ଦେଶ ବିଦେଶ

ଏବେ ଆଉ ଏକ ଭୟଙ୍କର ରୋଗର ଆଶଙ୍କା, କରୋନା ଠାରୁ ବି କ୍ଷୀପ୍ର ଗତିରେ ଲୋକଙ୍କୁ କରିବ ସଂକ୍ରମିତ

କରୋନା ଭାଇରସ୍‌ ଭିତରେ ଆଉ ଏକ ମାରାତ୍ମକ ଡିଜିଜ୍‌ ‘ଏକ୍ସ’ର ଭୟ। ସାରା ଦୁନିଆରେ ଚହଳ ସୃଷ୍ଟି କରିଛି ଏହି ଖବର। ୪ ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଖୋଜି ବାହାର କରିଥିବା ଡାକ୍ତର ଆଶଙ୍କା କରିଛନ୍ତି ଯେ ବହୁତ ଜଲଦି ଏହି ମାରାତ୍ମକ ରୋଗ କାୟା ବିସ୍ତାର କରିପାରେ। ଏହା ଏମିତି ଏକ ରୋଗ ଯାହା କରୋନା ଭାଇରସ୍‌ ଠାରୁ ବି ଆହୁରି ଖତରନାକ ହୋଇପାରେ।

କୋଭିଡ ୧୯ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବଂ ଟୀକା ମିଳିବା ଖବରରେ ଲୋକମାନେ ସାମାନ୍ୟ ଆସ୍ୱସ୍ତି ପାଇବା କଣ ଆରମ୍ଭ କରିଛନ୍ତି ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ଚେତାବନୀ ଦେଇଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି ।

ପ୍ରାୟ ଗୋଟେ ବର୍ଷ ପରେ ସାରା ଦେଶର ଲୋକଙ୍କ ଠାରେ ଆଶାର କିରଣ ଜାଗି ଉଠିବାବେଳେ ପୁଣି ଆଉଥରେ ସେହି କଲବଲ ପରିସ୍ଥିତିକୁ ଦେଖିବାକୁ ମିଳିପାରେ। ଏକ ନୂଆ ରିପୋର୍ଟ ଅନୁଯାୟୀ ଦୁନିଆରେ ବହୁତ ଜଲଦି ଆଉ ଏକ ଜୀବନ ନାଶକ ଭାଇରସକୁ ସାମ୍ନା କରିବାକୁ ପଡିପାରେ। ଭୟର କଥା ହେଉଛି ଏହି ମାରାତ୍ମକ ଗମ୍ଭୀର ରୋଗ କରୋନା ଭାଇରସ ଭଳି ବହୁ ଦୃତ୍ତ ଗତିରେ ବ୍ୟାପିବାର ଆଶଙ୍କା ରହିଛି। ଏହି କାରଣରୁ ଇବୋଲା ଭାଇରସ୍‌ ଭଳି ବହୁତ ସଂଖ୍ୟାରେ ଲୋକଙ୍କ ଜୀବନ ଚାଲିଯଯାଇପାରେ। ଏହା ଅନ୍ୟ କେହି ନୁହେଁ ବରଂ ୧୯୭୬ମସିହାରେ ଇବୋଲା ଭୂତାଣୁକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୋଫେସର ଜିନ ଜେକ୍ସ ମୁୟେମ୍ବେ ତାମଫୁମ୍‌ କହିଛନ୍ତି। ସେ କହିଛନ୍ତି ଯେ ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି।

ବୈଜ୍ଞାନିକ ତାମଫୁମ ମୁତାବକ ଏହି ନୂଆ ରୋଗକୁ ନେଇ ଭବିଷ୍ୟତ ପାଇଁ ମାନବ ଜାତିକୁ ସାବଧାନ ରହିବା ଆବଶ୍ୟକ। ତାଙ୍କ କହିବାନୁଯାୟୀ ‘ଡିଜିଜ୍‌ ଏକ୍ସ’ ନାମ କାଳ୍ପନିକ ଅଟେ, କିନ୍ତୁ ଏହା ଦୁନିଆର ଆଉ ଏକ ମହାମାରୀର କାରଣ ହୋଇପାରେ। ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟରୁ ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏକ ଏପରି ବିଶ୍ୱରେ ବସବାସ କରୁଛି ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ମୁଁ ଅନୁମାନ କରୁଛି ଯେ, ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ରିପୋର୍ଟ ଅନୁସାରେ କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

Pritiparna

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

3 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago