Categories: ସ୍ପେଶାଲ

ଜାଣନ୍ତିକି ସ୍ବର୍ଣ୍ଣମନ୍ଦିରର ମୂଳଦୁଆ ଜଣେ ମୁସଲମାନ ସନ୍ଥ ପକାଇଥିଲେ, ପଢନ୍ତୁ ଏମିତି ଆଉ କିଛି ରୋଚକ ତଥ୍ୟ

ବିଶ୍ୱରେ ଏମିତି କିଛି ଘଟଣା ଘଟିଛି ଯାହାକୁ ସାଧାରଣରେ ବିଶ୍ୱାସ କରାଯାଇପାରିବ ନାହିଁ । କାରଣ ଏହି ଘଟଣା ଗୁଡିକ ଏ ପର୍ଯ୍ୟନ୍ତ ସଂପୂଣ୍ଣ ରୂପେ ଲୋକ ଲୋଚନକୁ ଆସିନାହିଁ । କୌଣସି କାରଣ ଯୋଗୁଁ ଏଗୁଡିକ ଏବେବି ସର୍ବ ସାଧାରଣରୁ ଅଜାଣତରେ ଦୂରେଇ ରହିଛି ବା ରଖାଯାଇଛି । ତେବେ ଆସନ୍ତୁ ଆଜି ସେମିତି କିଛି ତଥ୍ୟ ଗଡିକ ଉପରେ ନଜର ପକାଇବା ଯାହାକୁ ଶୁଣିଲେ ଯେକେହି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯିବ ।

୧.ଭଗବାନ ବିଷ୍ଣୁ ଯେତେବେଳେ ପୃଥିବୀ ଉପରେ ଅବତାର ଗ୍ରହଣ କରିଥିଲେ । ସେହି ସମୟରେ ସେ ନିଜ ସହ ୩ ଟି ଜିନିଷ ନେଇ ଆସିଥିଲେ । ସେଗୁଡିକ ହେଉଛି ଲକ୍ଷ୍ମୀ, ନଡ଼ିଆ ଗଛ ଓ କାମଧେନୁ ଗାଈ । ଆଉ ମଧ୍ୟ ନଡ଼ିଆ ଗଛକୁ କଳ୍ପ ବୃକ୍ଷ ନାମରେ ନାମିତ କରାଯାଏ । ବିଶ୍ୱାସ କରାଯାଏ କି ଏହି ଗଛରେ ବ୍ରହ୍ମ, ବିଷ୍ଣୁ, ମହେଶ୍ୱର ଏକ ସଙ୍ଗରେ ବାସ କରନ୍ତି । ଭଗବାନ ଶିବ ଙ୍କର ଏହି ଫଳ ଅତ୍ୟନ୍ତ ପ୍ରିୟ ହୋଇଥାଏ । ବିଶେଷ ସ୍ତ୍ରୀ ମାନଙ୍କୁ ନଡ଼ିଆ ଭାଙ୍ଗିବା ପାଇଁ ବାରଣ କରାଯାଇଥାଏ ।

୨. ପଞ୍ଚସତୀଙ୍କ ମଧ୍ୟରେ ରାବଣ ପତ୍ନୀ ମନ୍ଦଦରୀଙ୍କ ନାଁ ଆସିଥାଏ । ଅସୁର କୂଳରେ ଜନ୍ମ ହୋଇଥିଲେ ମଧ୍ୟ ଟଙ୍କା ପ୍ରବୃତି ଜମା ବି ଆସୁରିକ ନଥିଲା । ଏମିତିକି ତାଙ୍କ ସତୀତ୍ଵକୁ ସାରା ଦୁନିଆ ସମ୍ମାନ ଜଣାଇଥାଏ । କିନ୍ତୁ ହୁଏତ ବହୁ ଲୋକ ଜାଣି ନ ଥିବେ ମନ୍ଦଦରୀ ନିଜ ପୂର୍ବ ଜନ୍ମରେ ଏକ ବେଙ୍ଗ ଭାବେ ଜନ୍ମ ହୋଇଥିଲେ । ରାମଙ୍କ ସହ ଯୁଦ୍ଧ ସମୟରେ ରାବଣର ମୃତ୍ୟୁ ହେବାପରେ ମନ୍ଦଦରୀ ଦିଅର ବିଭୀଷଣଙ୍କ ସହ ବିବାହ କରିଥିଲେ ।

