ଲକଡାଉନ ଯୋଗୁ ବସ ଚଳାଚଳ ଠପ୍, ମାଲିକ ତଡ଼ିଦେବାରୁ ୮୦ କିଲୋମିଟର ଚାଲି ଗାଁରେ ପହଞ୍ଚିଲେ ଯୁବକ

ଏବେ ସମଗ୍ର ଦେଶକୁ ଲକଡାଉନ କରିଦିଆଯାଇଛି। ଯିଏ ଯୋଉଠି ଅଛନ୍ତି ତାଙ୍କୁ ସେଠାରେ ରହିବାକୁ କହିଛନ୍ତି ସରକାର। କାରଣ ସାମାଜିକ ଦୂରତ୍ୱ ହିଁ କରୋନାକୁ ମାତ୍ ଦେବାର ଏକ ମାତ୍ର ଉପାୟ। ତେବେ ଏହି ଲକଡାଉନ ଯୋଗୁ ଗୋଟେ ପଟେ କରୋନା ରୋକିବା ନେଇ ଆଶା କରାଯାଉଥିବା ବେଳେ ଅନ୍ୟପଟେ ଏହା କିଛି ଲୋକଙ୍କ ପାଇଁ ଅଭିଶାପ ପାଲଟିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏଭଳି ଘଟଣା ଦେଖିବାକୁ ମିଳିଛି।

corona

ଲକଡାଉନ ବେଳେ ଉଦୁଉଦିଆ ଖରାରେ ଏଠାରେ ପ୍ରାୟ ୬-୭ ଜଣ ଲୋକ ଚାଲି ଚାଲି ନିଜ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା। ଏନେଇ ପଚରା ଯିବାରୁ ସେମାନେ କହିଲେ ଯେ ସେମାନେ ୮୦ କିଲୋମିଟର ନିଜ ଗାଁ ବାରାବଙ୍କୀ ଯାଉଛନ୍ତି। କାରଣ ଏଠାରେ କାମ କରୁଥିବା ଫ୍ୟାକ୍ଟ୍ରି ରେ ରହି ସେମାନେ କାମ କରୁଥିଲେ। ଫ୍ୟାକ୍ଟ୍ରି ବନ୍ଦ ହୋଇଯାଇଥିବାରୁ ମାଲିକ ମଧ୍ୟ ସେମାନଙ୍କୁ ରଖିବାକୁ ମନା କରିଦେଇଥିଲେ। ଏଣୁ ରହିବାକୁ ତାଙ୍କ ପାଖରେ ଘର ନଥିବାରୁ ବାଧ୍ୟ ହୋଇ ସେମାନେ ଗାଁକୁ ଫେରିଯାଉଛନ୍ତି। ଲକଡାଉନ ଯୋଗୁ ବସ ଚଳାଚଳ ବନ୍ଦ ଥିବାରୁ ସେମାନେ ଚାଲିଚାଲି ଯାଉଥିବା କହିଥିଲେ। ଘରେ ପହଞ୍ଚିବାକୁ ତାଙ୍କୁ ୩୬ ଘଣ୍ଟା ଲାଗିବ ବୋଲି କହିଛନ୍ତି ୨୦ ବର୍ଷୀୟ ଅବଧେଶ କୁମାର।

କେବଳ ସେ ନୁହେଁ ତାଙ୍କ ଗାଁର ୬-୭ ଜଣ ମଧ୍ୟ ତାଙ୍କ ସହ ଯାଉଥିବା ଦେଖିବାକୁ ମିଳିଛି। ତାଙ୍କ କହିବାନୁସାରେ ରାସ୍ତାରେ ୨ ସ୍ଥାନରେ ତାଙ୍କୁ ପୋଲିସ ଅଟକାଇଥିଲା। କିନ୍ତୁ ସମସ୍ୟା ଜାଣିବା ପରେ ଛାଡ଼ିଦେଇଥିଲା।

Image result for 36-hours-80-km-long-walk-home-for-labourers-amid-coronavirus-lockdown

ତାଙ୍କ ସହ ଯାଉଥିବା ଆଉ ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ ଗାଁରେ ଆମେ କିଛି ଖାଇବାକୁ ହେଲେ ପାଇବୁ। କିନ୍ତୁ ଏଠି ରହିଲେ ୨୧ ଦିନ ଉପାସରେ ମରିଯିବୁ। ତେଣୁ କିଛି ଉପାୟ ନ ପାଇ କଷ୍ଟ ହଉ ପଛେ ଫେରିଯାଉଛୁ। ସେମାନେ ସାଙ୍ଗରେ କିଛି ପୋଷାକ, ବିସ୍କୁଟ ଓ ପାଣି ନେଇ ଯାଉଛନ୍ତି। ଛତା ନ ଥିବାରୁ ଖରାରୁ ମୁକ୍ତି ପାଇଁ ମୁଣ୍ଡରେ ଗାମୁଛା ବାନ୍ଧି ଥିବା ଦେଖିବାକୁ ମିଳିଛି। ତେବେ ସରକାର ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ଭଳି ଖଟିଖିଆଙ୍କ କଥା ଭାବିବାର ଥିଲା ବୋଲି ସେମାନେ କ୍ଷୋଭର ସହ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.