ଦେଶ ବିଦେଶ

ସିଝୁଛି ରାଜଧାନୀ: ୫ ଦିନ ପାଇଁ ରେଡ ଆଲର୍ଟ, ଜୁନ୍‌ ୩୦ ଯାଏଁ ସମସ୍ତ ସ୍କୁଲ ବନ୍ଦ

ତତଲା ତାୱାରେ ରାଜଧାନୀ ଦିଲ୍ଲୀ । ଭାଙ୍ଗିଲା ଚଳିତ ବର୍ଷର ରେକର୍ଡ । ଅସହ୍ୟ ଗରମରେ ଆଉଟୁପାଉଟୁ ହେଉଛନ୍ତି ଦିଲ୍ଲୀବାସୀ । ସୋମବାର ଦିଲ୍ଲୀର ଏକାଧିକ ସ୍ଥାନରେ ୪୭ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଛି । ଆସନ୍ତା ଶୁକ୍ରବାର ଯାଏଁ ତାତିରୁ ମିଳିବନି ତ୍ରାହି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜଧାନୀରେ ପାଣିପାଗ ବିଭାଗ ଆସନ୍ତା ପାଞ୍ଚ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏଥିସହ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ଆସନ୍ତା ମାସ ୩୦ ତାରିଖ ଯାଏଁ ଛୁଟି ରହିବ ବୋଲି ଜଣାପଡିଛି ।

ସୋମବାର ଦିଲ୍ଲୀ ଦେଶର ସବୁଠାରୁ ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ସହର ଥିଲା । ନଜଫଗଡ଼ରେ ୪୭.୪ ଡିଗ୍ରୀ, ସାଉଥ ୱେଷ୍ଟ ଦିଲ୍ଲୀରେ ୪୭.୮ ଡିଗ୍ରୀ, ମୁଙ୍ଗେସପୁରରେ ୪୭.୧ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଛି । ଦିଲ୍ଲୀକୁ ଆସନ୍ତା ୫ ଦିନ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି । ପାରଦ ୪୭ ଡିଗ୍ରୀ ଟପିବା ପରେ ତୁରନ୍ତ ସବୁ ସ୍କୁଲରେ ଗ୍ରୀଷ୍ମଛୁଟି କରିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ନିର୍ଦ୍ଦେଶ ସମସ୍ତ ସରକାରୀ, ବେସରକାରୀ ତଥା ସମସ୍ତ ସ୍କୁଲ ପାଇଁ ଲାଗୁ ହେବ ।

ଦିଲ୍ଲୀ ନ୍ୟାସନାଲ ଜିଓଲଜିକାଲ ପାର୍କରେ ପଶୁପକ୍ଷୀଙ୍କୁ ଗରମରୁ ମୁକ୍ତି ଦେବା ପାଇଁ ଓ୍ୱାଟର୍ କୁଲର୍, ବରଫ ଗୋଲା ସମେତ ଫ୍ୟାନ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଦିଲ୍ଲୀର ଅନେକ ସ୍ଥାନରେ ଆକାଶ ସଫା ରହିବା ସହ ଗରମ ପବନ ବହିବା ସମ୍ଭାବନା ଥିବା ଆଇଏମ୍ଡି କହିଛି ।

ଚଣ୍ଡୀଗଡ ବଜାରରେ କଫ୍ୟୁ ଭଳି ପରିସ୍ଥିତି ରହିଛି । ଦିନ ସମୟରେ କେହି ବି ଲୋକ କିଣାବିକା କରିବାକୁ ଆସୁନାହାନ୍ତି । କିଛି ସ୍ଥାନରେ ମାଟି ଶୁଖି ଫାଟି ଆଁ କରିଛି । ଚଣ୍ଡୀଗଡରେ ସୋମବାର ଦିନ ତାପମାତ୍ରା ୪୧.୭ ଡିଗ୍ରୀ ସେଲିସିୟସ ରେକର୍ଡ କରାଯାଇଛି । ଚଣ୍ଡୀଗଡ ସମେତ ପଞ୍ଜାବ, ହରିୟାଣାରେ ମଧ୍ୟ ସମାନ ସ୍ଥିତି । ପାଣିପାଗ ବିଭାଗ ହିଟ୍‌ େଓ୍ଵଭ ସତର୍କତା ଜାରି କରିଛି ।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

18 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

26 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

41 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

47 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago