ଏବେ ଆଉ ଏକ ଭୟଙ୍କର ରୋଗର ଆଶଙ୍କା, କରୋନା ଠାରୁ ବି କ୍ଷୀପ୍ର ଗତିରେ ଲୋକଙ୍କୁ କରିବ ସଂକ୍ରମିତ

କରୋନା ଭାଇରସ୍‌ ଭିତରେ ଆଉ ଏକ ମାରାତ୍ମକ ଡିଜିଜ୍‌ ‘ଏକ୍ସ’ର ଭୟ। ସାରା ଦୁନିଆରେ ଚହଳ ସୃଷ୍ଟି କରିଛି ଏହି ଖବର। ୪ ଦଶକ ପୂର୍ବେ ଇବୋଲା ଭୂତାଣୁକୁ ପ୍ରଥମେ ଖୋଜି ବାହାର କରିଥିବା ଡାକ୍ତର ଆଶଙ୍କା କରିଛନ୍ତି ଯେ ବହୁତ ଜଲଦି ଏହି ମାରାତ୍ମକ ରୋଗ କାୟା ବିସ୍ତାର କରିପାରେ। ଏହା ଏମିତି ଏକ ରୋଗ ଯାହା କରୋନା ଭାଇରସ୍‌ ଠାରୁ ବି ଆହୁରି ଖତରନାକ ହୋଇପାରେ।

କୋଭିଡ ୧୯ଭୂତାଣୁ ସଂକ୍ରମଣ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏବଂ ଟୀକା ମିଳିବା ଖବରରେ ଲୋକମାନେ ସାମାନ୍ୟ ଆସ୍ୱସ୍ତି ପାଇବା କଣ ଆରମ୍ଭ କରିଛନ୍ତି ଏବେ ଏକ ନୂଆ ଭୂତାଣୁର ଭୟ ଦେଖାଦେଇଛି । ୪ଦଶକ ପୂର୍ବେ ଇବୋଲା ଭୂତାଣୁକୁ ଚିହ୍ନଟ କରିଥିବା ଡାକ୍ତର ଚେତାବନୀ ଦେଇଛନ୍ତି ଯେ ସାରା ବିଶ୍ୱରେ କ୍ଷୀପ୍ର ଗତିରେ ଆଉ ଏକ ଭୂତାଣୁ ସଂକ୍ରମଣ ହେଉଛି ।

coronaପ୍ରାୟ ଗୋଟେ ବର୍ଷ ପରେ ସାରା ଦେଶର ଲୋକଙ୍କ ଠାରେ ଆଶାର କିରଣ ଜାଗି ଉଠିବାବେଳେ ପୁଣି ଆଉଥରେ ସେହି କଲବଲ ପରିସ୍ଥିତିକୁ ଦେଖିବାକୁ ମିଳିପାରେ। ଏକ ନୂଆ ରିପୋର୍ଟ ଅନୁଯାୟୀ ଦୁନିଆରେ ବହୁତ ଜଲଦି ଆଉ ଏକ ଜୀବନ ନାଶକ ଭାଇରସକୁ ସାମ୍ନା କରିବାକୁ ପଡିପାରେ। ଭୟର କଥା ହେଉଛି ଏହି ମାରାତ୍ମକ ଗମ୍ଭୀର ରୋଗ କରୋନା ଭାଇରସ ଭଳି ବହୁ ଦୃତ୍ତ ଗତିରେ ବ୍ୟାପିବାର ଆଶଙ୍କା ରହିଛି। ଏହି କାରଣରୁ ଇବୋଲା ଭାଇରସ୍‌ ଭଳି ବହୁତ ସଂଖ୍ୟାରେ ଲୋକଙ୍କ ଜୀବନ ଚାଲିଯଯାଇପାରେ। ଏହା ଅନ୍ୟ କେହି ନୁହେଁ ବରଂ ୧୯୭୬ମସିହାରେ ଇବୋଲା ଭୂତାଣୁକୁ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ପ୍ରୋଫେସର ଜିନ ଜେକ୍ସ ମୁୟେମ୍ବେ ତାମଫୁମ୍‌ କହିଛନ୍ତି। ସେ କହିଛନ୍ତି ଯେ ମାନବ ଜାତି ଅଗଣିତ ଭୂତାଣୁର ସାମ୍ନା କରୁଛି।

xବୈଜ୍ଞାନିକ ତାମଫୁମ ମୁତାବକ ଏହି ନୂଆ ରୋଗକୁ ନେଇ ଭବିଷ୍ୟତ ପାଇଁ ମାନବ ଜାତିକୁ ସାବଧାନ ରହିବା ଆବଶ୍ୟକ। ତାଙ୍କ କହିବାନୁଯାୟୀ ‘ଡିଜିଜ୍‌ ଏକ୍ସ’ ନାମ କାଳ୍ପନିକ ଅଟେ, କିନ୍ତୁ ଏହା ଦୁନିଆର ଆଉ ଏକ ମହାମାରୀର କାରଣ ହୋଇପାରେ। ଆଫ୍ରିକାର ଟ୍ରପିକାଲ ରେନ ଫରେଷ୍ଟରୁ ଅଧିକରୁ ଅଧିକ ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ରହିଛି । ଏବେ ଆମେ ଏକ ଏପରି ବିଶ୍ୱରେ ବସବାସ କରୁଛି ଯେଉଁଠାରେ ଅଧିକରୁ ଅଧିକ ଭୂତାଣୁ ଆସିବେ ଯାହା ମାନବ ଜାତି ପାଇଁ ବିପଦ ସୃଷ୍ଟି କରିବେ । ମୁଁ ଅନୁମାନ କରୁଛି ଯେ, ଆଗାମୀ ଦିନରେ କରୋନା ଭୂତାଣୁ ଠାରୁ ଅଧିକ ମାରାତ୍ମକ ଭୂତାଣୁର ସଂକ୍ରମଣ ହେବ ।

ରିପୋର୍ଟ ଅନୁସାରେ କଙ୍ଗୋରେ ଜଣେ ମହିଳା ଗୁରୁତର ଭାବେ ଅସୁସ୍ଥ ହୋଇପଡିବା ପରେ ଇବୋଲା ସମେତ ତାଙ୍କର ବିଭିନ୍ନ ଟେଷ୍ଟ କରାଯାଇଛି । କିନ୍ତୁ ସବୁ ରିପୋର୍ଟ ନେଗେଟିଭ ଆସିଛି । ତେବେ ଡିଜିଜ-ଏକ୍ସର ସେ ପ୍ରଥମ ଆକ୍ରାନ୍ତ ହୋଇଥିବା ଅନୁମାନ କରାଯାଉଛି । ନୂଆ ଭୂତାଣୁ ସଂକ୍ରମଣ କରୋନା ପରି କ୍ଷୀପ୍ର ଗତିରେ ସଂକ୍ରମିତ ହୋଇପାରେ ।

Leave A Reply

Your email address will not be published.