Categories: କ୍ରୀଡା

ବ୍ୟାଟ୍‌ସମ୍ୟାନ୍‌ ଆଉ ଟିକିଏ ଜୋର୍‌ ଦେଲେ ଆଡିଲେଡ୍‌ ଟେଷ୍ଟ ଜିତି ପାରିବ ଭାରତ

ଆଡିଲେଡ୍‌ : ପ୍ରଥମ ଇନିଂସ୍‌ରେ ମାତ୍ର ୧୫ ରନ୍‌ରେ ଅଗ୍ରଣୀ ନେବା ପରେ ଦ୍ୱିତୀୟ ଇନିଂସ୍‌ରେ ବଡ଼ ସ୍କୋର କରିବା ପାଇଁ ଉଦ୍ୟମ ଜାରି ରଖିଛି ଟିମ୍‌ ଇଣ୍ଡିଆ । ଆଜି ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ଦ୍ୱିତୀୟ ଇନିଂସ୍‌ର ୩ଟି ଓ୍ଵିକେଟ୍‌ ହରାଇ ୧୫୧ କରିବା ସହ ୧୬୬ ରନ୍‌ରେ ଆଗୁଆ ରହିଛି ।
ଭାରତର ଓପନିଂ ଯୋଡ଼ି ୬୩ ରନ୍‌ ଯୋଡ଼ିବା ଫଳରେ ଦଳ ଏକ ଦୃଢ଼ ମୂଳଦୁଆ ପାଇଥିଲା । କେ.ଏଲ୍‌ ରାହୁଲ ୪୪ ଏବଂ ମୁରଲୀ ବିଜୟ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ । ପରେ ପାଳି ସମ୍ଭାଳି ଥିଲେ ପ୍ରଥମ ଇନିଂସ୍‌ରେ ଶତକ କରି ଦଳକୁ ବିପଦରୁ ରକ୍ଷା କରିଥିବା ଚେତେଶ୍ୱର ପୂଜାରା ଏବଂ ଅଧିନାୟକ ବିରାଟ କୋହଲି । ଏମାନେ ୩ୟ ଓ୍ଵିକେଟ୍‌ରେ ୭୧ ରନ୍‌ ସଂଗ୍ରହ କରିଥିଲେ । ନିଜ ଚିରାଚରିତ ଆକ୍ରମଣାତ୍ମକ ଷ୍ଟାଇଲ୍‌ରୁ ଦୂରେଇ କୋହଲି ଅତି ସତର୍କତାର ସହ ଖେଳିଥିଲେ । ସେ ୧୦୪ ବଲ୍‌ ଖେଳି ମାତ୍ର ୩ଟି ଚୌକା ସହାୟତାରେ ୩୪ ରନ୍‌ କରିଥିବା ବେଳେ ଲାୟନଙ୍କ ବଲ୍‌ରେ ଫିଞ୍ଚ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଆଜିର ଖେଳ ଶେଷ ବେଳକୁ ପୂଜାରା ୧୨୭ ବଲ୍‌ ଖେଳି ୪୦ ରନ୍‌ ଏବଂ ଅଜିଙ୍କ୍ୟ ରାହାଣେ ୧ ରନ୍‌ କରି ଅପରାଜିତ ଥିଲେ ।

ଗତକାଲି ଘରୋଇ ଦଳ ଖେଳ ଶେଷ ବେଳକୁ ୭ ଓ୍ଵିକେଟ୍‌ରେ ୧୯୧ ରନ୍‌ କରିଥିଲା । ଆଜି ଆଉ ୪୪ ରନ୍‌ ଯୋଡ଼ି ବାକି ୩ଟି ଓ୍ଵିକେଟ୍‌ ହରାଇଥିଲା । ଟ୍ରାଭିସ୍‌ ହେଡ୍‌ ସର୍ବାଧିକ ୭୨ ରନ୍‌ କରିଥିଲେ । ଭାରତ ତରଫରୁ ଅଶ୍ୱିନ୍‌ ଓ ସାମି ୩ଟି ଲେଖାଏଁ ଏବଂ ଇଶାନ୍ତ ଶର୍ମା ଓ ଯଶପ୍ରୀତ ବୁମରା ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

ବ୍ରାଡ୍‌ମ୍ୟାନ୍‌ଙ୍କ ରେକର୍ଡ଼ ଭାଙ୍ଗିଲେ କୋହଲି

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଆଜି ପୁଣି ଏକ ରେକର୍ଡ଼ କରିଛନ୍ତି । ଅଷ୍ଟ୍ରେଲିଆ ମାଟିରେ ୧,୦୦୦ ରନ୍‌ ପୂରଣ କରିବାରେ ସେ ହେଉଛନ୍ତି ଦ୍ରୁତତମ ଭାରତୀୟ । ଏମିତିକି ସେ ବ୍ରାଡ୍‌ମ୍ୟାନ୍‌ଙ୍କୁ ଟପି ଯାଇଛନ୍ତି । ଆଜି ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ ବେଳେ କୋହଲି ଏହି ରେକର୍ଡ଼ କରିଥିଲେ । ସେ ମାତ୍ର ୧୮ଟି ଇନିଂସ୍‌ ଖେଳି ୫୮ ହାରରେ ୧ ହଜାର ରନ୍‌ ପୂରଣ କରିଛନ୍ତି । ତାଙ୍କ ପୂର୍ବରୁ ସଚିନ୍‌ ତ୍ନେଦୁଲକର, (୧୮୦୯), ଭିଭିଏସ୍‌ ଲକ୍ଷ୍ମଣ (୧୨୩୬), ରାହୁଲ ଦ୍ରାବିଡ଼ (୧୧୪୩) ଏହି ରେକର୍ଡ଼ର ଅଧିକାରୀ ହୋଇଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ଏପର୍ଯ୍ୟନ୍ତ ୫ଟି ଶତକ କରିଛନ୍ତି । ତେନ୍ଦୁଲକର ସର୍ବାଧିକ ୭ଟି ଶତକ ସ୍କୋର କରିଛନ୍ତି ।

ଏହା ସହିତ କୋହଲି କ୍ରିକେଟ୍‌ର ଯୁଗ ପୁରୁଷ ତଥା ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ ସାର୍‌ ଡୋନାଲଡ୍‌ ବ୍ରାଡମ୍ୟାନ୍‌ଙ୍କୁ ମଧ୍ୟ ଟପି ଯାଇଛନ୍ତି । ତାଙ୍କ ଠାରୁ କମ୍‌ ଇନିଂସ୍‌ ନେଇ କୋହଲି ଅଷ୍ଟ୍ରେଲିଆ ମାଟିରେ ୧ ହଜାର ଟେଷ୍ଟ ରନ୍‌ ପୂରଣ କରିଛନ୍ତି ।

ସ୍କୋର : ଭାରତ ପ୍ରଥମ ଇନିଂସ୍‌-୨୫୦ । ଦ୍ୱିତୀୟ ଇନିଂସ୍‌-୧୫୧/୩, ୬୧ ଓଭର (ରାହୁଲ ୪୪, ବିଜୟ ୧୮, ପୂଜାରା ଅପରାଜିତ ୪୦ , କୋହଲି ୩୪, ରାହାଣେ ଅପରାଜିତ ୧ । ) ।
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୨୩୫, ୯୮.୪ ଓଭର (ପିଟର ହାଣ୍ଡସ୍କମ୍ବ ୩୪, ଟ୍ରାଭିସ୍‌ ହେଡ୍‌ ୭୨, ନାଥନ୍‌ ଲାୟନ ଅପରାଜିତ ୨୪ । ଇଶାନ୍ତ ୨୦-୬-୪୭-୨, ବୁମରା ୨୪-୯-୪୭-୩, ସାମି ୧୬.୪ –୬-୫୮-୨, ଅଶ୍ୱିନ୍‌ ୩୪-୯-୫୭-୩) ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago