ଦେଶ ବିଦେଶ

ଚୀନରେ ଉଠିଲା ସି ଜିନ୍‌ପିଙ୍ଗ୍‌ଙ୍କୁ ହଟାଇବାର ଦାବି; ଅଗ୍ନିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ପରେ କୋଭିଡ୍‌ ନିୟମ ବିରୋଧରେ ଜନତାଙ୍କ ବିକ୍ଷୋଭ

ଚୀନର ଲୋକେ ସ୍ୱାଧୀନତା ଦାବି କରିଛନ୍ତି। ରବିବାର ସକାଳେ ସାଂଘାଇରେ ଚୀନ ନାଗରିକମାନଙ୍କର ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି। ଚୀନର ଅନେକ ସହରରୁ ଏଠାକୁ ଆସିଥିବା ଲୋକେ ସି ଜିନ୍‌ପିଙ୍ଗ୍‌ଙ୍କୁ ହଟାଅ, ଚୀନ କମ୍ୟୁନିଷ୍ଟ ପାର୍ଟି ହଟାଅ, ଆମକୁ ସ୍ୱାଧୀନତା ଦରକାର ଭଳି ନାରା ଲଗାଉଛନ୍ତି। ଘଟଣାସ୍ଥଳରେ ଅନେକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି ଏବଂ ସେମାନଙ୍କ ସାମ୍ନାରେ ହିଁ ଲୋକେ ନାରାବାଜି କରୁଛନ୍ତି। ଚୀନର ସୋସିଆଲ ମିଡିଆରେ ମଧ୍ୟ ଲୋକମାନେ ଏହି ବିରୋଧ ପ୍ରଦର୍ଶନକୁ ସମର୍ଥନ କରୁଛନ୍ତି।

ସୂଚନାଥାଉ କି, ଚୀନର ପଶ୍ଚିମ ଶିନ୍‌ଜିୟାଙ୍ଗ ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟଣାକୁ ନେଇ ଲୋକେ ତାତି ଉଠିଛନ୍ତି। ଉତ୍ତ୍ୟକ୍ତ ଲୋକେ ଅନେକ ସହରରେ କୋଭିଡ୍‌ ସମ୍ବନ୍ଧୀୟ କଟକଣା ବିରୋଧରେ ଶନିବାର ରାତିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଧ୍ୟରାତ୍ରିରେ ମିଡଲ ଉରୁମକୀ ରୋଡ୍‌ରେ ଏକତ୍ରୀତ ହୋଇଥିବା ପାଖାପାଖି ୩୦୦ ବିକ୍ଷୋଭକାରୀଙ୍କୁ ରୋକିବା ପାଇଁ ପୋଲିସକୁ ଲଙ୍କା ସ୍ପ୍ରେ କରିବାକୁ ପଡ଼ିଥିଲା।

କହି ରଖୁଛୁ, ଶିନଜିୟାଙ୍ଗର ରାଜଧାନୀ ଉରୁମକୀରେ ଏକ ଆପାର୍ଟମେଣ୍ଟରେ ନିଅାଁ ଲାଗି ପାଖାପାଖି ୧୦ ଜଣ ଲୋକ ଜୀବନ୍ତ ଜଳି ଯାଇଥିଲେ। ଏହି ଘଟଣାକୁ ନେଇ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ଲୋକଙ୍କ କହିବା ହେଲା, କୋଭିଡ୍‌ କଟକଣା ଯୋଗୁ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା। ତେବେ ଶନିବାର ଶିନଜିୟାଙ୍ଗ ଅଞ୍ଚଳର ଅଧିକାରୀମାନେ ଉରୁମକୀର କିଛି ସ୍ଥାନରୁ କୋଭିଡ୍‌ ପ୍ରତିବନ୍ଧକ ହଟାଇଥିଲେ।

ସହରରେ ତିନି ମାସରୁ ଅଧିକ ସମୟ ଧରି ଲାଗିଥିବା ଲକ୍‌ଡାଉନ ବିରୋଧରେ ଉରୁମକୀର ନିବାସୀମାନେ ବିଳମ୍ବିତ ରାତିରେ ଏକତ୍ରୀତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହାପରେ ଅଧିକାରୀମାନେ ପ୍ରତିବନ୍ଧକ ହଟାଇବାକୁ ବାଧ୍ୟ ହୋଇଥିଲେ। ଲୋକମାନଙ୍କ କହିବା ହେଲା, ବିଲ୍ଡିଂରେ ଭୀଷଣ ନିଅାଁ ଲାଗିଥିଲେ ମଧ୍ୟ ଲୋକମାନେ ନିଜର ଜୀବନ ରକ୍ଷା କରିବାକୁ ସମୟ ପାଇ ନ ଥିଲେ। କାହିଁକି ନା, ଚୀନରେ କୋଭିଡ୍‌ ପ୍ରତିବନ୍ଧକ ଯୋଗୁ ବିଲ୍ଡିଂ ଆଶିଂକ ରୂପେ ବନ୍ଦ ଥିଲା। ଯଦିଓ ସହରର ଅଧିକାରୀମାନେ ଏହାକୁ ଅସ୍ୱୀକାର କରିଛନ୍ତି।

Roshni

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

3 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

15 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

25 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

28 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago