ନୂଆଦିଲ୍ଲୀ : ମୁମ୍ବାଇ ଅଣ୍ଡରଓ୍ଵାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ର ଛଅ ସମ୍ପତ୍ତିକୁ ନିଲାମ କରାଯାଇଛି । ଏହି ସମ୍ପତ୍ତିକୁ ଦିଲ୍ଲୀରେ ରହୁଥିବା ଦୁଇଜଣ ଓକିଲ କିଣିଛନ୍ତି । ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ଦାଉଦ୍ ଫେରାର୍ ହୋଇଯାଇଥିଲା । ଏହି ବିସ୍ଫୋରଣରେ ୧୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ପରେ ଦାଉଦ ଫେରାର୍ ହୋଇ କରାଚିରେ ରହୁଥିବା ଜଣାଯାଇଛି । ଦାଉଦ୍ର ଭାରତ ଓ ବ୍ରିଟେନ୍, ସ୍ଫେନ୍, ମରୋକୋ, ତୁର୍କି, ଅଷ୍ଟ୍ରେଲିଆ,ସାଇପ୍ରସ ସ ୟୁଏଇ ଭଳି ଭାରତ ବାହାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାଯାଇଛି ।
ମହାରାଷ୍ଟ୍ରରେ ଥିବା ଦାଉଦ୍ର ଏହି ୬ ଟି ସମ୍ପତ୍ତିର ମୂଲ୍ୟ ରହିଛି ୬୧ ଲକ୍ଷ ୪୮ ହଜାର ୧୦୦ ଟଙ୍କା । ନଭେମ୍ବର ୨ରେ ଏହି ସବୁ ସମ୍ପତ୍ତିର ନିଲାମ ପାଇଁ ଆହ୍ଵାନ କରାଯାଇଥିଲା । ଆଜି ଏହିସବୁ ସମ୍ପତ୍ତିର ନିଲାମ ହୋଇଛି । ଦିଲ୍ଲୀର ଦୁଇ ଜଣ ଓକିଲ ଏହି ସମ୍ପତ୍ତିକୁ କିଣିଥିବା ଜଣାଯାଇଛି ।
ଆଇସିସି ଟି୨୦ ବିଶ୍ୱକପରେ ପାକିସ୍ତାନ ଆମେରିକା ଠାରୁ ପରାଜୟ ପାଇଛି । ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ସୁପର ଓଭରରେ…
କଟକ : ମୋ ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । କଟକ ସଦର ଥାନା ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା…
ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକରେ ଆସନ୍ତାକାଲି ବନ୍ଦ ରହିବ ତେଲୁଗୁ ଇଣ୍ଡଷ୍ଟ୍ରୀ । ଆସନ୍ତାକାଲି ରାମୋଜୀ…
କେନ୍ୟୁଜ(ବ୍ୟୁରୋ ) : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ ।…
ଫ୍ୟାଟି ଲିଭର ଦୁଇ ପ୍ରକାରର ଅଛି, ପ୍ରଥମଟି ହେଉଛି ଆଲକୋହଲିକ୍ ଫ୍ୟାଟି ଲିଭର, ଯାହା ଅତ୍ୟଧିକ ମଦ୍ୟପାନ ହେତୁ ହୋଇଥାଏ…
ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି…