Below header

କଣ ଆପଣ ଜାଣନ୍ତି, ଭୋଟ ସମୟରେ ବ୍ୟବହ୍ରୁତ କାଳି ଆସେ କେଉଁଠୁ ?

ଆଗକୁ ଆସୁଛି ନିର୍ବାଚନ। ଏମିତିରେ ଏକ ପ୍ରଶ୍ନ ଭୋଟରଙ୍କ ମନରେ ନିଶ୍ଚୟ ଆସୁଥିବ। ଭୋଟ ଲଗାଇଲା ସମୟରେ ଆଙ୍ଗୁଳୀରେ ଲଗାଯାଉଥିବା କାଳି, ବାସ୍ତବରେ କେଉଁଠୁ ଆସିଥାଏ ?

ରିପୋର୍ଟ ଅନୁଯାୟୀ ଏହି କାଳିକୁ ପୂରା ଦେଶରେ କେବଳ ଦୁଇଟି କମ୍ପାନୀ ପ୍ରସ୍ତୁତ କରିଥାନ୍ତି। ଏହାକୁ ହାଇଦରାବାଦର ରାଇଡୁ ଲ୍ୟାବ୍ସ ଏବଂ ମୈସୁର ପେଣ୍ଟସ ଏଣ୍ଡ ୱାର୍ନିସ ଲିମିଟେଡ ପ୍ରସ୍ତୁତ କରିଥାନ୍ତି। ଏଠାରୁ ହିଁ ପୂରା ଦେଶକୁ କାଳିର ସପ୍ଲାଏ କରାଯାଇଥାଏ। ରୋଚକକର କଥା ଏହା ଯେ ଏହି କାଳିକୁ ବିଦେଶରେ ମଧ୍ୟ ବ୍ୟବହାର କରିଥାନ୍ତି।

inkଯେଉଁ ସମୟରେ ଏହି ଦୁଇଟି କମ୍ପାନୀରେ କାଳି ପ୍ରସ୍ତୁତ କରାଯାଉଥାଏ ସେହି ସମୟରେ କର୍ମଚାରୀ ଏବଂ ଅଧିକାରୀଙ୍କ ଛଡା କାହାକୁ ମଧ୍ୟ ପରିସର ଭିତରକୁ ଯିବାର ଅନୁମତି ଦିଆଯାଏ ନାହିଁ। ଦୁଇଟି କମ୍ପାନୀରେ ଦିନକୁ ପ୍ରାୟ ୨୫ ହଜାରରୁ ଅଧିକ କାଳି ବୋତଲ ପ୍ରସ୍ତୁତ କରାଯାଏ। କାଳିରେ ସିଲଭର ନାଇଟ୍ରେଟ ରହିଥାଏ, ଯେଉଁ କାରଣରୁ ଏହା ଜଲଦି ହାତରୁ ଲିଭି ନଥାଏ।

kaliହାଇଦରାବାଦରେ ଯେଉଁ କାଳି ପ୍ରସ୍ତୁତ କରାଯାଏ ତାହାକୁ ଆଫ୍ରୀକା, ମୋଜାଂବିକ ଏବଂ ଜାମ୍ବିଆ ଭଳି ଦେଶକୁ ପଠା ଯାଇଥାଏ। ସେହିଭଳି ମୈସୁରରେ ଯେଉଁ କାଳିକୁ ପ୍ରସ୍ତୁତ କରାଯାଏ ତାହାକୁ ଆମେରିକା, ମାଲେସିଆ, ଡେନମାର୍କ ଏବଂ ପାକିସ୍ଥାନ ସମେତ ୨୮ଟି ଦେଶକୁ ପଠାଯାଇଥାଏ।

ଏହା ସହ ପଢ଼ନ୍ତୁ : ଏଠାରେ ପ୍ରତି ଘରେ ନାମ ଫଳକରେ ଲାଗିଛି ମହିଳାମାନଙ୍କର ନାଁ, ହେଲେ କାହିଁକି?

ନିୟମ ହିସାବରେ କମ୍ପାନୀ ନିଜର ରାଜ୍ୟରେ କାଳିକୁ ସପ୍ଲାଏ କରିପାରିବନାହିଁ। ଏଥିପାଇଁ ହାଇଦରାବାଦର ରାଇଡୁ ଲ୍ୟାବ୍ସ ତେଲେଙ୍ଗାନା ନିର୍ବାଚନରେ କାଳି ସପ୍ଲାଏ କରିପାରିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.