ନିଖୋଜ ହୀରା ବ୍ୟବସାୟୀଙ୍କ ମିଳିଲା ମୃତଦେହ, ସନ୍ଦେହ ଘେରରେ ଲୋକପ୍ରିୟ ଟି.ଭି ଅଭିନେତ୍ରୀ ‘ଗୋପୀ’

ପ୍ରାୟ ୧୦ ଦିନ ହେବ ୫୭ ବର୍ଷ ବୟସ୍କ ଜଣେ ହୀରା ବ୍ୟବସାୟୀ ନିଖୋଜ ରହିଥିଲେ। ଏବେ ତାଙ୍କର ମୃତ ଶରୀର ପାନଭେଲର ଦେହରାଙ୍ଗ୍ ବନ୍ଧ ନିକଟରେ ଏକ ବୁଦା ମଧ୍ୟରୁ ଉଦ୍ଧାର କରାଯାଇଛି। ସେହି ହୀରା ବ୍ୟବସାୟୀଙ୍କର ମୃତ ନୁହଁ ବରଂ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ସେହି ହତ୍ୟାରେ ଜଡ଼ିତ ରହିଛନ୍ତି ପ୍ରସିଦ୍ଧ ଅଭିନେତ୍ରୀଙ୍କ ନାମ।

ସୂଚନା ଅନୁଯାୟୀ, ଘଟ୍କୋପର (ପଶ୍ଚିମ)ର କାମା ଲେନ୍ ଅଞ୍ଚଳରେ ଥିବା ମହାଲକ୍ଷ୍ମୀ ଆପାର୍ଟମେଣ୍ଟର ବାସିନ୍ଦା ରାଜେଶ୍ୱର କିଶୋରିଲାଲ ଉଡାନ୍ ନଭେମ୍ଭର ୨୮ ତାରିଖରୁ ନିରୁଦ୍ଦିଷ୍ଟ ଥିଲେ। ତାଙ୍କୁ ଶେଷ ଥର ପାଇଁ ଟ୍ରାଫିକ୍ ପୁଲିସ ଆଉଟ ପୋଷ୍ଟ ନିକଟରେ ଦେଖାଯାଇଥିଲା । ଡ୍ରାଇଭରଙ୍କ ବୟାନ୍ ଅନୁଯାୟୀ ଉଡାନି ନିଜର କାରରେ ସେଠାକୁ ଯାଇଥିଲେ। ସେଠାରେ ନିଜ କାରରୁ ଓହ୍ଲାଇ ଅନ୍ୟ ଏକ କାରରେ ସେଠାରୁ କୁଆଡ଼େ ଚାଲି ଯାଇଥିଲେ। ଡ୍ରାଇଭର ଜଣକ ଉକ୍ତ ଗାଡିର ନମ୍ବର ଜାଣିପାରି ନଥିଲେ ଏବଂ ସେ ସେହି ସ୍ଥାନ ଚାଲି ଆସିଥିଲେ।

ଘଟ୍କୋପର୍ ଡିଭିଜିନର ଏସିପି ମାଣିକ ସିଂହ ପି ପାଟିଲ୍ ଙ୍କ ସୂଚନା ଅନୁଯାୟୀ, ଉଡାନି ବିଖ୍ରୋଲିରେ ପହଞ୍ଚିବା ବେଳେ ନିଜର ମୋବାଇଲ ଫୋନରେ କାହା ସହ କଥା ହେଉଥିଲେ। ତା’ପରେ ନଭି ମୁମ୍ବାଇର ରାବେଲ୍ ଅଞ୍ଚଳରେ ତାଙ୍କର ଫୋନ୍ ସୁଇଚ ଅଫ୍ ହୋଇଥିଲା। ଉଡାନିଙ୍କ ପୁଅ ରୋନକ୍ (୩୧) ଗତ ନଭେମ୍ବର ୨୯ ତାରିଖରେ ତାଙ୍କର ବାପା ନିରୁଦ୍ଦିଷ୍ଟ ଥିବା ନେଇ ଥାନାରେ ଏତଲା ଦେଇଥିଲେ। ଯାହାପରେ ପୁଲିସ୍ ତଦନ୍ତ ଆରମ୍ଭ କରିବା ସହ ଉଡାନିଙ୍କର କିଛି କୌଣସି ସୂଚନା ପାଇନଥିଲେ। ଫଳରେ ପରିବାର ଲୋକେ ଉଡାନିଙ୍କୁ ଅପହରଣ ହୋଇଥିବା ସନ୍ଦେହ କରିଥିଲେ। ଏଣୁ ପୁଣି ଥରେ ଉଡାନିଙ୍କ ପୁଅ ରୋନକ୍ ଡିସେମ୍ବର ୩ ତାରିଖରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ।

