ଲଗାତାର ହେଉଥିଲା କାଶ, ଡ଼କ୍ଟର ଚେକ କଲା ପରେ ନାକ ଓ ତଣ୍ଟିରୁ ବାହାର କଲେ ଦୁଇ ଦୁଇଟି ଜୋକ

ଦୁନିଆରେ ଅନେକ ଲୋକଙ୍କୁ ଅନେକ ପ୍ରକାରର ବେମାରୀ ହୋଇଥାଏ କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ଜଣେ ମଣିଷ ଭିତରେ ଜୋକ ରହିଛି । ଯଦି ଶୁଣିନାହାନ୍ତି ତାହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି ଏକ ଘଟଣା ବିଷୟରେ ଯେଉଁଠି ଗୋଟିଏ ମଣିଷ ଭିତରେ ଜୋକ ଭଳି ଭୟଙ୍କର କୀଟ ରହିଥିଲା ।

ସୂଚନା ଅନୁଯାୟୀ ଚୀନର ଜଣେ ବ୍ୟକ୍ତିଙ୍କୁ ଲଗାତାର ଭାବେ କାଶର ସମସ୍ୟା ରହିଥିଲା । ଯେଉଁ କାରଣରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ଡାକ୍ତରମାନେ ପ୍ରଥମେ ତାଙ୍କର ସିଟିସ୍କାନ କରାଇଥିଲେ କିନ୍ତୁ କିଛି ବୁଝିପାରିନଥିଲେ । ଯାହାପରେ ସେ ଏଣ୍ଡୋସ୍କୋପିର ଏକ ଟେକନିକ ବ୍ରୋକୋସ୍କୋପି ଟେଷ୍ଟ କରିଥିଲେ । ଏହାପରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ବ୍ୟକ୍ତିଙ୍କ ନାକମଧ୍ୟରେ ଦୁଇଟି ଜୋକ ରହିଛନ୍ତି ।

ଏହାସହ ପଢନ୍ତୁ ଆଶ୍ଚର୍ଯ୍ୟ ! ଜନ୍ମ ହେବାର ମାତ୍ର କିଛି ସମୟ ପରେ ଚାଲିବାକୁ ଲାଗିଲା ନବଜାତ, ଦେଖନ୍ତୁ ଭିଡିଓ

ଏହି ଘଟଣା ବିଷୟରେ ବ୍ୟକ୍ତିଙ୍କୁ ସେତେବେଳେ ଜଣା ପଡିଥିଲା ଯେତେବେଳେ ତାଙ୍କୁ ଲଗାତାର ଭାବେ କାଶ ହେବା ସହ ସେଥିରୁ ରକ୍ତ ପଡିବାରେ ଲାଗିଲା । ଏହାପରେ ସେ ଡାକ୍ତରଙ୍କ ପାଖକୁ ଯିବାକୁ ନିଷ୍ପତ୍ତି ନେଇଥିଲେ । ତାପରେ ସେ ଯାଇ ଶ୍ୱାସ ବିଭାଗରେ ଦେଖାଇଥିଲେ । ଚିକିତ୍ସା ସମୟରେ ଡାକ୍ତରମାନେ ଜାଣିବାକୁ ପାଇଲେ ଯେ ତାଙ୍କ ନାକ ମଧ୍ୟରେ ଦୁଇଟି ଜୋକ ରହିଛନ୍ତି । କେବଳ ସେତିକି ନୁହେଁ ସେଥିମଧ୍ୟରୁ ଗୋଟିଏ ଜୋକ ୩ ସେଣ୍ଟିମିଟର ଭିତରେ ଗ୍ଳୋଟିସ ମଧ୍ୟରେ ରହୁଥିଲା ଯାହାକି ଭୋକାଲ କର୍ଡ୍ସର ମଧ୍ୟଭାଗର ଅଂଶ ହୋଇଥାଏ । ଶେଷରେ ଡାକ୍ତରମାନେ ବ୍ୟକ୍ତିଙ୍କୁ ବେହୋସ କରାଇ ଚିମୁଟା ସାହାଯ୍ୟରେ ନାକଭିତରେ ଦୁଇମାସରୁ ରହିଆସୁଥିବା ଏହି ଜୋକକୁ ବାହାର କରିଥିଲେ । ଡାକ୍ତରଙ୍କ କହିବା ଅନୁଯାୟୀ ଜଙ୍ଗଲରେ କାମ କରୁଥିବା ଏହି ବ୍ୟକ୍ତି ପାହାଡ଼ରୁ ପାଣି ପିଉଥିବା ସମୟରେ ଏହି ଜୋକଟି ତାଙ୍କ ନାକ ଭିତରେ ପଶିଯାଇଥିଲା ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

3 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

37 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

45 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

60 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago