Below header

ମାନସିକ ପୂରଣ ହେଲା, ମା ରାମଚଣ୍ଡିଙ୍କୁ ଝିଅ ଓଜନର ଭୋଗ ଲଗାଇଲେ ପରିବାର

ମରଣ ମୁହଁରେ ପଡିଥିବା ଝିଅକୁ ବଂଚାଇବା ପାଇଁ ପରିବାର ଲୋକେ ଶେଷରେ ମା ରାମଚଣ୍ଡୀଙ୍କ ଶରଣରେ ଆସିଲେ। ତାପରେ ଝିଅ ଯାଇ ସୁସ୍ଥ ହେଲା। ଆଉ ଏବେ ଝିଅର ଓଜନ ଯେତିକି ସେତିକି ଓଜନର ଫଳ ଭୋଗ ଲଗାଇ ମନସ୍କାମନା ପୂରଣ କରିଛନ୍ତି ପରିବାର ଲୋକେ। ମାଆଙ୍କ ଅଲୌକିକ କଥା ଭିତରୁ ଏକ ନିଚ୍ଛକ ଉଦାହରଣ ଏବେ ଦେଖିବାକୁ ମିଳିଛି ରାମଚଣ୍ଡିଙ୍କ ପୀଠରେ।

ମହାକାଳପଡା(କେନ୍ୟୁଜ):  ମା ସବୁବେଳେ ତା ଭକ୍ତଙ୍କୁ ବିପଦରୁ ରକ୍ଷା କରିଥାଏ। ଯେତେବେଳେ ବି ତା ଭକ୍ତ କୌଣସି ଅସୁବିଧାରେ ପଡ଼ିଥାଏ ମା ସବୁବେଳେ ଡାକ ଶୁଣିଥାଏ। ଏମିତି ଭକ୍ତ ମନ ବୁଝୁଥିବା ମା ସିଏ। କେହି କେବେ ବି ତା ଦୁଆରୁ ଖାଲି ହାତରେ ଫେରେନି। ଭକ୍ତଙ୍କୁ ଦୁଃଖ ସାଗରରୁ ମୁକ୍ତି ଦେଉଥିବାରୁ ସେ ହେଉଛନ୍ତି ଦୁଃଖହାରିଣୀ ମା ରାମଚଣ୍ଡୀ।

ଏମିତି ଏକ ଦ୍ରୁଶ୍ଯ ଦେଖିବାକୁ ମିଳିଛି ମା ରାମଚଣ୍ଡିଙ୍କ ପୀଠରେ । ମରଣ ମୁହଁରେ ପଡିଥିବା ଝିଅକୁ ବଂଚାଇବା ପାଇଁ ପରିବାର ଲୋକେ ଶେଷରେ ମା ରାମଚଣ୍ଡୀଙ୍କ ଶରଣରେ ଆସିଲେ। ତାପରେ ଝିଅ ଯାଇ ସୁସ୍ଥ ହେଲା। ଆଉ ଏବେ ଝିଅର ଓଜନ ଯେତିକି ସେତିକି ଓଜନର ଫଳ ଭୋଗ ଲଗାଇ ମନସ୍କାମନା ପୂରଣ କରିଛନ୍ତି ପରିବାର ଲୋକେ। ମାଆଙ୍କ ଅଲୌକିକ କଥା ଭିତରୁ ଏକ ନିଚ୍ଛକ ଉଦାହରଣ ଏବେ ଦେଖିବାକୁ ମିଳିଛି।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ଦରିଆ ପାରି ମା ରାମଚଣ୍ଡି। ଭକ୍ତି ଓ ଶ୍ରଦ୍ଧାରେ ଡାକିଲେ ମା ଦୁଃଖ ଶୁଣନ୍ତି। ପ୍ରତିବର୍ଷ ପରି ଚଳିତ ବର୍ଷ ବି ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଅବସରର ବିଦ୍ଯୁତ୍ ଆଘାତରେ ଗୁରୁତ୍ତର ହୋଇଥିବା ଜଣେ ଯୁବତୀ ସୁସ୍ଥ ହେବା ପରେ ତାଙ୍କ ପିତାମାତା ନିଜ ଝିଅ ର ଓଜନ ର ଫଳ ଭୋଗ ମା ଙ୍କୁ ସମର୍ପଣ କରିଥିବା ଦେଖିବାକୁ ମିଳିଛି। ମା ଙ୍କ ଆର୍ଶ୍ରିବାଦରୁ ମରଣ ମୁହଁ ରୁ ନିଜ ଝିଅ ର ଜୀବନ ଫେରି ପାଇ ଥିବାରୁ ପରିବାର ର ସଦସ୍ୟ ମାନେ ମାଙ୍କ ନିକଟରେ ପହଞ୍ଚି ଗୋଟିଏ ତରାଜୁର ଗୋଟିଏ ପାର୍ଶ୍ୱରେ ନିଜ ଝିଅ ଓ ଅନ୍ୟ ପଟେ ଫଳ ଓଜନ ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।

bhoga

ମହାକାଳପଡା ବ୍ଲକର ବଉଳ କଣି ପଞ୍ଚାୟତର ବାଘୁଆମେଦି ଗାଁର ଜଗନ୍ନାଥ ମଣ୍ଡଳଙ୍କ ୧୭ ବର୍ଷର ଝିଅ ରଶ୍ମିତା ମଣ୍ଡଳ। ଯିଏ ଗତ ବର୍ଷ ବିଦ୍ୟୁତ୍ ଆଘାତରେ ଗୁରୁତର ହୋଇଥିଲେ ତାଙ୍କୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମ୍ରୁତ୍ୟୁ ସହ ସଂଗ୍ରାମ କରୁଥିବା ଝିଅର ଜୀବନ ଫେରିପାଇବା ପାଇଁ ମେଡିକାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ପିତା ମାତା ନିଜ ଝିଅର ଆରୋଗ୍ୟ କାମନା କରି ମା ରାମଚଣ୍ଡିଙ୍କୁ ପ୍ରାର୍ଥନା କରିବା ସହ ମାନସିକ ରଖିଥିଲେ। ଝିଅ ଭଲ ହୋଇଗଲେ ଝିଅ ଓଜନର ଭୋଗ ଲାଗି କରିବେ। ମା ରାମଚଣ୍ଡୀଙ୍କ ଆଶିର୍ବାଦରୁ ଝିଅ ପୂର୍ଣ୍ଣ ଜନ୍ମ ପାଇଛି ବୋଲି ରଶ୍ମିତାଙ୍କ ମାଆ ଅଳ୍ପନା ମଣ୍ଡଳ କହିଛନ୍ତି।

ଦରିଆପାରୀ ମାଆ ରାମଚଣ୍ଡୀଙ୍କ ଅପାର କ୍ରୁପା। ଏଠି ଯିଏ ମାଆଙ୍କ ସରଣରେ ଆସେ ମନସ୍କାମନା ପୁରଣ ହୋଇଥାଏ ବୋଲି ଭକ୍ତ ମହଲରେ ଶୁଣିବାକୁ ମିଳିଥାଏ। ଚଳିତବର୍ଷ ପବିତ୍ର ପଣା ସଙ୍କ୍ରାନ୍ତି ଠାରୁ ସପ୍ତାହେବ୍ୟାପି ମାଆଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ ଏଠାରେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.