Below header

ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା, ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ଘୋଷଣା ହେଲା ସ୍ୱତନ୍ତ୍ର ଅନୁଦାନ

ନୂଆଦିଲ୍ଲୀ: ପେଟ ଉପରେ କରୋନା ମାଡ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା। କାମଧନ୍ଦା ନମିଳିବାରୁ ଚିନ୍ତା ପଡିଛନ୍ତି ଦିନମଜୁରିଆ। ସେପଟେ ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ସରକାର। କେରଳ ସରକାର କରୋନା ପାଇଁ ୨୦ ହଜାର କୋଟଇ ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ସମସ୍ତଙ୍କ ଘରେ ରାସନ ପହଂଚାବାକୁ ବ୍ୟବସ୍ଥା କରାଯାଇଛି। ଅଟୋ, ରିକ୍ସା ଚାଳକ ଓ ଦିନ ମଜୁରିଆଙ୍କୁ ମାସିକ ୧ହଜାର ଟଙ୍କା ପ୍ରଦାନ କରାଯିବ। ।

keralaଦିଲ୍ଲୀର ଅନେକ କାରଖାନା ଓ କମ୍ପାନୀ ବନ୍ଦ ହୋଇଯାଇଛି । ଦିଲ୍ଲୀରେ ଖାଦ୍ୟ ସୁରକ୍ଷା ଯୋଜନାରେ ପଞ୍ଜୀକୃତ ହୋଇଥିବା ୭୨ ଲକ୍ଷ ଲୋକଙ୍କୁ ମୁଣ୍ଡ ପିଛା ମାଗଣାରେ ଅଧିକ ୫୦ ପ୍ରତିଶତ ରାସନ ସାମଗ୍ରୀ ଯୋଗାଇ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ସେହିପରି ହରିୟାଣା ସରକାର ଶ୍ରମଜୀବୀଙ୍କ ପାଇଁ ୧୨ଶହ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ହରିୟାଣା ନିର୍ମାଣ ବୋର୍ଡ ଦ୍ୱାରା ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ମାର୍ଚ୍ଚ ୩୦ରୁ ମାସିକ ୪ ହଜାର ୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ । ଏହାସହ ଦିନ ମଜୁରିଆ, ଠେଲା ବିକାଳିଙ୍କୁ ପ୍ରତି ସପ୍ତାହରେ ୧ ହଜାର ଟଙ୍କା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଘୋଷଣା କରିଛନ୍ତି ।

package 1ସେହିପରି ୟୁପିରେ ମଧ୍ୟ ଶ୍ରମଜୀବୀଙ୍କ ପେଇଁ ୨୩୫ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଦିନ ମଜୁରିଆଙ୍କ ପାଇଁ ମାସିକ ୧ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।ତାମିଲନାଡୁରେ ରାସନକାର୍ଡଧାରୀଙ୍କୁ ୧ ହଜାର ଟଙ୍କା ସହ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.