ଦେଶ ବିଦେଶ

ରାସ୍ତା ମଝିରେ ଖରାପ ହୋଇଗଲା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗାଡ଼ି; ସଙ୍ଗେ ସଙ୍ଗେ ଏମିତି ନିଷ୍ପତ୍ତି ନେଲେ ଅଧିକାରୀ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ନିଜର ଦୁଇ ଦିନିଆ ବିଜନୋର ଗସ୍ତରେ ଅଛନ୍ତି। ଏହି ସମୟରେ ସିଏମ୍ ଯୋଗୀ ଅନେକ କାର୍ଯ୍ୟକ୍ରମ ଏବଂ ସାଧାରଣ ସଭାରେ ଭାଗ ନେବେ। ଗତ ଶନିବାର ରାତିରେ ଏକ କାର୍ଯ୍ୟକ୍ରମରୁ ଫେରିବା ବାଟରେ ତାଙ୍କ କାର ହଠାତ୍‌ ଖରାପ ହୋଇ ଯାଇଥିଲା। କାର ଖରାପ ହେବାର ସୂଚନା ପାଇବା କ୍ଷଣି ଉପସ୍ଥିତ ଅଧିକାରୀମାନେ ତତ୍ପର ହୋଇ ଉଠିଥିଲେ, ଯାହାର ତୁରନ୍ତ ପରେ ଯୋଗୀଙ୍କୁ ଅନ୍ୟ ଏକ କାରରେ ବସାଇ ପଠା ଯାଇଥିଲା।

ସିଏମ ଯୋଗୀ ବିଜନୋରରେ ବିଦୂର ମନ୍ଦିର ଦର୍ଶନ କରିବା ପରେ ନିଜ ଗନ୍ତବ୍ୟ ସ୍ଥଳକୁ ଫେରୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ହଠାତ୍ ରାସ୍ତା ମଝିରେ ଅଟକି ଯାଇଥିଲା। ସିଏମଙ୍କ କାର ଅଟକି ଯିବା କ୍ଷଣି ଅଧିକାରୀ ମାନେ ଇତଃସ୍ତତଃ ହୋଇ ପଡ଼ିଥିଲେ। ସୁରକ୍ଷା ବଳୟ ସହିତ ଚାଲୁଥିବା ଅଧିକାରୀ ଏବଂ ଦଳୀୟ ନେତା ସଙ୍ଗେ ସଙ୍ଗେ ତାଙ୍କ କାର ନିକଟରେ ପହଞ୍ଚି ଯାଇଥିଲେ। ସେଠାରେ କାର୍‌ ଡ୍ରାଇଭର ସିଏମ୍‌ଙ୍କ ଗାଡ଼ି ଖରାପ ହୋଇ ଯାଇଥିବା ନିଶ୍ଚିତ କରିଥିଲେ।

ଏହା ପରେ ସିଏମ ଯୋଗୀଙ୍କୁ ସୁରକ୍ଷା ବଳୟ ଭିତରେ ଯାଉଥିବା ଅନ୍ୟ ଏକ ଗାଡ଼ିରେ ବସାଇ ଡାକ ବଙ୍ଗଳାକୁ ପଠା ଯାଇଥିଲା। ସୂଚନା ଥାଉ କି, ଶନିବାର ବିଳମ୍ବିତ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ବିଜନୋର ଠାରୁ ୧୦ କିଲୋମିଟର ଦୂରରେ ଥିବା ମହାତ୍ମା ବିଦୂରଙ୍କ ଐତିହାସିକ ମନ୍ଦିର ଦର୍ଶନ କରିବା ପାଇଁ ଯାଇଥିଲେ। ଦର୍ଶନ ପରେ ଯେତେ ବେଳେ ସେ ଡାକ ବଙ୍ଗଳାକୁ ଫେରୁଥିଲେ, ଏହି ସମୟରେ ତାଙ୍କ କାର ହଠାତ୍‌ ଖରାପ ହୋଇ ଯାଇଥିଲା, ଯାହା ଫଳରେ କାର୍‌ ଆଗକୁ ଗଡ଼ି ନ ଥିଲା।

ମିଳିଥିବା ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଠାରେ ୨୩୫ କୋଟି ମୂଲ୍ୟର ୧୧୬ଟି ପ୍ରକଳ୍ପର ଲୋକାର୍ପଣ ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସିଏମ ମହାତ୍ମା ବିଦୂର ସଭାଗାରକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ଏହା ସହିତ ସେ ନୂଆ ପୋଲିସ ଲାଇନରେ ବାରାକ୍‌ ଏବଂ ଆବାସ ଗୁଡ଼ିକର ବି ଲୋକାର୍ପଣ କରିଥିଲେ।

ବିଜନୋରକୁ ନେଇ ଭାଙ୍ଗିଲେ ଗୁଜବ!

କହି ରଖୁଛୁ, ବିଜନୋରକୁ ନେଇ ଲୋକଙ୍କ ମୁହଁରେ ଏକ ଗୁଜବ ରହି ଆସିଛି। ଏହା ମୁତାବକ, ଯେଉଁ ବି ମୁଖ୍ୟମନ୍ତ୍ରୀ ବିଜନୋର ଗସ୍ତରେ ଆସିଛନ୍ତି, ସେମାନେ ପୁନର୍ବାର କ୍ଷମତାକୁ ଫେରି ନାହାନ୍ତି। କିନ୍ତୁ ସିଏମ୍ ଯୋଗୀ ଏବେ ଏହି ଗୁଜବକୁ ଭାଙ୍ଗି ଦେଇଛନ୍ତି। ଯୋଗୀ ଏ ପର୍ଯ୍ୟନ୍ତ ସାତ ଥର ଏହି ଜିଲ୍ଲାକୁ ଆସି ସାରିଛନ୍ତି। ଏଥି ସହିତ ୧୩ ବର୍ଷ ପରେ ବର୍ତ୍ତମାନ ଏକ ଇତିହାସ ମଧ୍ୟ ଲିପିବଦ୍ଧ ହୋଇଛି। ବିଜନୋରରେ ୧୩ ବର୍ଷ ପରେ ଏପରି କିଛି ଘଟିଛି, ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀ ରାତି ବିଶ୍ରାମ ପାଇଁ ଏହି ଠାରେ ଅଟକିଛନ୍ତି। ଏହା ପୂର୍ବରୁ ୨୦୦୯ ମସିହାରେ ସିଏମ୍‌ ମାୟାବତୀ ଏଠାରେ ଡାକ ବଙ୍ଗଳାରେ ରହିଥିଲେ। କିନ୍ତୁ ସେ କିଛି ସମୟ ରହି ଅମରୋହା ଅଭିମୁଖେ ବାହାରି ଥିଲେ।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

26 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

45 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

53 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago