Below header

ଜାଣନ୍ତିକି, ଜୋରରେ ହସିବା ଦ୍ୱାରା ‘କରୋନା’ ସଂକ୍ରମଣର ଆଶଙ୍କା ଅଧିକ ଥାଏ

ବିଶ୍ୱ ବ୍ୟାପି ୨୧,୦୦୦ ଲୋକଙ୍କ ଜୀବନ ନେଇ ସାରିଲାଣି କରୋନା । ଏହାର ସତର୍କତା ନେଇ ସମସ୍ତ ଦେଶର ସରକାର ବି ସତର୍କ ହେଇଗଲେଣି । ଏମିତିକି ଅଧିକାଂଶ ରାଷ୍ଟ୍ରରେ ଲକ ଡାଉନ ବି ଘୋଷଣା କରାଯାଇଛି । ବିଶେଷ ଭାବେ କେଉଁ କେଉଁ କାରଣ ଯୋଗୁଁ ଏହି ମାରାତ୍ମକ ଭୂତାଣୁଟି ବ୍ୟାପୀ ଥାଏ ତାହାକୁ ନେଇ ବିଶେଷଜ୍ଞ ମାନେ ନିଜ ନିଜ ଗବେଷଣା ଚଳାଇଛନ୍ତି । ପ୍ରତିଦିନ କିଛି ନା କିଛି ତଥ୍ୟ ବି ସାମ୍ନାକୁ ଆସିବାରେ ଲାଗିବାରେ ଲାଗିଛି । ଚୀନର ଏକ ବୈଜ୍ଞାନିକ ଦଳ ଆବିଷ୍କାର କରିଛନ୍ତିକି ଏହି ମାରାତ୍ମକ ଭୂତାଣୁ ଅନେକ ସପ୍ତାହ ପର୍ଯ୍ୟନ୍ତ ମଣିଷ ମଳରେ ଜୀବିତ ଥାନ୍ତି ।

loud

ଏହି ତଥ୍ୟକୁ ଖୋଦ ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ହିଁ ଟ୍ୱିଟ ଜରିଆରେ ସୂଚନା ଦେଇଥିଲେ । ଏଭିତରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛିଯେ, ଜୋର ଜୋରରେ ହସିବା ଦ୍ୱାରା ବି ଏହି ମାରାତ୍ମକ ଭୂତାଣୁ ବ୍ୟାପିବାର ସମ୍ଭାବନା ଅଛି । ପ୍ରକୃତରେ ‘ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ’ ଓ ‘ଅଖିଳ ଭାରତୀୟ ଆୟୁର ବିଜ୍ଞାନ ସଂସ୍ଥାନ’ର ଡାକ୍ତର ମାନେ ଏକାଠି କରୋନା ଭାଇରସ ସତର୍କତା ନେଇ ଏକ ଗାଇଡ଼ ଲାଇନ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛିକି ଅତି ଜୋରରେ ହସିବା କାରଣରୁ ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ୪୦ ପ୍ରତିଶତ ଅଧିକ ଥାଏ । ପାଟି ମାଧ୍ୟମରେ ଏହି ଭାଇରସ ମଣିଷ ଶରୀରକୁ ପ୍ରବେଶ କରିଥାଏ ।

ଡାକ୍ତରୀ ଦଳଙ୍କ ଅନୁଯାୟୀ କରୋନା ଭାଇରସ କାଶ, ଛିଙ୍କ ଦ୍ୱାରା ଡ୍ରପଲେଟ ମାଧ୍ୟମରେ ବାହାରକୁ ଆସିଥାଏ । ଏହି ପରି ଏହି ଭୂତାଣୁ ସଂକ୍ରମିତ ବ୍ୟକ୍ତି ଜୋରରେ ହସିବା ଦ୍ୱାରା ବି ବାହାରକୁ ବାହାରିଥାଏ ଓ ଡ୍ରପଲେଟ ମାଧ୍ୟମରେ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରିଥାଏ ।
ଏହାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ନିହାତି ଦରକାର;

Image result for coronavirus

୧. ଘରର ଚଟାଣକୁ ନିୟମିତ ଭାବେ ସଫା ରଖନ୍ତୁ । ଏହା ସହ ଘରର ଟେବଲ, ଅନ୍ୟାନ ଆସବାବ ସାମଗ୍ରୀ ଗୁଡିକୁ ନିୟମିତ ପରିସ୍କାର ରଖିବା ଉଚିତ ।

 

୨. ଅଜଣା ବା ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବା ପରେ ନିଜ ନିଜ ହାତ ଭଲଭାବେ ଧୁଅନ୍ତୁ ।

୩. ମଦ ଓ ସିଗାରେଟ ପରି ମାଦକ ଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

୪. ଜୀବନ ଶୈଳୀକୁ ଉନ୍ନତ ରଖନ୍ତୁ । ଘରେ ବ୍ୟାୟାମ, ଏକ୍ସରସାଇଜ ଆଦି କରନ୍ତୁ ।

୫. ଆଉ ଅତ୍ୟନ୍ତ ଜରୁରୀ କାମ ପଡିଲେ ହିଁ ବାହାରକୁ ବାହାରନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.