇରାଲ ହେବା ପରେ ଦଲାଇ ଲାମାଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନା କରାଯାଉଛି।

ଦାବି କରାଯାଇଛି ଯେ ଏକ ବୌଦ୍ଧ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଜଣେ ବାଳକ ଦଲାଇ ଲାମାଙ୍କୁ ଆଲିଙ୍ଗନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ପରେ ଦଲାଇ ଲାମା ତାଙ୍କୁ ନିଜ ପାଖକୁ ଡାକିଥିଲେ। ସେ ବାଳକ ସହିତ କଥାବାର୍ତ୍ତା କଲାବେଳେ ପ୍ରଥମେ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ ଏବଂ ପରେ ନିଜ ଜିଭ ବାହାର କରି କହିଥିଲେ କି, ‘ମୋ ଜିଭକୁ ଚୁସ’। ଏହା କହି ସେ ଏବଂ ତାଙ୍କ ଆଖପାଖରେ ବସିଥିବା ଲୋକେ ଜୋରରେ ହସିବାକୁ ଲାଗିଥିଲେ।

ଭିଡିଓ ଭାଇରାଲ ହେବା ପରେ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି ଦଲାଇ ଲାମା। ତାଙ୍କର ଜଣେ ଅନୁଗାମୀ କହିଛନ୍ତି ଯେ ସେ ବୌଦ୍ଧ ଭୀକ୍ଷୁ ବାଳକ ସହିତ ଥଟ୍ଟା କରୁଥିଲେ। ଭାଇରାଲ୍ ଭିଡିଓରେ ଟ୍ୱିଟର ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

ଜଣେ ୟୁଜର କହିଛନ୍ତି, ଜଣେ ଶକ୍ତିଶାଳୀ ବୟସ୍କଙ୍କ ତରଫରୁ ଏମିତି କରାଯିବା ଯୌନ ଶୋଷଣର ଗମ୍ଭୀର ମାମଲାରେ ଆସିଥାଏ। ଅନେକ ଲୋକ ଦଲାଇ ଲାମାଙ୍କର ଏହି ଆଚରଣକୁ ଭୟଙ୍କର ଏବଂ ଘୃଣିତ ବୋଲି କହିଛନ୍ତି। ଜଣେ ଲେଖିଛନ୍ତି, ମୁଁ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲି। ଅନ୍ୟ ଜଣେ ୟୁଜର ଲେଖିଥିଲେ ଯେ ଏହି ଦୃଶ୍ୟ ଭୟଙ୍କର। ପିଲାଟି ଡରୁଛି ଏବଂ ଦଲାଇ ଲାମା ଜୋରରେ ହସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.