Below header

NPCIL ରେ ବମ୍ପର ଭର୍ତ୍ତି, ଗେଟ୍‌ ପରୀକ୍ଷା ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

NPCIL ରେ ଖାଲିପଡିଛି ୩୨୫ ପଦବୀ । ପ୍ରାର୍ଥୀଙ୍କ ଚୟନ ଗେଟ୍‌ ସ୍କୋର ଆଧାରରେ କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ୨୦୨୩ ରହିଛି ।

ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । NPCIL ରେ ଖାଲିପଡିଛି ୩୨୫ ପଦବୀ । ଏହି ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ପ୍ରାର୍ଥୀଙ୍କ ଚୟନ ଗେଟ୍‌ ସ୍କୋର ଆଧାରରେ କରାଯିବ । ଏହି ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ npcilcareers.co.in କୁ ଯାଇ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ୨୦୨୩ ରହିଛି ।

ଆବେଦନ କରିବା ପାଇଁ ପ୍ରାର୍ଥୀ ଗେଟ୍‌ କ୍ୱାଲିଫାଏ କରିଥିବା ନିହାତି ଜରୁରୀ । ୨୦୨୧, ୨୦୨୨, ୨୦୨୩ ଗେଟ୍‌ କ୍ୱାଲିଫାଏଡ କରିଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୩୨୫

ମେକାନିକାଲ : ୧୨୩
କେମିକାଲ : ୫୦
ଇଲେକ୍ଟ୍ରିକାଲ : ୫୭
ଇଲେକ୍ଟ୍ରୋନିକ୍ସ : ୨୫
ଇଷ୍ଟମେଣ୍ଟେସନ : ୨୫
ସିଭିଲ : ୪୫

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଗେଟ୍‌ ସ୍କୋର ଆଧାରରେ ହେବ । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଏବଂ ମେଡିକାଲ ଟେଷ୍ଟ ଆଧାରରେ ହେବ ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀ, EWS, ଓବିସି ଏବଂ ପୁରୁଷ ପ୍ରାର୍ଥୀ ୫୦୦ ଟଙ୍କା ଆବେଦନ ଶୁଳ୍କ ଭରିବାକୁ ହେବ । ଅନୁସୂଚିତ ଜାତି, ଜନଜାତି, ପିଡବ୍ଲ୍ୟୁଡି, ପୂର୍ବତନ ସୈନିକ, ମହିଳା ପ୍ରାର୍ଥୀଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବନି ।

ଆବେଦନ କରିବାର ପ୍ରକ୍ରିୟା : ପ୍ରଥମେ ଅଫିସିଆଲ ୱେବସାଇଟ୍‌ npcilcareers.co.in କୁ ଯଯାଆନ୍ତୁ ।

ଏହାପରେ NPCIL ରିକ୍ରୁଟମେଣ୍ଟ ଲିଙ୍କକୁ ଯାଆନ୍ତୁ ।

ଏବେ ପ୍ରାର୍ଥୀ ସମସ୍ତ ବିବରଣୀ ଭରିବା ପରେ ସବମିଟ୍‌ କରନ୍ତୁ ।

ତା ପରେ ଆବେଦନ ଶୁଳ୍କ ଭରନ୍ତୁ ।

ଏହାପରେ ଡକ୍ୟୁମେଣ୍‌ଟ ଅପଲୋଡ୍‌ କରନ୍ତୁ ।

ସବୁ ସରିବା ପରେ ଏକ କପି ଡାଉନଲୋଡ କରି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.npcil.nic.in/WriteReadData/userfiles/file/Advt_ET_04042023_01.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.