Below header

ହୁ ହୁ ହୋଇ ବଢୁଛି କୋଭିଡ-୧୯ ମୃତକଙ୍କ ସଂଖ୍ୟା, କଶ୍ମୀରରେ ଆଜି ପ୍ରଥମ କରୋନା ମୃତ୍ୟୁ

କରୋନା ଭାଇରସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଆଜି କରୋନାରେ ଭାରତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଜଣେ ମହାରାଷ୍ଟ୍ରର ହୋଇଥିବା ବେଳେ ଆଉ ଜଣେ ଜମ୍ମୁ-କଶ୍ମୀରର ବୋଲି ଜଣାଯାଇଛି। ଏହି ମୃତ୍ୟୁକୁ ମିଶାଇଲେ ମହାରାଷ୍ଟ୍ରରେ ଏବେ ଯାଏଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଶ୍ମୀରରେ ପ୍ରଥମ କରୋନା ମୃତ୍ୟୁ ବୋଲି ସୂଚନା ମିଳିଛି।

ମୃତକ ଜଣଙ୍କ କଶ୍ମୀରର ହାଇଦ୍ରାପୋରା ଗାଁର ୬୫ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି। ଶ୍ରୀନଗରର ସରକାରୀ ଡାକ୍ତରଖାନାରେ ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଏନେଇ ଶ୍ରୀନଗରର ମେୟର ଜୁନେଦ ଆଜିମ ମତ୍ତୁ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏଥିସହ ଡାକ୍ତରମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

ରିପୋର୍ଟ ମୁତାବକ ମୃତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଆଉ ୪ ଜଣଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ସେମାନଙ୍କୁ କ୍ୱାରେଣ୍ଟଇନରେ ରଖାଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଭାରତରେ ପ୍ରାୟ ୬୦୦ରୁ ଊର୍ଦ୍ଧ୍ଵ ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.