ଟ୍ରମ୍ପଙ୍କ ଜିଦ୍ଦି ପାଇଁ ଆମେରିକାରେ ବି ଦେଖାଦେଇପାରେ ଇଟାଲୀ ଭଳି ସ୍ଥିତି, ଏବେ ଯାଏଁ ୬୭ ହଜାର ସଂକ୍ରମିତ

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ ହୋଇଥିବା କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ନିଜ କବ୍ଜାରେ ନେଉଛି। ଚୀନ ପରେ ଇଟାଲୀ ଓ ଏବେ ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ମଧ୍ୟ କରୋନା ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ଦିନରେ ଆମେରିକାରେ ୧୦ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

corona outbreak

ଭାରତରେ ୬୦୦ ପଜିଟିଭ ମାମଲା ଦେଖାଯିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ କରିଛନ୍ତି। ମାତ୍ର ଆମେରିକାରେ ୬୭ ହଜାର ପଜିଟିଭ ବାହାରିଥିଲେ ମଧ୍ୟ ଟ୍ରମ୍ପ ଦେଶକୁ ଲକ ଡାଉନ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଯଦି ଏଭଳି ଆମେରିକାରେ ଏଭଳି ସ୍ଥିତି ଲାଗିରହେ ତେବେ ସେଠାରେ ଇଟାଲୀ ଭଳି ପରିସ୍ଥିତି ହେବାକୁ ଖୁବ ସ୍ୱଳ୍ପ ସମୟ ଲାଗିବ ବୋଲି ଏକ୍ସପର୍ଟ ମାନେ କହିଛନ୍ତି।

Image result for trump refuse to lock down

ରିପୋର୍ଟ ମୁତାବକ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୪୭୧୪୧୮ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୨୧,୨୯୫ ରହିଛି। ଚୀନରେ ଏବେ ଯାଏଁ ୩୨୮୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଇଟାଲୀରେ ୭୫୦୩ ଓ ଆମେରିକାରେ ୧୦୩୨ ଜଣଙ୍କ ଜୀବନ ଯାଇସାରିଲାଣି। ଏହି ସଂଖ୍ୟାକୁ ନ ବଢାଇବାକୁ ଲକ ଡାଉନ ହିଁ ଏକମାତ୍ର ବାଟ। କିନ୍ତୁ ଟ୍ରମ୍ପ ନିଜ ଦେଶକୁ ଲକଡାଉନ ନ କରିବା ଜିଦ୍ଦିରେ ଅଟଳ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବା ପରେ ବି ଆମେରିକା ଶୁଣୁନଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.