ଦେଶ ବିଦେଶ

ପିଲାଙ୍କ ପାଇଁ ମୋବାଇଲ ଗେମ୍‌ ହୋଇଛି କାଳ, ପଦକ୍ଷେପ ନେବାକୁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ତାଗିଦ

ନୂଆଦିଲ୍ଲୀ : ଗେମ୍‌ ନିଶାରେ ଅଭ୍ୟସ୍ତ ହୋଇ ପିଲାମାନେ ପ୍ରାଣ ହରାଉଥିବା ବିଭିନ୍ନ ଖବର ଆସିବା ପରେ ଦିଲ୍ଲୀ ହାଇକୋର୍ଟ ଏବେ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ପିଲାଙ୍କୁ ଏପରି ଅନଲାଇନ୍‌ ଗେମ୍‌ ନିଶାରୁ ବଞ୍ଚାଇବା ପାଇଁ ଏକ ଜାତୀୟ ନୀତି ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପିଲାଙ୍କୁ ଏପରି ଗେମ ନିଶାରୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଆଦେଶ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଜଷ୍ଟିସ ଡି. ଏନ୍‌. ପଟେଲ ଓ ଜଷ୍ଟିସ୍‌ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି ।

କରୋନା କାଳରେ ପିଲାମାନେ ଅନ୍‌ଲାଇନ ପାଠ ପଢ଼ୁଥିବା ବେଳେ ବିଶେଷ ଭାବେ ଗେମ୍‌ ପ୍ରତି ଆକୃଷ୍ଟ ହେଉଛନ୍ତି । ଏହାଦ୍ୱାରା ସେମାନେବିଭିନ୍ନ ପ୍ରକାର ମାନସିକ ସମସ୍ୟାର ଶିକାର ହୋଇଛନ୍ତି ବୋଲି ଅନେକ ଅଭିଭାବକ ସେମାନଙ୍କ ଆଗରେ ଅଭିଯୋଗ କରିଛନ୍ତି । ଏପରିକି ୧୦ ବର୍ଷରୁ କମ୍‌ ବୟସର ପିଲାମାନେ ଗେମ୍‌ ପ୍ରତି ଅଧିକ ଆକୃଷ୍ଠ ହେଉଛନ୍ତି ।

ଅନ୍‌ଲାଇନ ସମୟରେ ପିଲାମାନେ ପାଠ ପଢ଼ା ନାମରେ ପାଠ କମ ଅନ୍‌ଲାଇନ୍‌ ଗେମ୍‌ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ନେଇ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିଲା । ଏସବୁ ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଉଥିବାରୁ କେନ୍ଦ୍ର ସରକାର କିଛି ନୀତି ନିର୍ଦ୍ଧାରଣ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ଲାଇନ୍ ଗେମ୍ର କୁପ୍ରଭାବରୁ ପିଲାମାନେ କ୍ରମଶଃ ଉଗ୍ର ଓ ଆକ୍ରମଣାତ୍ମକ ହୋଇପଡ଼ୁଥିବା ନେଇ ପ୍ରମୁଖ ମେଡିକାଲ ଜର୍ଣ୍ଣାଲ ‘ଲାନସେଟରେ ’ ଏହି ତଥ୍ୟ ପ୍ରକାଶ ପାଇଛି । ତେଣୁ କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ଏକ ଜାତୀୟ ନୀତି ନିର୍ଦ୍ଧାରଣ କରନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ପିଟିସନ ଉପରେ ମାନ୍ୟବର କୋର୍ଟ ଏହି ଆଦେଶ ଦେଇଛନ୍ତି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago