କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କଠାରେ ହାଲୁକା ଲକ୍ଷଣ ଦେଖାଦେଇଛି, ଯାହାପରେ ସେ ନିଜକୁ କ୍ୱାରେଣ୍ଟାଇନ୍ କରିନେଇଛନ୍ତି।
ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନେ ରାଜନାଥ ସିଂଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ ସିଂ ଆଜି ଏପ୍ରିଲ ୨୦ରେ ଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେବାର ଥିଲା। କିନ୍ତୁ କରୋନା ଭାଇରସ୍ରେ ଆକ୍ରାନ୍ତ ହେବା କାରଣରୁ ସେ ଯୋଗଦେଇ ପାରିବେ ନାହିଁ।
ପ୍ରତିରକ୍ଷା ମନ୍ତ୍ରୀ ଗତକାଲି କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଅନୀତା ଆନନ୍ଦଙ୍କ ସହ ଟେଲିଫୋନ୍ରେ ବାର୍ତ୍ତାଳାପ କରିଥିଲେ। ଦୁଇ ଦେଶର ପ୍ରତିରକ୍ଷା ଭାଗିଦାରୀକୁ ଏକ ଉଚ୍ଚ ସ୍ତରକୁ ନେଇଯିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଅନୀତା ଆନନ୍ଦ ରାଜନାଥ ସିଂଙ୍କୁ କାନାଡାର ଇଣ୍ଡୋ-ପାସିଫିକ୍ ରଣନୀତି ଏବଂ ଭାରତ ସହିତ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…
ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…
ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…
କଟକ(କେନ୍ୟୁଜ୍): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…