୩. ଚୀନରେ ଅବସ୍ଥିତ ‘ଗ୍ରେଟ ୱାଲ ଅଫ ଚାଇନା’ ବିଷୟରେ ତ ସମସ୍ତେ ଜାଣନ୍ତି । କିନ୍ତୁ ବହୁ ଜଣ ଏହା ନିର୍ମାଣ ପଛର କାହାଣୀ ବିଷୟରେ ହୁଏତ ଜାଣି ନଥିବେ । ଏହି ବିଶାଳ ଗେଟ ତିଆରି ଆଜକୁ ପ୍ରାୟ ୨୮୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହାର ନିର୍ମାଣ ଶେଷ ହେବା ପାଇଁ ପ୍ରାୟ ୨୦୦୦ ବର୍ଷ ସମୟ ଲାଗିଯାଇଥିଲା । ପ୍ରଥମେ ଏହାକୁ ବିଭିନ୍ନ ନାମରେ ଜଣାଯାଉଥିଲେ ମଧ୍ୟ ଉନବିଂଶ ଶତାବ୍ଦୀରେ ହିଁ ଏହାର ନାମ ବଦଳାଯାଇ ‘ଗ୍ରେଟ ୱାଲ ଅଫ ଚାଇନା’ ରଖାଯାଇଥିଲା । ଏହି ପ୍ରାଚୀର ଟିର ପ୍ରତି ଭାଗକୁ ଯଦି ଯୋଡ଼ା ଯାଏ ତେବେ ଏହାର ଲମ୍ବ ପ୍ରାୟ ୮୮୪୮ କିଲୋମିଟର ହେବ ।

୪. କେତେକ ଲୋକଙ୍କ ମତରେ ସୋମରସ ମାନେ ମଦ ହୋଇଥାଏ । କିନ୍ତୁ ବାସ୍ତବରେ ସୋମରସକୁ ବିଭିନ୍ନ ପୁରାଣ ଶାସ୍ତ୍ରରେ ସଞ୍ଜିବନୀ ସହ ତୁଳନା କରାଯାଇଛି । ଏହା ଶରୀରକୁ ଯବାନ ରଖିବା ସହ ଶକ୍ତି ମଧ୍ୟ ଯୋଗାଇଥାଏ । ଏହାକୁ ନିୟମିତ ପାନ କରୁଥିବା ବ୍ୟକ୍ତି ବଳଶାଳୀ ହେବା ସହ ଅପରାଜୟ ମଧ୍ୟ ହୋଇଥାଏ । ଋକବେଦରେ ମଧ୍ୟ ସୋମରସ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।

ଏହା ସହ ପଢନ୍ତୁ: ପ୍ରତିଦିନ ମହାକାଶରେ ଘଟିଥାଏ ଏହି ୬ଟି ଘଟଣା, ଜାଣି ନ ଥିବେ ଆପଣ

୫. ସାରା ପୃଥିବୀରେ ସ୍ବର୍ଣ୍ଣ ମନ୍ଦିରର ଖୁବ ନାଁ ରହିଛି । କିନ୍ତୁ ଆପଣ ମାନେ ଶୁଣି ହୁଏତ ଆଶ୍ଚଯ୍ୟ ହେବେ ଶିଖ ମାନଙ୍କ ପବିତ୍ର ସ୍ଥାନ ଭାବେ ଗଣାଯାଉଥିବା ସ୍ଵର୍ଣ୍ଣମନ୍ଦିରର ନିର୍ମାଣର ପ୍ରଥମ ହାତ ମୁସଲମାନ ମାନେ ହିଁ ବଢାଇଥିଲେ । ଏହାର ନିର୍ମାଣ ପାଇଁ ଜମି ମୋଗଲ ଶାସକ ଆକବର ହିଁ ଦାନ ସ୍ୱରୂପ ଦେଇଥିଲେ । ଏହି ମନ୍ଦିରର ମୂଳଦୁଆ ସାଇ ମିଆଁ ମିର ନାମକ ଏକ ମୁସଲମାନ ସନ୍ଥ ରଖିଥିଲେ । ଏହି ସୁଫି ସନ୍ଥ ଜଣଙ୍କର ଇସ୍ଲାମ ଧର୍ମ ପ୍ରତି ଏକ ବିଶେଷ ଆକ୍ରୁଷ୍ଟତା ଥିଲା । ମହାରାଜା ରଣଜିତ ସିଂହ ଏହି ମନ୍ଦିର ନିର୍ମାଣ କରିବାର ୨୦୦ ବର୍ଷ ପରେ ହିଁ ଏଥିରେ ସୁନା ଆସ୍ତରଣ ଦିଆଯାଇଥିଲା । ଏଠାକୁ ସବୁ ଧର୍ମ ସବୁ ଜାତିର ଲୋକେ ଆସିଥାନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

44 mins ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

4 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

5 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

5 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

5 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

5 hours ago