Categories: ସ୍ପେଶାଲ

କଣ ଆପଣ ଜାଣନ୍ତି, ଭୋଟ ସମୟରେ ବ୍ୟବହ୍ରୁତ କାଳି ଆସେ କେଉଁଠୁ ?

ଆଗକୁ ଆସୁଛି ନିର୍ବାଚନ। ଏମିତିରେ ଏକ ପ୍ରଶ୍ନ ଭୋଟରଙ୍କ ମନରେ ନିଶ୍ଚୟ ଆସୁଥିବ। ଭୋଟ ଲଗାଇଲା ସମୟରେ ଆଙ୍ଗୁଳୀରେ ଲଗାଯାଉଥିବା କାଳି, ବାସ୍ତବରେ କେଉଁଠୁ ଆସିଥାଏ ?

ରିପୋର୍ଟ ଅନୁଯାୟୀ ଏହି କାଳିକୁ ପୂରା ଦେଶରେ କେବଳ ଦୁଇଟି କମ୍ପାନୀ ପ୍ରସ୍ତୁତ କରିଥାନ୍ତି। ଏହାକୁ ହାଇଦରାବାଦର ରାଇଡୁ ଲ୍ୟାବ୍ସ ଏବଂ ମୈସୁର ପେଣ୍ଟସ ଏଣ୍ଡ ୱାର୍ନିସ ଲିମିଟେଡ ପ୍ରସ୍ତୁତ କରିଥାନ୍ତି। ଏଠାରୁ ହିଁ ପୂରା ଦେଶକୁ କାଳିର ସପ୍ଲାଏ କରାଯାଇଥାଏ। ରୋଚକକର କଥା ଏହା ଯେ ଏହି କାଳିକୁ ବିଦେଶରେ ମଧ୍ୟ ବ୍ୟବହାର କରିଥାନ୍ତି।

ଯେଉଁ ସମୟରେ ଏହି ଦୁଇଟି କମ୍ପାନୀରେ କାଳି ପ୍ରସ୍ତୁତ କରାଯାଉଥାଏ ସେହି ସମୟରେ କର୍ମଚାରୀ ଏବଂ ଅଧିକାରୀଙ୍କ ଛଡା କାହାକୁ ମଧ୍ୟ ପରିସର ଭିତରକୁ ଯିବାର ଅନୁମତି ଦିଆଯାଏ ନାହିଁ। ଦୁଇଟି କମ୍ପାନୀରେ ଦିନକୁ ପ୍ରାୟ ୨୫ ହଜାରରୁ ଅଧିକ କାଳି ବୋତଲ ପ୍ରସ୍ତୁତ କରାଯାଏ। କାଳିରେ ସିଲଭର ନାଇଟ୍ରେଟ ରହିଥାଏ, ଯେଉଁ କାରଣରୁ ଏହା ଜଲଦି ହାତରୁ ଲିଭି ନଥାଏ।

ହାଇଦରାବାଦରେ ଯେଉଁ କାଳି ପ୍ରସ୍ତୁତ କରାଯାଏ ତାହାକୁ ଆଫ୍ରୀକା, ମୋଜାଂବିକ ଏବଂ ଜାମ୍ବିଆ ଭଳି ଦେଶକୁ ପଠା ଯାଇଥାଏ। ସେହିଭଳି ମୈସୁରରେ ଯେଉଁ କାଳିକୁ ପ୍ରସ୍ତୁତ କରାଯାଏ ତାହାକୁ ଆମେରିକା, ମାଲେସିଆ, ଡେନମାର୍କ ଏବଂ ପାକିସ୍ଥାନ ସମେତ ୨୮ଟି ଦେଶକୁ ପଠାଯାଇଥାଏ।

ଏହା ସହ ପଢ଼ନ୍ତୁ : ଏଠାରେ ପ୍ରତି ଘରେ ନାମ ଫଳକରେ ଲାଗିଛି ମହିଳାମାନଙ୍କର ନାଁ, ହେଲେ କାହିଁକି?

ନିୟମ ହିସାବରେ କମ୍ପାନୀ ନିଜର ରାଜ୍ୟରେ କାଳିକୁ ସପ୍ଲାଏ କରିପାରିବନାହିଁ। ଏଥିପାଇଁ ହାଇଦରାବାଦର ରାଇଡୁ ଲ୍ୟାବ୍ସ ତେଲେଙ୍ଗାନା ନିର୍ବାଚନରେ କାଳି ସପ୍ଲାଏ କରିପାରିନଥିଲା।

Pritiparna

Recent Posts

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

44 seconds ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

31 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

38 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago