ଦେଶ ବିଦେଶ

ଗଣେଶ ପୂଜାରେ ହନୁମାନ ବେଶ ହୋଇ ନୃତ୍ୟ କରୁଥିଲେ ବ୍ୟକ୍ତି; ନାଚୁ ନାଚୁ ମଞ୍ଚରେ ହିଁ ଟଳି ପଡ଼ିଲେ…ଦେଖନ୍ତୁ ମୃତ୍ୟୁବେଳର ଭିଡିଓ

ବେଳେବେଳେ ଆମ ଚାରିଆଖରେ ଏମିତି ଘଟଣା ସବୁ ଘଟିଥାଏ, ଯାହାକୁ ଦେଖି ସହଜରେ ବିଶ୍ୱାସ କରି ହୁଏ ନାହିଁ। କିଛି ଘଟଣା ଆମକୁ ବିଚଳିତ କରି ଦେଇଥାଏ ତ କିଛି ଘଟଣା ଆମକୁ ସମ୍ପୂର୍ଣ୍ଣ ରୂପେ ସ୍ତବ୍ଧ କରି ଦେଇଥାଏ। ଏବେ ଏହିଭଳି ଏକ ଘଟଣା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି। ସମସ୍ତେ ନିଜ ପ୍ରିୟ କଳାକାରଙ୍କୁ ହରାଇ ନୀରବ ପାଲଟି ଯାଇଛନ୍ତି। ସତକୁ କେହି ସହଜରେ ଗ୍ରହଣ କରି ନାହାନ୍ତି। ଆସନ୍ତୁ ଜାଣିବା ଏହା ବିଷୟରେ…।

ଉତ୍ତର ପ୍ରଦେଶର ମେନପୁରୀରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଠାରେ ଏକ ଗଣେଶ ପୂଜା ପେଣ୍ଡାଲରେ ହନୁମାନ ବେଶଧାରୀ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବ୍ୟକ୍ତି ଜଣକ ହନୁମାନଙ୍କ ବେଶରେ ମଞ୍ଚରେ ନୃତ୍ୟ କରୁଥିଲେ। ହେଲେ ଏହି ସମୟରେ ହଠାତ୍ ସେ ତଳେ ପଡ଼ି ଯାଇଥିଲେ। କିନ୍ତୁ ପେଣ୍ଡାଲରେ ବସିଥିବା ଲୋକମାନେ ଏହା ତାଙ୍କର ଅଭିନୟ ବୋଲି ଭାବି କରତାଳି ମାରି ଚାଲିଥିଲେ। ବହୁ ସମୟ ଧରି ବ୍ୟକ୍ତି ଜଣକ ଯେତେବେଳେ ନ ଉଠିଥିଲେ, ତ ଉପସ୍ଥିତ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ମୁତାବକ, ଏହି ଘଟଣା ମେନପୁରୀ ଜିଲ୍ଲାର ମୋହଲା ବଂଶୀ ଗୋହରାର। ଏହି ପୂରା ଘଟଣାର ଭିଡିଓ ସାମ୍ନାକୁ ଆସି ଯାଇଛି, ଯାହାକୁ ଦେଖି ଆପଣ ମଧ୍ୟ ସ୍ତବ୍ଧ ହୋଇଯିବେ। ଗଣେଶ ପେଣ୍ଡାଲରେ ନାଚୁଥିବା ବେଳେ ୩୫ ବର୍ଷୀ ରବି ଶର୍ମାଙ୍କୁ ହଠାତ୍ ହୃଦଘାତରେ ଆସିଥିଲା, ଯାହା ଫଳରେ ସେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଲୋକମାନେ ଭାବିଥିଲେ କି, ଏହା ତାଙ୍କ ନୃତ୍ୟର ଏକ ଅଂଶ ଥିବ, ତେଣୁ ସେମାନେ କରତାଳି ମାରିଥିଲେ। କିନ୍ତୁ ସେତେବେଳକୁ ହନୁମାନ ବେଶଧାରୀ ବ୍ୟକ୍ତି ଜୀବନ ହାରି ସାରିଥିଲେ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଯେତେବେଳେ ବ୍ୟକ୍ତି ଉଠି ନ ଥିଲେ, ତ ମଞ୍ଚ ଉପରେ ବସିଥିବା ଲୋକମାନଙ୍କର ସନ୍ଦେହ ହୋଇଥିଲା। ସଙ୍ଗେ ସଙ୍ଗେ ସେମାନେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବ୍ୟକ୍ତିଙ୍କ ଠାରେ କୌଣସି ବି ହଲ୍‌ଚଲ୍‌ ଦେଖିବାକୁ ମିଳି ନ ଥିଲା। ଏହାପରେ ତୁରନ୍ତ ତାଙ୍କୁ ଜିଲ୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଯାଞ୍ଚ ପରେ ଡାକ୍ତରମାନେ ରବିଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହନୁମାନ ବେଶଧାରୀ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପୂରା ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ସମସ୍ତେ ଏହି ଘଟଣାକୁ ନେଇ ସ୍ୱବ୍ଧ ହୋଇ ଯାଇଛନ୍ତି। ପେଣ୍ଡାଲରେ ନିରବତା ରହିଛି। ଲୋକମାନଙ୍କ କହିବା ହେଲା, ରବି ଜଣେ ଭଲ କଳାକାର ଥିଲେ। ସେ ଭଲ ଅଭିନୟ କରି ଲୋକମାନଙ୍କର ମନୋରଞ୍ଜନ କରୁଥିଲେ। ସେପଟେ ସୂଚନା ପାଇବା ପରେ ରବିଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। କୁହାଯାଉଛି ଯେ ପରିବାର ଲୋକେ ବ୍ୟବଚ୍ଛେଦ ନ କରି ମୃତଦେହକୁ ଘରକୁ ନେଇ ଯାଇଥିଲେ।

Roshni

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

7 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

18 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago