Below header

ନିଲାମ ହେଲା ପଳାତକ ଦାଉଦ୍‌ ଇବ୍ରାହିମ୍‌ର ୬ ସମ୍ପତ୍ତି, ଦିଲ୍ଲୀର ଦୁଇ ଓକିଲ କିଣିଲେ ଏମିତି ମୂଲ୍ୟରେ

ନୂଆଦିଲ୍ଲୀ : ମୁମ୍ବାଇ ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ର ଛଅ ସମ୍ପତ୍ତିକୁ ନିଲାମ କରାଯାଇଛି । ଏହି ସମ୍ପତ୍ତିକୁ ଦିଲ୍ଲୀରେ ରହୁଥିବା ଦୁଇଜଣ ଓକିଲ କିଣିଛନ୍ତି । ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିଜ ବୋମା ବିସ୍ଫୋରଣ ପରେ ଦାଉଦ୍‌ ଫେରାର୍‌ ହୋଇଯାଇଥିଲା । ଏହି ବିସ୍ଫୋରଣରେ ୧୫୦ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ପରେ ଦାଉଦ ଫେରାର୍‌ ହୋଇ କରାଚିରେ ରହୁଥିବା ଜଣାଯାଇଛି । ଦାଉଦ୍‌ର ଭାରତ ଓ ବ୍ରିଟେନ୍‌, ସ୍ଫେନ୍‌, ମରୋକୋ, ତୁର୍କି, ଅଷ୍ଟ୍ରେଲିଆ,ସାଇପ୍ରସ ସ ୟୁଏଇ ଭଳି ଭାରତ ବାହାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାଯାଇଛି ।

ମହାରାଷ୍ଟ୍ରରେ ଥିବା ଦାଉଦ୍‌ର ଏହି ୬ ଟି ସମ୍ପତ୍ତିର ମୂଲ୍ୟ ରହିଛି ୬୧ ଲକ୍ଷ ୪୮ ହଜାର ୧୦୦ ଟଙ୍କା । ନଭେମ୍ବର ୨ରେ ଏହି ସବୁ ସମ୍ପତ୍ତିର ନିଲାମ ପାଇଁ ଆହ୍ଵାନ କରାଯାଇଥିଲା । ଆଜି ଏହିସବୁ ସମ୍ପତ୍ତିର ନିଲାମ ହୋଇଛି । ଦିଲ୍ଲୀର ଦୁଇ ଜଣ ଓକିଲ ଏହି ସମ୍ପତ୍ତିକୁ କିଣିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.