ଦେଶ ବିଦେଶ

ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ଇ-ମେଲ ପରେ ଦିଲ୍ଲୀ ସହ ଅନ୍ୟ ୯ ଟି ରାଜ୍ୟକୁ ମଧ୍ୟ ଜାରି ହେଲା ହାଇ ଆଲର୍ଟ

ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏମିତିକି ଦିଲ୍ଲୀ ମାର୍କେଟକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଛି। ଯାହାକୁ ନେଇ ରାଜଧାନୀ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ବର୍ତ୍ତମାନ ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ ଥିବା କୁହାଯାଉଛି। କିଛି ମାର୍କେଟକୁ ବୋମାରେ ଉଡାଇବାକୁ ଉତ୍ତରପ୍ରଦେଶ ପୋଲିସକୁ ଧମକପୂର୍ଣ୍ଣ ଇ-ମେଲ ଆସୁଛି। ତେହେରିକ ଇ ତାଲିବନ ଆତଙ୍କୀ ସଂଗଠନରୁ ମିଳିଛି ଏହି ଧମକ। ୟୁପି ପୋଲିସ ଏହି ଇ-ମେଲ୍‌କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଛି। ଗୁଇନ୍ଦା ରିପୋର୍ଟ ପରେ ଡିପି ମାର୍କେଟ କମ୍ପ୍ଲେକ୍ସରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ିଛି। ଜାତୀୟ ରାଜଧାନୀରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଉତ୍ତରପ୍ରଦେଶ ପୋଲିସ ସୂଚନା ପାଇବା ପରେ ନୂଆଦିଲ୍ଲୀରେ ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଥିବା ରିପୋର୍ଟକୁ ଜଣାପଡ଼ିଛି।

ଦିଲ୍ଲୀ ପୋଲିସ୍ ସ୍ପେଶାଲ୍ ସେଲ୍ ଅଧିକାରୀଙ୍କ କହିବାନୁସାରେ, ଏକ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ବିଷୟରେ ୟୁପି ପୋଲିସକୁ କହିଛନ୍ତି। ୟୁପି ପୋଲିସ ଉକ୍ତ ଇମେଲ ବିଷୟରେ ସବିଶେଷ ତଥ୍ୟ ଦିଲ୍ଲୀ ପୋଲିସକୁ ପଠାଇଛି। ଏହା ପରେ, ଇନପୁଟ ଉପରେ କାର୍ଯ୍ୟ କରି ଦିଲ୍ଲୀ ପୋଲିସ ମଙ୍ଗଳବାର ଦିନ ନୂଆଦିଲ୍ଲୀର ସରୋଜିନୀ ନଗର ବଜାରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀ ଆକ୍ରମଣର ଇମେଲ ଧମକ ଦେବା ପରେ ଦିଲ୍ଲୀରେ ହାଇ ଆଲର୍ଟ ହେବା ସହିତ ସରୋଜିନୀ ନଗର ବଜାରରେ ସୁରକ୍ଷା ବୃଦ୍ଧି ପାଇଛି।

ସେପଟେ ସରୋଜିନୀ ନଗର ମିନି ମାର୍କେଟ ଟ୍ରେଡର୍ସ ଆସୋସିଏସନର ସଭାପତି ଅଶୋକ ରାନ୍ଧୱା ମଙ୍ଗଳବାର ଦିନ କହିଛନ୍ତି ଯେ କିଛି ସହର ପ୍ରତି ବିପଦ ଥିବାରୁ ବଜାର ବନ୍ଦ ରହିବ। ସହରର ପ୍ରତି ବିପଦ ଥିବାରୁ ଦିଲ୍ଲୀ ପୋଲିସ ବଜାର ବନ୍ଦ ରଖିବା ପାଇଁ ଏବଂ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବଜାର ବନ୍ଦ ହେବା ହେତୁ ମଧ୍ୟ କୌଣସି ଜିନିଷ ଅର୍ଡର କରିବାକୁ ଦିଲ୍ଲୀ ପୋଲିସ ମନା କରିଛନ୍ତି।

ଦିଲ୍ଲୀ ପୋଲିସ ଇମେଲ ସେଣ୍ଡ କରିଥିବା ବ୍ୟକ୍ତିଙ୍କୁ ଖୋଜିବା ସହ ଇମେଲରେ ଦେଇଥିବା ମେସେଜ ମଧ୍ୟ ଯାଞ୍ଚ କରିବାକୁ ଚେଷ୍ଟା କରୁଛି। କେବଳ ଦିଲ୍ଲୀ ନୁହେଁ ଏହା ସହ ଅନ୍ୟ ନଅ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ହେବାର ସୂଚନା ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରବିବାର ଦିନ ଭୋପାଳରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କୁ ପଚରାଉଚରାରୁ ଜଣାପଡିଛି ଯେ ଦେଶର ନଅଟି ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଆକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ବାଂଲାଦେଶର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜମାତ-ଉଲ୍-ମୁଜାହିଦ୍ଦିନ (ଜେଏମବି) ହୋଇପାରେ ଯିଏକି ନିଜର ମୂଳଦୁଆ ସ୍ଥାପନ କରୁଛି କିମ୍ବା କରିସାରିଛି।
ତେଣୁ ଦିଲ୍ଲୀ ସ୍ଥିତ ଅନେକ ସହରକୁ ମଧ୍ୟ ହାଇ ଆଲର୍ଟ କରାଯାଇଛି ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

6 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

40 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

48 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago