ଦେଶ ବିଦେଶ

ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା, ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଅନୁଦାନ

ନୂଆଦିଲ୍ଲୀ: ପେଟ ଉପରେ କରୋନା ମାଡ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା। କାମଧନ୍ଦା ନମିଳିବାରୁ ଚିନ୍ତା ପଡିଛନ୍ତି ଦିନମଜୁରିଆ। ସେପଟେ ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ସରକାର। କେରଳ ସରକାର କରୋନା ପାଇଁ ୨୦ ହଜାର କୋଟଇ ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତଙ୍କ ଘରେ ରାସନ ପହଂଚାବାକୁ ବ୍ୟବସ୍ଥା କରାଯାଇଛି। ଅଟୋ, ରିକ୍ସା ଚାଳକ ଓ ଦିନ ମଜୁରିଆଙ୍କୁ ମାସିକ ୧ହଜାର ଟଙ୍କା ପ୍ରଦାନ କରାଯିବ। ।

ଦିଲ୍ଲୀର ଅନେକ କାରଖାନା ଓ କମ୍ପାନୀ ବନ୍ଦ ହୋଇଯାଇଛି । ଦିଲ୍ଲୀରେ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ୭୨ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ମାଗଣାରେ ଅଧିକ ୫୦ ପ୍ରତିଶତ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ହରିୟାଣା ସରକାର ଶ୍ରମଜୀବୀଙ୍କ ପାଇଁ ୧୨ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ହରିୟାଣା ନିର୍ମାଣ ବୋର୍ଡ ଦ୍ୱାରା ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ମାର୍ଚ୍ଚ ୩୦ରୁ ମାସିକ ୪ ହଜାର ୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ଦିନ ମଜୁରିଆ, ଠେଲା ବିକାଳିଙ୍କୁ ପ୍ରତି ସପ୍ତାହରେ ୧ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ।

ସେହିପରି ୟୁପିରେ ମଧ୍ୟ ଶ୍ରମଜୀବୀଙ୍କ ପେଇଁ ୨୩୫ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଦିନ ମଜୁରିଆଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।ତାମିଲନାଡୁରେ ରାସନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ବ୍ୟବସ୍ଥା ରହିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago