ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ହେଲେ କରୋନା ପଜିଟିଭ୍‌, ଘରେ ନିଜକୁ କଲେ କ୍ୱାରେଣ୍ଟାଇନ୍‌

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କଠାରେ ହାଲୁକା ଲକ୍ଷଣ ଦେଖାଦେଇଛି, ଯାହାପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରାଜନାଥ ସିଂଙ୍କଠାରେ ହାଲୁକା ଲକ୍ଷଣ ଦେଖାଦେଇଛି, ଯାହାପରେ ସେ ନିଜକୁ କ୍ୱାରେଣ୍ଟାଇନ୍‌ କରିନେଇଛନ୍ତି।

ସେପଟେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଡାକ୍ତରମାନେ ରାଜନାଥ ସିଂଙ୍କୁ ବିଶ୍ରାମ କରିବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ ସିଂ ଆଜି ଏପ୍ରିଲ ୨୦ରେ ଦିଲ୍ଲୀରେ ଭାରତୀୟ ବାୟୁସେନା କମାଣ୍ଡର୍ସ ସମ୍ମିଳନୀରେ ଯୋଗଦେବାର ଥିଲା। କିନ୍ତୁ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବା କାରଣରୁ ସେ ଯୋଗଦେଇ ପାରିବେ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ଗତକାଲି କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଅନୀତା ଆନନ୍ଦଙ୍କ ସହ ଟେଲିଫୋନ୍‌ରେ ବାର୍ତ୍ତାଳାପ କରିଥିଲେ। ଦୁଇ ଦେଶର ପ୍ରତିରକ୍ଷା ଭାଗିଦାରୀକୁ ଏକ ଉଚ୍ଚ ସ୍ତରକୁ ନେଇଯିବା ଦିଗରେ କାର୍ଯ୍ୟ କରିବାକୁ ଉଭୟ ନିଷ୍ପତ୍ତି ନେଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଅନୀତା ଆନନ୍ଦ ରାଜନାଥ ସିଂଙ୍କୁ କାନାଡାର ଇଣ୍ଡୋ-ପାସିଫିକ୍ ରଣନୀତି ଏବଂ ଭାରତ ସହିତ ସମ୍ପର୍କ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।