ଦେଶ ବିଦେଶ

ହସ୍ପିଟାଲରେ ପାଟିତୁଣ୍ଡ କଲେ ପଡ଼ିବ ଭାରୀ! ଏମିତି ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର

ଅସୁସ୍ଥ ହେଲେ ପ୍ରଥମେ ଡାକ୍ତରଙ୍କ କଥା ମନକୁ ଆସେ। ସ୍ୱାସ୍ଥ୍ୟାବସ୍ଥା ବିଗୁଡ଼ୁଥିବାର ଦେଖି ଆମେ ଡାକ୍ତରଙ୍କ ପାଖକୁ ଯାଉ ଏବଂ ଉତ୍ତମ ଚିକିତ୍ସା ସେବା ଆଶା ରଖିଥାଉ। କିନ୍ତୁ ସେଠାରେ ଜିନିଷଗୁଡ଼ିକ ଆମ ଇଚ୍ଛା ମୁତାବକ ହୁଏନାହିଁ। ତେଣୁ ଏହାକୁ ନେଇ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ କ୍ରୋଧିତ ହୋଇ ଯାଆନ୍ତି। ବେଳେବେଳେ ମାମଲା ଏତେ ବଢ଼ିଯାଏ ଯେ ସେମାନେ ଗାଳିମନ୍ଦ ସହ ଡାକ୍ତରଙ୍କ ଉପରକୁ ହାତ ଉଠାଇବାକୁ ମଧ୍ୟ ପଛାନ୍ତି ନାହିଁ।

ଏପରି ଘଟଣା କ୍ରମାଗତ ଭାବେ ବଢ଼ୁଥିବାର ଦେଖି ଜାତୀୟ ମେଡିକାଲ କମିଶନ (NMC) ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆୟୋଗ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଏବେଠାରୁ ରେଜିଷ୍ଟର୍ଡ ମେଡିକାଲ୍‌ ପ୍ରାକ୍ଟିସନର୍ସ (RMP) କିଛି ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ। ଯେଉଁ ରୋଗୀ କି ସମ୍ପର୍କୀୟ ଡାକ୍ତରଙ୍କୁ ଗାଳିଗୁଲଜ କରିବେ, ମାଡ଼ ମାରିବେ କିମ୍ବା ହିଂସା ଆଚରଣ କରିବେ, ସେଭଳି ରୋଗୀ କୌଣସି ପ୍ରକାର ଚିକିତ୍ସା ସେବା ପାଇପାରିବେ ନାହିଁ।

ଆୟୋଗ କହିଛି ଯେ ଏମିତି ମାମଲାଗୁଡ଼ିକୁ ନେଇ ଅଭିଯୋଗ ମଧ୍ୟ କରାଯାଇପାରିବ। ଏହାସହିତ ଡାକ୍ତର ଏବଂ ସେମାନଙ୍କ ପରିବାର କୌଣସି ବି ଫର୍ମାସ୍ୟୁଟିକାଲ୍‌ କମ୍ପାନୀଠାରୁ କିଛି ଉପହାର କି ଯାତ୍ରା ସୁବିଧା ଗ୍ରହଣ କରିବେ ନାହିଁ। RMPକୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ରୋଗୀମାନଙ୍କ ଅଭଦ୍ର ଆଚରଣ ବିରୋଧରେ ଡାକ୍ତରମାନେ ଜାତୀୟ ମେଡିକାଲ କମିଶନଠାରେ ଅଭିଯୋଗ କରିପାରିବେ, ଯାହାଫଳରେ ସମ୍ପୃକ୍ତ ରୋଗୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ।

କହି ରଖୁଛୁ, ଏହି ନିୟମ ମେଡିକାଲ କାଉନସିଲ୍ ଅଫ୍ ଇଣ୍ଡିଆ (MCI)ର ମେଡିକାଲ୍ ଏଥିକ୍ସ କୋଡ୍ ୨୦୦୨ର ଜାଗା ନେବ। ଏହା ପ୍ରଥମ ଥର ହେବ, ଯେତେବେଳେ ଡାକ୍ତରମାନେ ଏପରି ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିବାର ଅଧିକାର ପାଇବେ।

Roshni

Recent Posts

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

2 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

8 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

12 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

13 mins ago

Airtel ୟୁଜର୍ସଙ୍କ ପାଇଁ ଖୁସି ଖବର, ୮୪ ଦିନ ଭାଲିଡିଟି ସହ ପ୍ରତିଦିନ ମିଳିବ ୩GB ଡାଟା

ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଉନ୍ନତ କନେକ୍ଟିଭିଟି ପାଇଁ ବେସ ଜଣାଶୁଣା । ଦେଶର ଦୂରବର୍ତ୍ତୀ…

1 hour ago

ଇରଫାନ ପଠାନଙ୍କ ମେକଅପ୍‌ ଆର୍ଟିଷ୍ଟଙ୍କ ମୃତ୍ୟୁ, ସୁଇମିଂ ପୁଲରେ ଗାଧେଇବା ବେଳେ ଚାଲିଗଲା ଜୀବନ

ପୂର୍ବତନ ଭାରତୀୟ କ୍ରିକେଟର ତଥା କମେଣ୍ଟେଣ୍ଟର ଇରଫାନ ପଠାନଙ୍କ ମେକଅପ ଆର୍ଟିଷ୍ଟଙ୍କ ମୃତ୍ୟୁ । ସୁଇମିଂ ପୁଲରେ ବୁଡ଼ି ଯିବାରୁ…

1 hour ago