ତେବେ ଏହି ସମସ୍ତ ଆଶଙ୍କା ଏବଂ ସନ୍ଦେହରେ ସେତେବେଳେ ପୂର୍ଣ୍ଣଛେଦ ଲାଗିଥିଲା ଯେତେବେଳେ ଶୁକ୍ରବାର ସକାଳେ ଉଡାନିଙ୍କର ମୃତଦେହ ମିଳିଥିଲା। ଯାହା ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ମୃତ ଦେହ ଚିହ୍ନଟ ପାଇଁ ଡାକିଥିଲେ । ତେବେ ଉଡାନିଙ୍କର ଶରୀରରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳି ନଥିଲା ବୋଲି ପାନଭେଲ ତାଲୁକା ଥାନାର ଇନସ୍ପେକ୍ଟର ଅଶୋକ ରାଜପୁତ କହିଛନ୍ତି।
ଏହି ଘଟଣା ସମ୍ବନ୍ଧୀୟ ବର୍ତ୍ତମାନ ଆଉ ଏକ ବଡ଼ ଖବର ଶୁଣିବାକୁ ମିଳିଛି।

ମିଳିଥିବା ଖବର ମୁତାବକ , କିଶୋରୀଲାଲ୍ ଙ୍କ ଫୋନ୍ ଡିଟେଲ୍ ପୋଲିସ୍ ଚେକ୍ ସମୟରେ ସେଥିରୁ କିଛି ବାର୍ ଡ୍ୟାନ୍ସରଙ୍କ ନମ୍ବର ବାହାରିଥିଲା । ଖାଲି ତାହା ନୁହଁ ଏଥିରେ ଜଣେ ଟିଭି ଅଭିନେତ୍ରୀଙ୍କ ନାଁ ସାମିଲ ରହିଥିଲା । ସେ ହେଉଛନ୍ତି ଷ୍ଟାରପ୍ଲସର ଚର୍ଚ୍ଚିତ ଧାରାବାହିକ ‘ସାଥ୍ ନିଭାନା ସାଥିୟା’ ରେ ଗୋପୀ ବୋହୂ ଭୁମିକାରେ ନଜର ଆସୁଥିବା ଦେବୋଲିନା ଭଟ୍ଟାଚାର‌୍ୟ୍ୟ । କହିବାକୁ ଗଲେ କିଶୋରୀଲାଲଙ୍କ ଏପରି ମୃତ୍ୟୁର ସନ୍ଦେହ ଏବେ ସଂପୂର୍ଣ୍ଣ ରୁପେ ଦେବୋଲିନା ବା ଗୋପିବହୁଙ୍କ ଉପରେ ଆସିଯାଇଛି। ଘଟଣା ନେଇ ତଦନ୍ତ ଚାଲିଥିବା ବେଳେ ବର୍ତ୍ତମାନ କିଛି ସଂପୂର୍ଣ୍ଣ ତଥ୍ୟ ଜଣାପଡ଼ିନାହିଁ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

10 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

41 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

43 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

46 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

53 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago