ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ କଲେ ଅପିଲ୍, କହିଲେ ସମସ୍ତେ ଏକଜୁଟ ହେବା ଦରକାର

ମୁମ୍ବାଇ : କରୋନାକୁ ହରାଇବାକୁ ସେଲିବ୍ରିଟିଙ୍କ ଆହ୍ଵାନ । ନେତାଠୁ ଆରମ୍ଭ କରି ଅଭିନେତା ଓ କ୍ରିକେଟର ସମସ୍ତେ ଏକାଠି ହୋଇଛନ୍ତି । ସରକାରଙ୍କ ନିୟମ ମାନି ଘରୁ ନବାହାରିବାକୁ ଆହ୍ଵାନ କରିଛନ୍ତି । ଏହାସହ ବାରମ୍ବାର ହାତ ସଫା କରିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ।

celebratyଅକ୍ଷୟ କୁମାର, ଅନୁପମ୍‌ ଖେର୍‌, ବିରାଟ କୋହଲି, ସଲମାନ ଖାନ୍‌ ପୂର୍ବରୁ ଲୋକଙ୍କୁ ଅପିଲ୍‌ କରିଥିଲେ । ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି । ମହାମାରୀରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକଜୁଟ ହେବା ଦରକାର ବୋଲି ଗାଙ୍ଗୁଲି କହିଛନ୍ତି । ସେପଟେ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଧ୍ୟ ଦେଶବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.