ଯେଉଁ ସାନିଟାଇଜରର ଆଜି ଏତେ ଚାହିଦା, ଜାଣନ୍ତୁ କିଏ ଓ କେମିତି କରିଥିଲେ ଏହାର ଆବିଷ୍କାର

ଚୀନର ବୁହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବର୍ତ୍ତମାନ ସମୟରେ ବିଶ୍ୱ ପାଇଁ ଏକ ପ୍ରକାର ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି । ଏହି କାରଣରୁ ପୃଥିବୀର ମୃତ୍ୟୁସଂଖ୍ୟା ୨୧ ହଜାର ଛୁଇଁଲାଣି । ଲକ୍ଷାଧିକ ଲୋକ ବି ଏହି ମାରାତ୍ମକ ଭାଇରସରେ ଆକ୍ରାନ୍ତ ହେଲେଣି । ଏହି ମହାବିପତ୍ତିରୁ ରକ୍ଷା ପାଇବା ପାଇଁ ଅଧିକାଂଶ ରାଷ୍ଟ୍ରରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ବାରମ୍ବାର ହାତ ଧୋଇବା ପାଇଁ ବି ପରାମର୍ଶ ଦିଆଯାଉଛି । ଏହା ସହ ସାନିଟାଇଜର ବ୍ୟବହାର ପାଇଁ ବି ପରାମର୍ଶ ଦିଆଯାଉଛି । ଯଦିବା ଏହି ହ୍ୟାଣ୍ଡ ସାନିଟାଇଜର ଆଜି ଅଧିକ ଲୋକପ୍ରିୟତା ହାସଲ କରିଛି ।

sanitizer

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହାର ବ୍ୟବହାର ୫୪ ବର୍ଷ ଧରି ହୋଇଆସୁଛି । ଆପଣ ହୁଏତ ଜାଣି ନଥିବେ ହ୍ୟାଣ୍ଡ ସାନିଟାଇଜର ତିଆରିର ଆଇଡ଼ିଆ ୧୯୬୬ ମସିହାରେ ଆମେରିକାର କାର୍ଲିଫର୍ଣ୍ଣିଆ ସହରବାସୀ ଜଣେ ମହିଳାଙ୍କର ଥିଲା । ଏହି ମହିଳା ଜଣଙ୍କ ନାମ ଲୁପ ହର୍ନଣ୍ଡିଜ ଥିଲା । ସେ ସମୟରେ ଲୁପ ଜଣେ ଛାତ୍ର ଥିଲେ । ଅଚାନକ ତାଙ୍କ ମୁଣ୍ଡରେ ବୁଦ୍ଧି ଜୁଟିଲା କି ଯଦି ଜଣେ ବ୍ୟକ୍ତି ବାରମ୍ବାର ରୋଗୀ ସଂସ୍ପର୍ଶରେ ଆସୁଥିବେ ଓ ତାଙ୍କ ପାଖରେ ପାଣି କିମ୍ବା ସାବୁନ ନଥିବ । ତେବେ ସେହି ସମୟରେ ସେ କଣ କରିବେ । ତେଣୁ ସେ ଚିନ୍ତା କଲେ ଏମିତି ଏକ ବିକଳ୍ପ ନିର୍ମାଣ କରାଯିବା ଉଚିତ ଯାହାକୁ ସବୁ ସମୟରେ ବ୍ୟବହାର କରାଯାଇପାରିବ ଓ ପାଣି ମଧ୍ୟ କମ ଖର୍ଚ ହେବ ।

sanitizer

ଏହା ସହ ଏହାର ବ୍ୟବହାରରେ ଜୀବାଣୁ ମଧ୍ୟ ନଷ୍ଟ ହୋଇଯିବେ । ଏଣୁ ସେ ଆଲକହଲ ଯୁକ୍ତ ଏକ ଜେଲ ପ୍ରସ୍ତୁତ କରିଥିଲେ । ଏହାକୁ ସେ ନିଜ ହାତରେ ମାଲିସ କରି ଏହାର ଫାଇଦାକୁ ପରୀକ୍ଷା କରିଥିଲେ । ସତକୁ ସତ ଲୁପଙ୍କ ଏହି ଜେଲଟି କାମ କରିଥିଲା । ଏହା ହାତର କୀଟାଣୁ ନାଶ କରିବା ସହ ପାଣିର ମଧ୍ୟ ଦରକାର ପଡ଼ିଲାନି । ଧୀରେ ଧୀରେ ଲୁପଙ୍କ ଏହି ଆବିଷ୍କାର ପୂରା ଦୁନିଆକୁ ବ୍ୟାପି ଥିବା ବେଳେ ଖୁବ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲା । ଲୁପଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ ବି ଜଣାନଥିବା ବେଳେ କିନ୍ତୁ ତାଙ୍କର ସେହି ଆବିଷ୍କାର ଆଜି ବିଶ୍ୱ ବାସୀଙ୍କ ଉପକାରରେ ଆସିପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.