ଦିଲ୍ଲୀ ହାଇକୋର୍ଟଙ୍କ ସବୁଜ ଦଣ୍ଡ : ୨-ଜି ଅଭିଯୁକ୍ତଙ୍କୁ ଆଦେଶ ଦେଲେ ୪୦ ହଜାର ବୃକ୍ଷରୋପଣ ପାଇଁ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟର ବିଚାରପତି ନଜମି ବଜିର ଆଜି ଏକ ଅଭିନବ ଦଣ୍ଡାଦେଶ ଦେଇଛନ୍ତି । ୨-ଜି ଦୁର୍ନୀତି ଅଭିଯୁକ୍ତ ସାହିଦ ବଲବା ସମେତ ଦୁଇ ଜଣ ବ୍ୟକ୍ତି ଏବଂ ଏଥିରେ ପକ୍ଷ ଥିବା ୩ଟି କମ୍ପାନୀଙ୍କୁ ୪୦ ହଜାର ବୃକ୍ଷ ରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ଏସବୁ ଗଛ ଲଗାଇ ଆଗାମୀ ବର୍ଷା ୠତୁ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ କରିବାକୁ ମଧ୍ୟ ରାୟରେ କହିଛନ୍ତି ।

ପୃଥିବୀ ବୃକ୍ଷଶୂନ୍ୟ ହେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି । ତେଣୁ ପାର୍ବତ୍ୟାଞ୍ଚଳରେ ବୃକ୍ଷରୋପଣ ପାଇଁ ଏଭଳି ଏକ ନିଆରା ରାୟ ଦେଇଛନ୍ତି ବିଚାରପତି ନଜମି ବଜିର । ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ପ୍ରତ୍ୟେକ ଅଭିଯୁକ୍ତ ବ୍ୟକ୍ତି ଓ ସଂସ୍ଥା ୩ ହଜାର ଲେଖାଏଁ ଗଛ ଲଗାଇବେ । ତେଣୁ ଆସନ୍ତା ୧୫ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ବନ ବିଭାଗ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିବାକୁ ବିଚାରପତି କହିଛନ୍ତି । ଏହି ପକ୍ଷମାନଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ତାର ରିପୋର୍ଟ ଦେବା ଭିତରେ ଏଭଳି ଦଣ୍ଡ ଦେଇଛନ୍ତି ହାଇକୋର୍ଟ ।
ଏହି ଟେଲିକମ୍‌ ଦୁର୍ନୀତିରେ ପୂର୍ବତନ ବିଭାଗୀୟ ମନ୍ତ୍ରୀ ଏ. ରାଜା ଏବଂ ସାଂସଦ କାନିମୋଝିଙ୍କ ସମେତ ଦୁଇଜଣ ବ୍ୟକ୍ତି ଓ ତିନିଟି କମ୍ପାନୀକୁ କୋର୍ଟ ଦୋଷମୁକ୍ତ ଘୋଷଣା କରିଛନ୍ତି । ଏହା ପରେ ଅନ୍ୟ କିଛି ଅଭିଯୁକ୍ତ ବ୍ୟକ୍ତି ଓ କମ୍ପାନୀ ସେମାନଙ୍କୁ ଦୋଷମୁକ୍ତ କରିବା ଲାଗି ଆବେଦନ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ୨୬ ତାରିଖରେ ହେବ ।

 

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

2 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

4 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

8 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

9 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

14 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago